Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କଟକ : ମୁଣ୍ଡଳୀ ବ୍ୟାରେଜରୁ ଡେଇଁ ଜଣେ ନିଖୋଜ, ବ୍ରିଜ୍ ଉପରେ ଅଛି ଗାଡି ଓ ମୋବାଇଲ୍
  • ||
  • ଖୋର୍ଦ୍ଧା : ଯୁବକକୁ ଖୋଜି ଆଣିବା ଦାବିରେ ଏସ୍‌ପି ଅଫିସ୍ ଘେରାଉ, ରବିବାରଠୁ ଗାଈ ଚରେଇବାକୁ ଯାଇ ଅଛନ୍ତି ନିଖୋଜ
  • ||
  • ଚାନ୍ଦବାଲି : ଖେଳୁଥିବା ବେଳେ ପୋଖରୀରେ ବୁଡିଗଲେ ଦେଢ ବର୍ଷର ଶିଶୁ କନ୍ୟା, ଡାକ୍ତରଖାନାରେ ମୃତ୍ୟୁ
  • ||
  • ଭୁବନେଶ୍ବର : ମମିତା ଘଟଣାରେ ରାଜଧାନୀ ହୁଲସ୍ତୁଲ, ଡିସିପି ଅଫିସ୍ ଘେରାଉ ବେଳେ ବିଜେପି କର୍ମୀ ଓ ପୋଲିସ ଧସ୍ତାଧସ୍ତି
  • ||
  • ନୟାଗଡ : ଗୁଣିଗାରେଡି ସନ୍ଦେହରେ ୫ ଜଣଙ୍କୁ ନିର୍ଯାତନା ଘଟଣା : ୫ ଜଣଙ୍କୁ ଗିରଫ କଲା ପୋଲିସ
  • ||
  • ମର୍ମନ୍ତୁଦ ଦୁର୍ଘଟଣା: ଡୋଡା ଘାଟିରେ ଖସିପଡିଲା ମାଟାଡୋର, ୮ ମୃତ ଓ ଅନେକ ଆହତ
  • ||
  • ଜଗତସିଂହପୁର : ଷ୍ଟାଡିୟମ୍ ନିକଟରୁ ମିଳିଲା ଯୁବକଙ୍କ ମୃତଦେହ, ବୁଧବାର ସନ୍ଧ୍ୟାରୁ ଥିଲେ ନିଖୋଜ
  • ||
  • କଳାହାଣ୍ଡି : ମମିତା ମେହେର ହତ୍ୟା ମାମଲାରେ କଂଗ୍ରେସର ଧାରଣା ୩ୟ ଦିନରେ, ମନ୍ତ୍ରୀ ଇସ୍ତଫା ନଦେଲେ ତୀବ୍ର ହେବ ଆନ୍ଦୋଳନ
  • ||
  • କଳାହାଣ୍ଡି : ଇନ୍ଦ୍ରାବତୀ ଦକ୍ଷିଣ ମୁଖ୍ୟ କେନାଲରେ ଘାଇ, ଶହ ଶହ ହେକ୍ଟର ଧାନ ଚାଷ ନଷ୍ଟ ଆଶଙ୍କା
  • ||
  • ଢେଙ୍କାନାଳ : ଶୌଚ ହୋଇ ଫେରିବା ବେଳେ ବୃଦ୍ଧଙ୍କୁ କଚାଡିଦେଲା ଦନ୍ତା, ଡାକ୍ତରଖାନାରେ ଚାଲିଗଲା ଜୀବନ
  • ||

୧୨୦୦ କୋଟି ଟଙ୍କାର ବିଏଚଆର ଦୁର୍ନୀତି, ମୁଖ୍ୟ ଅଭିଯୁକ୍ତ ଜିତେନ୍ଦ୍ର କଣ୍ଡାରେ ଗିରଫ

8/07/2021 at 5:03 PM

ପୁନେ ୮/୦୭: ମହାରାଷ୍ଟ୍ର ପୋଲିସକୁ ମିଳିଲା ବଡ଼ ସଫଳତା। ବହୁ ଚର୍ଚ୍ଚିତ ଭାଇଚାନ୍ଦ ହୀରାଚାନ୍ଦ ରାଇସୋନି ରାଜ୍ୟ ସମବାୟ ଦୁର୍ନୀତିର ମୁଖ୍ୟ ଅଭିଯୁକ୍ତ ଜିତେନ୍ଦ୍ର କଣ୍ଡାରେ ଗିରଫ ହୋଇଛି। ପାଖାପାଖି ୧୨୦୦ କୋଟି ଟଙ୍କା ଦୁର୍ନୀତିରେ ମୁଖ୍ୟ ଅଭିଯୁକ୍ତ ଜିତେନ୍ଦ୍ର କଣ୍ଡାରେକୁ ପୋଲିସ ଗିରଫ କରିଥିବା ଜଣାପଡ଼ିଛି । ସୋମବାର ସନ୍ଧ୍ୟାରେ ଇନ୍ଦୋରରୁ ଜିତେନ୍ଦ୍ରକୁ କାବୁ କରିଛି ପୁନେ ପୋଲିସର ଇଓଡବ୍ଲୁ । ମିଳିଥିବା ସୂଚନା ଅନୁସାରେ, ଅଭିଯୁକ୍ତର ଜାମିନ ଆବେଦନ ଖାରଜ ହୋଇଯିବା ପରେ ସେ ସ୍କିମ ନମ୍ବର-୧୩୪ରେ ଲୁଚି ଥିଲା। ମହାରାଷ୍ଟ୍ର ପୋଲିସ ସିଧା ସଳଖ ଆଇଜି ହରିନାରାୟଣଚାରୀ ମିଶ୍ରଙ୍କ ସହାୟତାରେ ଅଭିଯୁକ୍ତକୁ ଧରିଛି।

