ଚାନ୍ଦବାଲି ବ୍ଲକରେ କିରୋସିନ୍‌ କଳାବଜାରୀ: ମିଳିମିଶି ଲୁଟି ନେଲେ ଗରିବଙ୍କ ଅର୍ଥ

Published By : Prameya-News7 Bureau | May 14, 2020 IST

ଚାନ୍ଦବାଲି୧୪/୫:  ଚାନ୍ଦବାଲି ବ୍ଳକରେ ଚାଲିଛି କିରୋସିନ୍ କଳାବଜାରି। ଗରିବ ଲୋକମାନଙ୍କ ସରକାର ଦେଉଥିବା କିରୋସିନ୍‌ର କଳାବଜାରୀ ହେଉଥିବା ଅଭିଯୋଗ ଆସିଛି। ଡିଲର ମାନେ ନିର୍ଦ୍ଧାରିତ ମୂଲ୍ୟଠାରୁ ଚଢ଼ା ଦର ନେଉଥିବା ଅଭିଯୋଗ ମଧ୍ୟ ଆସିଛି। ଏପରି କି ଉପଭୋକ୍ତାଙ୍କୁ କମ୍ ପରିମାଣରେ କିରୋସିନ୍ ଦେଉଥିବାର ଅଭିଯୋଗ ମଧ୍ୟ ଆସିଛି।

{"id":270041,"sizeSlug":"large"}

କରୋନା ମହାମାରି ଯୋଗୁଁ ଗତ ୨ ମାସ ହେବ କେଉଁଠି ଲକ୍‌ଡାଉନ୍ ତ କେଉଁଠି ସଟଟାଉନ୍‌ କରାଯାଉଛି।ଏଭଳି ପରିସ୍ଥିତିରେ ସାଧାରଣ ଲୋକମାନେ ବିଭିନ୍ନ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଗରିବ ଓ ଦିନ ମଜୁରିଆଙ୍କ ମଧ୍ୟ ଅବସ୍ଥା ବେହାଲ ହୋଇପଡ଼ଛି। ଏପରି ସ୍ଥିତରେ ରାଜ୍ୟରେ ସମସ୍ତ ସରକାରୀଙ୍କ ଯୋଗାଣ ବିଭାଗରେ ଦୁର୍ନୀତି ମୁକ୍ତ ରହିବା କଥା ହେଲେ ସରକାରୀଙ୍କ ଯୋଗାଣ ବିଭାଗର କିରୋସିନ୍‌ରେ ଆରମ୍ଭ ହୋଇଛି ଦୁର୍ନୀତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.