୪୮ଘଣ୍ଟା ପାଇଁ କଣ୍ଟେନମେଣ୍ଟ ଜୋନ୍‌ରେ କେଉଟକଣ୍ଡିଆ ଗାଁ

Published By : Prameya-News7 Bureau | June 22, 2020 IST

କେନ୍ଦ୍ରାପଡା ୨୨।୬: କେନ୍ଦ୍ରାପଡା ଜିଲ୍ଲା ଡେରାବିଶ ବ୍ଲକ୍ ଲକ୍ଷ୍ମୀ ନାରାୟଣପୁର ପଞ୍ଚାୟତର କେଉଟକଣ୍ଡିଆ ଗାଁକୁ କଣ୍ଟେନମେଣ୍ଟ ଜୋନ୍ ଘୋଷଣା କରିଛି ଜିଲ୍ଲା ପ୍ରଶାସନ । ସୋମବାର ଭୋର ୪ଟାରୁ ୪୮ ଘଣ୍ଟା ପାଇଁ ଏହି ଗ୍ରାମକୁ କଣ୍ଟେନମେଣ୍ଟ ଜୋନ୍ ଘୋଷଣା କରାଯାଇଛି ।

ଯାଜପୁର ବରୀ ଅଞ୍ଚଳର ଜଣେ ବ୍ୟକ୍ତି ନିକଟରେ ତାଙ୍କ ଶ୍ବଶୁର ଘର କେଉଟକଣ୍ଡିଆ ଗାଁକୁ ବୁଲିବାକୁ ଆସିଥିଲେ ଶ୍ବଶୁର ଘରେ କିଛି ଦିନ ରହି ଫେରିଯିବା ପରେ ତାଙ୍କ ରିପୋର୍ଟ ପଜେଟିଭ୍ ଆସିଛି । ପ୍ରଶାସନ ଏହି ଖବର ପାଇବା ପରେ କେଉଟକଣ୍ଡିଆ ଗାଁକୁ କଣ୍ଟେନମେଣ୍ଟ ଜୋନ୍ ଘୋଷଣା କରି ଆବଶ୍ୟକୀୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି ।

ଏହି ଗାଁର ୨୦୦ ପରିବାରର ପ୍ରାୟ ୬୦୦ ଲୋକ କଣ୍ଟେନମେଣ୍ଟ ଜୋନ୍ ଅଧିନରେ ଥିବା ନେଇ ଉପଜିଲ୍ଲାପାଳ ଜ୍ୟୋତି ଶଙ୍କର ମହାପାତ୍ର ସୂଚନା ଦେଇଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.