Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଖଣ୍ଡପଡା : କଲେଜ ସମ୍ମୁଖରୁ ୨ ଛାତ୍ରୀଙ୍କୁ ଉଠାଇନେଲେ ଦୁର୍ବୃତ୍ତ, ପ୍ରତିବାଦରେ ଛାତ୍ରଛାତ୍ରୀଙ୍କ ରାସ୍ତାରୋକ
  • ||
  • ଭୁବନେଶ୍ବର : ୪ କୋଚ୍‌ଙ୍କୁ ବାଧ୍ୟତାମୂଳକ ଅବସର, ଅପାରଗତା ଓ ଦାୟିତ୍ବରେ ଅବହେଳା ପାଇଁ କାର୍ଯ୍ୟାନୁଷ୍ଠାନ
  • ||
  • ଗ୍ରାହକଙ୍କୁ ପୁଣି ମହଙ୍ଗା ମାଡ, ସିଲିଣ୍ଡର ପିଛା ୧୦୦ ଟଙ୍କା ବଢିଲା
  • ||
  • ସାନଖେମୁଣ୍ଡି : ବିଲରେ ପଡିଛି ନରକଙ୍କାଳ, ଧାନ କାଟିବା ବେଳେ ଦେଖିଲେ ଲୋକେ
  • ||
  • ସୁବର୍ଣ୍ଣପୁର : ମା’ ସୁରେଶ୍ଵରୀ ମନ୍ଦିରରୁ ଚୋରି ଘଟଣା : କାର୍ଯ୍ୟରେ ଅବହେଳା ପାଇଁ ୩ ପୋଲିସ କର୍ମଚାରୀ ସସ୍‌ପେଣ୍ଡ
  • ||
  • ଖଲ୍ଲିକୋଟ : ଜମିଜମା ବିବାଦକୁ କେନ୍ଦ୍ରକରି ଗାଁରୁ ବାସନ୍ଦ, ନ୍ୟାୟ ଦାବିରେ ଜିଲ୍ଲାପାଳ ଅଫିସ୍ ସମ୍ମୁଖରେ ଆମରଣ ଅନଶନରେ ବସିଲେ ବୃଦ୍ଧ ଦମ୍ପତ୍ତି
  • ||
  • ଭୁବନେଶ୍ବର : ଦରଦାମ୍ ବୃଦ୍ଧି ପ୍ରତିବାଦ ସହ ବିଭିନ୍ନ ପ୍ରସଙ୍ଗକୁ ନେଇ ରାଜଭବନ ସମ୍ମୁଖରେ ବିଜେଡିର ଧାରଣା
  • ||
  • ଭୁବନେଶ୍ବର : ବିଧାନସଭା ଶୀତକାଳୀନ ଅଧିବେଶନ : ଶୋକ ପ୍ରସ୍ତାବ ଆଗତ କଲେ ମୁଖ୍ୟମନ୍ତ୍ରୀ
  • ||
  • ଧର୍ମଗଡ : ଝୁଲନ୍ତା ଅବସ୍ଥାରେ ମିଳିଲା ଯୁବକଙ୍କ ମୃତଦେହ, ମୃତ୍ୟୁର କାରଣ ଅସ୍ପଷ୍ଟ
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୮ ହଜାରରୁ ଅଧିକ କରୋନା ପଜିଟିଭ୍, ୨୬୭ ମୃତ
  • ||

ଦୁଇ ଦୁଇ ଥର ମୁଖ୍ୟମନ୍ତ୍ରୀ ହୋଇଥିଲେ କେଶୁଭାଇ ପଟେଲ , କିନ୍ତୁ ପୁରା କରିପାରିନଥିଲେ ନିଜର କାର୍ଯ୍ୟକାଳ

29/10/2020 at 1:55 PM

ଅହମ୍ମଦାବାଦ ୨୯।୧୦: ଗୁଜୁରାଟର ପୂର୍ବତନ କେଶୁଭାଇ ପଟେଲଙ୍କ ୯୨ ବର୍ଷ ବୟସରେ ପରଲୋକ ହୋଇଯାଇଛି । ଗୁରୁବାର ଦିନ ନିଶ୍ୱାସ ନେବାରେ ଅସୁବିଧା ହୋଇଥଲା, ଯାହାପରେ ତାଙ୍କୁ ମେଡିକାଲରେ ଭର୍ତି ହୋଇଥିଲେ । ସେଠାରେ ଗୁରୁବାର ଦିନ ପରଲୋକ ହୋଇଯାଇଛି । କିଛି ଦିନ ସେ କରୋନାରେ ଆକ୍ରାନ୍ତ ହୋଇ ସୁସ୍ଥ ହୋଇଥିଲେ । କେଶୁଭାଇ ୨ଥର ଗୁଜୁରାଟର ମୁଖ୍ୟମନ୍ତ୍ରୀ ଭାବେ କାର୍ଯ୍ୟଭାର ସମ୍ଭାଳିଥିଲେ । ତେବେ ଗତ ୩୦ସେପ୍ଟେମ୍ବରକୁ ସୋମନାଥ ମନ୍ଦିରର ଟ୍ରଷ୍ଟ ପାଇଁ ୨ୟ ଥର ଅଧ୍ୟକ୍ଷ ଭାବେ ନିର୍ବାଚିତ  ହୋଇଥିଲ ।

