ଜିଲ୍ଲାପାଳଙ୍କ କ୍ଷମତା ପ୍ରୟୋଗ କଲେ ସରପଞ୍ଚ, ପଞ୍ଚାୟତକୁ ୭୨ ଘଣ୍ଟା ପାଇଁ କଲେ ସଟଡାଉନ୍

Published By : Prameya-News7 Bureau | June 20, 2020 IST

କେଉଁଝର, ୨୦|୦୬ :   ରାଜ୍ୟରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପଇବାରେ ଲାଗିଛି । ଶନିବାର କେଉଁଝର ଜିଲ୍ଲାରୁ ୧୮ ଜଣ କୋଭିଡ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ତେବେ ଜିଲ୍ଲାର ବ୍ଳକର ବୋଦାପଳଶ  ଗ୍ରାମ ପଞ୍ଚାୟାତର ସମସ୍ତ ଗ୍ରାମକୁ  ୭୨ ଘଣ୍ଟା ପାଇଁ ସଟଡାଉନ୍ ଘୋଷଣା କରାଯାଇଛି ।

ବୋଦାପଳଶ ପଞ୍ଚାୟତର ୨ଜଣ ବ୍ୟକ୍ତି କରୋନା ପଜିଟିଭ୍ ଚିହ୍ନଟ ହୋଇଥିଲେ । ସେମାନେ ନିକଟରେ ମହାରାଷ୍ଟ୍ରରୁ ଫେରିଥିଲେ । ଏହି ଦୁଇ ମହାରାଷ୍ଟ୍ର ଫରନ୍ତାଙ୍କ  ଠାରେ କରୋନା ଚିହ୍ନଟ ପରେ ହେଲା ପରେ  ସମସ୍ତ ପଞ୍ଚାୟତକୁ  ସଟ୍ ଡାଉନ ଘୋଷଣା କରିଛନ୍ତି ସରପଞ୍ଚ  ।୭୨ ଘଣ୍ଟା ପାଇଁ ପଞ୍ଚାୟତକୁ ସଟଡାଉନ୍ କରାଯାଇଛି ।  ସଟଡାଉନ୍ ସମୟରେ ସରକାରଙ୍କର ସମସ୍ତ ଗାଇଡଲାଇନକୁ ପାଳନ କରାଯିବ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.