୪୨ ହଜାର ଲିଟର କିରୋସିନ୍ ସିଜ୍‌, ୪ ବେପାରୀ ଗିରଫ ସହ ନଗଦ ଟଙ୍କା ଜବତ

Published By : Prameya-News7 Bureau | August 12, 2020 IST

ଭୁବନେଶ୍ୱର ୧୨।୦୮: ବ୍ୟାପକ ପରିମାଣର ଚୋରା ପିଡିଏସ କିରୋସିନ୍ ଜବତ ହୋଇଛି । ସେହିପରି କିରୋସିନି ଚୋରା କାରବାର ଅଭିଯୋଗରେ ୪ଜଣ ବେପାରୀଙ୍କ ମଧ୍ୟ ଗିରଫ କରାଯାଇଛି । କଟକ ମଙ୍ଗୁଳି ଛକରେ ଥିବା ଏକ ଗ୍ୟାରେଜରୁ ୪୨ ହଜାର ଲିଟର କିରୋସିନି ଜବତ କରିଛି କ୍ରାଇମବ୍ରାଞ୍ଚର ଏସଟିଏଫ ଟିମ୍ ।

{"id":313314,"sizeSlug":"large"}

ସୂଚନାଯୋଗ୍ୟ ଯେ, କ୍ରାଇମ୍‌ବ୍ରାଞ୍ଚ ଏସ୍‌ଟିଏଫ୍‌ ଟିମ୍‌ ଚୋରାକାରବାର ଖବରର ସୂଚନା ପାଇ କଟକ ମଙ୍ଗୁଳି ଛକରେ ଥିବା ଏକ ଗ୍ୟାରେଜରେ ଚଢାଉ କରିଥିଲା । ଚଢାଉରେ ୪୨ହଜାର ଲିଟର କିରୋସିନ ଜବତ ହୋଇଛି । ଘଟଣାରେ ୪ଜଣଙ୍କ ମଧ୍ୟ ଗିରଫ କରାଯାଇଛି । ସେହିପରି ସେମାନଙ୍କ ନିକଟରୁ୯ ଟି କିରୋସିନି ବୋଝେଇ ଟାଙ୍କି ଟ୍ରକ, ୩୦ ହଜାର ଟଙ୍କା ସହିତ ଏକ କାର ଜବତ କରାଯାଇଛି । ଗିରଫ ୪ ଜଣ ହେଲେ ମନୋରଞ୍ଜନ ବେହେରା, ରଞ୍ଜନ ବେହେରା, ନିରାକାର ବେହୁରା ଓ ରଞ୍ଜନ ସାମଲ ଥିବା ଏସଟିଏଫ ସୁଚନା ଦେଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.