ଗୋଟିଏ ଦିନ ପୂର୍ବରୁ ରିଲିଜ୍ ହେଲା KGF 2ର ଟିଜର, ଦମଦାର ଅନ୍ଦାଜରେ ପରଦାକୁ ଫେରିଲେ ରକି

Published By : Prameya-News7 Bureau | January 07, 2021 IST

ନୂଆଦିଲ୍ଲୀ ୦୭।୦୧: ହୋମବେଲ୍ ଫିଲ୍ମ, ଏଏ ଫିଲ୍ମ ଏବଂ ଏକ୍ସେଲ ଏଣ୍ଟରଟେନମେଣ୍ଟ ତରଫରୁ KGFର ପ୍ରଶଂସକଙ୍କୁ ୨୦୨୧ର ଉପହାର ମିଳିଛି। ନୂତନ ବର୍ଷରେ ଏକ ଭଲ ଆରମ୍ଭ କରି ଏହି ନିର୍ମାତାକାରୀ ସଂସ୍ଥା ନିଜର ଫିଲ୍ମ କେଜିଏଫ ୨ର ଟିଜର ନିର୍ଦ୍ଧାରିତ ସମୟର ଗୋଟିଏ ଦିନ ପୂର୍ବରୁ ରିଲିଜ୍ କରିଛନ୍ତି। ଚଳିତ ବର୍ଷ ରିଲିଜ୍ ହେବାକୁ ଥିବା ଏହି ଫିଲ୍ମର ଟିଜର ସୁପରଷ୍ଟାର ୟଶଙ୍କ ଜନ୍ମ ଦିନ ଅବସରରେ ଜାନୁଆରୀ ୮ରେ ରିଲିଜ୍ କରାଯିବାକୁ ପୂର୍ବରୁ ନିଷ୍ପତ୍ତି ନିଆଯାଇଥିଲା। ହେଲେ ଏହା ପୂର୍ବରୁ ଗୁରୁବାର ଫିଲ୍ମର ଟିଜର ରିଲିଜ୍ ହୋଇଛି।

ଫିଲ୍ମ ନିର୍ମାତା ପ୍ରଶଂସକଙ୍କ ଚାହିଦାକୁ ଦୃଷ୍ଟିରେ ରଖି କେଜିଏଫ ୨ର ପ୍ରଥମ ଟିଜର ଜାନୁଆରୀ ୭ ରାତି ୯ଟା ୨୯ରେ ହୋମବେଲ୍ ଫିଲ୍ମର ୟୁଟ୍ୟୁବ୍‌ ଚ୍ୟାନେଲରେ ରିଲିଜ୍ କରିଛି। କେଜିଏଫ ୨ ହିନ୍ଦୀ ଭାଷାରେ ମଧ୍ୟ ସିନେମା ଘରେ ରିଲିଜ୍ ହେବ। ଏହାକୁ ନେଇ ମେକର୍ସ ମଧ୍ୟ ଉତ୍ସାହିତ ଅଛନ୍ତି। ଦମଦାର ଅନ୍ଦାଜରେ ପରଦାକୁ ଫେରିଛନ୍ତି ରକି।

wp:html /wp:html

ସୂଚନାଯୋଗ୍ୟ, କେଜିଏଫ ୨ କେବେ ରିଲିଜ୍ ହେବ ତାରିଖ ଏ ଯାଏ ଘୋଷଣା ହୋଇ ନାହିଁ। ଫିଲ୍ମରେ ସଞ୍ଜୟ ଦତ୍ତ, ୟଶ, ରବିନା ଟଣ୍ଡନ, ଶ୍ରୀନିଧି ସେଟ୍ଟି, ପ୍ରକାଶ ରାଜଙ୍କ ସହିତ ଅନ୍ୟ ଅଭିନେତା-ଅଭିନେତ୍ରୀ କାମ କରିଛନ୍ତି। ଫିଲ୍ମର ନିର୍ଦ୍ଦେଶନା ଦେଇଛନ୍ତି ପ୍ରଶାନ୍ତ ନିଲ। ଦୀର୍ଘ ସମୟରୁ ପ୍ରଶଂସକ ଏହି ଫିଲ୍ମର ଦ୍ଵିତୀୟ ଭାଗକୁ ଅପେକ୍ଷା କରି ରହିଛନ୍ତି। ଏମିତି ସମୟରେ ଟିଜର ରିଲିଜ୍ ହେବା ପ୍ରଶଂସକଙ୍କ ମଧ୍ୟରେ  ହିଟ୍  ହେବା ସ୍ଵାଭାବିକ କଥା।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.