କେଶୁଭାଇ ରାଜନୈତିକ ଓଲଟପାଲଟ ପାଇଁ ନିଜ ପୂରା କାର୍ଯ୍ୟକାଳ ପୁରା କରିପାରିନଥିଲେ। ୨୦୦୧ରେ ତାଙ୍କ ଜାଗାରେ ନରେନ୍ଦ୍ର ମୋଦିଙ୍କୁ ମୁଖ୍ୟମନ୍ତ୍ରୀ ଭାବେ ସପଥ ନେଇଥିଲେ । ମୋଦି କେଶୁଭାଇ ପଟେଲଙ୍କୁ ନିଜ ଗୁରୁ ବୋଲି ଦର୍ଶାଇଛନ୍ତି ।  

ତେବେ ଆସନ୍ତୁ ଜାଣିବା କେଶୁଭାଇଙ୍କ ରାଜନୈତିକ ଯାତ୍ରା-

୧୯୬୦ରେ କେଶୁଭାଇ ପଟେଲ ଜନସଂଘରେ କର୍ମକର୍ତ୍ତା ଭାବେ ଯୋଗଦେଇଥିଲେ । ସେ ଏହାର ସଂସ୍ଥାପକ ସଦସ୍ୟଙ୍କ ମଧ୍ୟରେ ସାମିଲ ଥିଲେ । ୧୯୭୫ରେ ଜନସଂଘ-କଂଗ୍ରେସ(ଓ) ସହିତ ମିଶି ଗୁଜୁରାଟରେ ସରକାରକୁ ଆସିଥିଲେ । କିନ୍ତୁ ଦେଶରେ ଜରୁରୀକାଳୀନ ସ୍ଥିତି ପରେ ୧୯୭୭ରେ କେଶୁଭାଇ ପଟେଲ ରାଜକୋଟ ଲୋକସଭା ପାଇଁ ନିର୍ବାଚିତ ହୋଇଥିଲେ । କିନ୍ତୁ ପରେ ସେ ଇସ୍ତଫା ଦେଇଥିଲେ । ବାବୁଭାଇ ପଟେଲଙ୍କୁ ଜନତା ମୋର୍ଚ୍ଚା ସରକାରରେ ୧୯୭୮ରୁ ୧୯୮୦ ପର୍ଯ୍ୟନ୍ତ କୃଷି ମନ୍ତ୍ରୀ ରହିଥିଲେ ।

୧୯୭୯ରେ ମଚ୍ଛୁ ବନ୍ଧ ଦୁର୍ଘଟଣା, ଯେଉଁଥିରେ ମୌରବିକୁ ପୁରା ନଷ୍ଟ କରିଦେଇଥିଲା ।ଏହାପରେ କେଶୁଭାଇ ପଟେଲ ୧୯୭୮ରୁ ୧୯୯୫ ପର୍ଯ୍ୟନ୍ତ କଳାବାଡ଼, ଗୌଣ୍ଡଲ ଓ ବିଶାବାଦର ବିଧାନସଭା କ୍ଷେତ୍ରରୁ ନିର୍ବାଚନ ଜିତିଥିଲେ ।୧୯୮୦ରେ ଜନସଂଘ ଭଙ୍ଗାଯାଇ ଭାରତୀୟ ଜନତା ପାର୍ଟିରେ ବିଳୟ କରାଯାଇଥିଲା । କେଶୁଭାଇ ପଟେଲ ଭାରତୟୀ ରାଷ୍ଟ୍ରୀୟ କଂଗ୍ରେସ ବିରୋଧରେ ନିର୍ବାଚନ ଅଭିଯାନର ଆୟୋଜନ କରିଥିଲେ , ଏବଂ ଏହାର ସେ ନେତୃତ୍ୱ ମଧ୍ୟ ନେଇଥିଲେ । କେଶୁଭାଇଙ୍କ ନେତୃତ୍ୱରେ ବିଜେପି ୧୯୯୫ ବିଧାନସଭା ନିର୍ବାଚନରେ ବିଜୟୀ ହୋଇଥିଲା ।

ଏହାପରେ ସେ ରାଜ୍ୟର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଥିଲେ । କିନ୍ତୁ କିଛି ଦିନ ପରେ ତାଙ୍କ ସ୍ଥାନରେ ସୁରେଶ ମେହେତ୍ତାଙ୍କୁ ମୁଖ୍ୟମନ୍ତ୍ରୀ ପଦ ସମ୍ଭାଳିବାକୁ ପଡିଥିଲା । ଏହାପରେ ୨୦୦୧ରେ ପୁଣି ଥରେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଥିଲା । କିନ୍ତୁ ଏହାର ୧ ବର୍ଷ ପରେ ନରେନ୍ଦ୍ର ମୋଦି ଗୁଜୁରାଟର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଥିଲେ । ଏହିପରି ଭାବେରେ ମୁଖ୍ୟମନ୍ତ୍ରୀ ଭାବେ ନିଜର ମୁଖ୍ୟମନ୍ତ୍ରୀ କାର୍ଯ୍ୟକାଳ ପୁରା କରିପାରିନଥିଲେ କେଶୁଭାଇ ପଟେଲ ।

   Related Posts