ଲସୁଡ଼ିଆ ପୋଲିସ ମୁତାବିକ, ୫୯ ବର୍ଷୀୟ ଜିତେନ୍ଦ୍ର କଣ୍ଡାରେ ସ୍ମିମ୍‌ ନମ୍ବର ୧୩୪ରେ ରହୁଥିଲା। ଜଳଗ୍ରାମ ପୋଲିସ ମୋବାଇଲ୍‌ ଲୋକେସନ୍‌ ଆଧାରରେ ଚଢ଼ାଉ କରି ଅଭିଯୁକ୍ତକୁ କାବୁ କରିଥିଲା। ତେବେ ବିଏଚଆର ଦର୍ନୀତିକୁ ନେଇ ରାଜ୍ୟର ବିଭିନ୍ନ ଥାନାରେ ୮୧ ଟି ମାମଲା ରୁଜୁ ହୋଇଥିଲା। ହଜାର ହଜାର ନିବେଶକାରୀ ପ୍ରାୟ ୧୨୦୦ କୋଟି ଟଙ୍କା ହରାଇଥିବା ନେଇ ଅଭିଯୋଗ ମଧ୍ୟ ହୋଇଥିଲା।

ଜିତେନ୍ଦ୍ର ପୂର୍ବରୁ ବିଏଚଆର ରାଜ୍ୟ ସମବାୟ ନିର୍ଦେଶକ ମଧ୍ୟ ଗିରିଫ ହୋଇ ଜେଲ୍‌ରେ ଅଛନ୍ତି। ୨୦୧୫ରେ ଦୁର୍ନୀତି ନେଇ ପ୍ରଥମ ମାମଲା ହୋଇଥିଲା। ଜଣେ ବରିଷ୍ଠ ନାଗରିକ ମୁକୁନ୍ଦ ବାଦବେ କୋଠରୁଡ୍‌ ଥାନାରେ ଦୁର୍ନୀତିର ଶିକାର ହୋଇଥିବା ନେଇ ଏତଲା ଦେଇଥିଲେ। ସେତେବେଳେ ପୁନେ ପୋଲିସ ୧୨ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଥିଲା। ସେମାନଙ୍କ ମଧ୍ୟରେ ବିଏଚଆର ରାଜ୍ୟ ସମବାୟ ସମିତିର ଅଧ୍ୟକ୍ଷ ଏବଂ ନିର୍ଦେଶକ ସାମିଲ ଥିଲେ ।

ଜମା ପୁଞ୍ଜି ଉପରେ ୧୩ ପ୍ରତିଶତ ସୁଧ ଦେବାର ଲୋଭ ଦେଖାଇ କ୍ରେଡିଟ୍‌ ସୋସାଇଟ ଲୋକଙ୍କୁ ଲୁଟୁଥିଲା। ଅନେକ ସଂଖ୍ୟକ ଲୋକେ ଲକ୍ଷ ଲକ୍ଷ ଟଙ୍କା ଜମା କରିଥିଲେ ବି ସେମାନଙ୍କୁ କୌଣସି ପ୍ରକାର ଅର୍ଥ ମିଳିନଥିବା ନେଇ ଅଭିଯୋଗ ହୋଇଥିଲା। ଗତବର୍ଷ ଡିସେମ୍ବରରେ ପୁଣି ଜଣେ ଜମାକାରୀ ଡେକାନ୍‌ ଥାନାରେ ଏତଲା ଦେବା ପରେ ପୋଲିସ ଅନ୍ୟ ୫ ଅଭିଯୁକ୍ତଙ୍କୁ ମଧ୍ୟ ଗିରଫ କରିଥିଲା। କିନ୍ତୁ ଏତଲା ଲିଷ୍ଟ ଲମ୍ବିବା ପରେ ଜିତେନ୍ଦ୍ର କଣ୍ଡାରେ ମୁଖ୍ୟ ଅଭିଯୁକ୍ତ ବୋଲି ପୋଲିସ ଜାଣିବାକୁ ପାଇଥିଲା। ଏବେ ମୁଖ୍ୟ ଅଭିଯୁକ୍ତକୁ କାବୁ କରିଛି ପୋଲିସ।

   Related Posts