ରିଲିଜ୍ ହେଲା 'କେଜିଏଫ୍-୨'ର ପୋଷ୍ଟର, ପୁଣି ପରଦାରେ ଧମାକା କରିବେ ସାଉଥ ଷ୍ଟାର ୟଶ୍

Published By : Prameya-News7 Bureau | December 22, 2019 IST

ମୁମ୍ବାଇ୨୨|୧୨: କନ୍ନଡ ଫିଲ୍ମ “କୋଲାର୍ ଗୋଲ୍ଡ ଫିଲ୍ଡ” ଓରଫ୍ କେଜିଏଫ୍ ଚାପ୍ଟର ୱାନ୍ ସମସ୍ତଙ୍କୁ ବେଶ ପସନ୍ଦ ଆସିଥିଲା। ଗତ ବର୍ଷ ୨୦୧୮ ମସିହା ଡିସେମ୍ବର ମାସରେ ଏହି ଫିଲ୍ମ କନ୍ନଡ ସହିତ ହିନ୍ଦୀ, ତେଲୁଗୁ ଓ ତାମିଲ୍ ଭାଷାରେ ରିଲିଜ୍ ହୋଇଥିଲା । କନ୍ନଡ ସୁପରଷ୍ଟାର୍ ୟଶ୍ ଫିଲ୍ମରେ ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ ।

{"id":200914,"sizeSlug":"large"}

ପ୍ରଶାନ୍ତ ନିଲ୍‌ଙ୍କ ନିର୍ଦ୍ଦେଶନାରେ ତିଆରି ଏହି ଫିଲ୍ମର ଅଧିକ ଡିମାଣ୍ଡ ଥିବାରୁଏହି ଫିଲ୍ମକୁ ଅନ୍ୟ ଭାଷାରେ ମଧ୍ୟ ରିଲିଜ୍ କରାଯାଇଥିଲା । ୟଶ୍ ଫିଲ୍ମରେ ଜଣେ ଗୋଲ୍ଡ ମାଫିଆ ଚରିତ୍ରରେ ଅଭିନୟ କରିଛନ୍ତି । କେଜିଏଫ୍ ରେ ୟଶ୍‌ଙ୍କ ସହ ଅଭିନେତ୍ରୀ ଶ୍ରୀନିଧି ସେଟ୍ଟି ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ। ତେବେ ଫିଲ୍ମର ଏକ ଆଇଟମ୍ ଗୀତରେ ୟଶ୍‌ଙ୍କ ସହିତ ଅଭିନେତ୍ରୀ ମୌନି ରାୟଙ୍କୁ ଦେଖିବାକୁ ମିଳିଥିଲା।

{"id":200915,"sizeSlug":"large"}

ତେବେ ବାହୁବଳୀ ପରେ ଯଦି କୌଣସି ଫିଲ୍ମର ସିକ୍ୟୁଏଲକୁ ନେଇ ଲୋକମାନେ ଆଗ୍ରହ ଥିବା ଦେଖାଯାଇଛି ତାହା ହେଉଛି 'କେଜିଏଫ୍'। ଏବେ ଏହି ଫିଲ୍ମର ଦ୍ୱିତୀୟ ପାର୍ଟର ପୋଷ୍ଟର ରିଲିଜ୍ ହୋଇଛି। କେଜିଏଫ୍-୨ର ଏହି ପୋଷ୍ଟରରେ କନ୍ନଡ ଷ୍ଟାର ୟଶଙ୍କୁ ପୁଣିଥରେ ଦମଦାର ଚରିତ୍ରରେ ଦେଖିବାକୁ ମିଳିଛି। ଫିଲ୍ମର ପୋଷ୍ଟରରେ ୟଶ୍ ଏକ ଭିନ୍ନ ଗେଟଅପରେ ନଜର ଆସୁଛନ୍ତି। ପ୍ରଥମ ଭାଗ ଭଳି ଏହି ଫିଲ୍ମରେ ମଧ୍ୟ ଆକ୍ସନ ଓ ଫାଇଟ୍ ରହିବ। ଫିଲ୍ମର ଦ୍ୱିତୀୟ ଭାଗକୁ ନେଇ ଦର୍ଶକ ବେଶ୍ ଉତ୍ସାହିତ ଅଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.