Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ୟୁପିରେ ବଡ ଧରଣର ଦୁର୍ଘଟଣା, ଖେରୀ ଘାଘରା ନଦୀରେ ଓଲଟିଲା ଡଙ୍ଗା, ୧୦୦ ଭାସିଗଲେ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୨ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୫୫୯ କୋଭିଡ୍ ପଜିଟିଭ୍
  • ||
  • ଓ୍ୱାର୍ମ ଅପ୍ ମ୍ୟାଚରେ ମୁହାଁମୁହିଁ ହେବେ ଭାରତ-ଅଷ୍ଟ୍ରେଲିଆ, କଙ୍ଗାରୁ ବାହିନୀକୁ ମାତ୍ ଦେବାକୁ ତୟାର ବିରାଟ ଏଣ୍ଡ କୋ
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୧୪ ହଜାରରୁ ଅଧିକ କରୋନା ପଜିଟିଭ୍, ୧୯୭ ମୃତ
  • ||
  • ଆଜି କୁମାର ପୂର୍ଣ୍ଣିମା : ମା’ ବୃନ୍ଦାବତୀଙ୍କ ନିକଟରେ ଆଞ୍ଜୁଳି ଟେକିଲେ କୁମାରୀ
  • ||
  • ପୁରୀ : ଦାଦାବଟିକୁ କେନ୍ଦ୍ରକରି ମହିଳାଙ୍କୁ ଗୁଳିମାଡ଼, ପୂର୍ବରୁ ମିଳିଥିଲା ଧମକ
  • ||
  • ଜଗତସିଂହପୁର : କେନାଲର ଭାସୁଛି ଏକ ଗଳିତ ମୃତଦେହ, ୩ ଅଭିଯୁକ୍ତ ଅଟକ
  • ||

ନୂଆ IT ନିୟମରୁ NBAକୁ ବାଦ ଦେବା ଲାଗି କେନ୍ଦ୍ରକୁ କେରଳ ହାଇକୋର୍ଟଙ୍କ ନିର୍ଦ୍ଦେଶ, ଜାଣନ୍ତୁ କହିଛନ୍ତି କ’ଣ?

9/07/2021 at 5:34 PM

କୋଚ୍ଚି ୯।୭: କେରଳ ଉଚ୍ଚ ନ୍ୟାୟାଳୟ କେନ୍ଦ୍ରକୁ ନୂଆ ଆଇଟି ନିୟମ ପାଳନ ନ ହେଲେ ‘ନ୍ୟୁଜ୍ ବ୍ରଡକାଷ୍ଟର୍ସ ଆସୋସିଏସନ’ (ଏନବିଏ) ସଦସ୍ୟଙ୍କ ବିରୋଧରେ ଦଣ୍ଡାତ୍ମକ କାର୍ଯ୍ୟାନୁଷ୍ଠାନ ନ କରିବା ଲାଗି ଶୁକ୍ରବାର ନିର୍ଦ୍ଦେଶ ଦେଇଛନ୍ତି। ନ୍ୟୁଜ ଚାନେଲଙ୍କ ପ୍ରତିନିଧିତ୍ୱ କରୁଥିବା ଏନବିଏ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିବା ବେଳେ ବିଚାରପତି ଜଷ୍ଟିସ୍ ସୁରେଶ କୁମାର କେନ୍ଦ୍ର ସରକାରଙ୍କୁ ନୋଟିସ୍‌ ଜାରି କରି ଏନବିଏଙ୍କ ପିଟିସନର ଜବାବ ମାଗିଛନ୍ତି।

ହାଇକୋର୍ଟରେ ଏନବିଏ ଦାଖଲ କରିଥିବା ନିବେଦନରେ ନୂଆ ସୂଚନା ଓ ପ୍ରାଦ୍ୟୋଗିକି( ଆଇଟି) ନିୟମ ଗଣମାଧ୍ୟମର ଅଭିବ୍ୟକ୍ତି ଓ ଅଭିବ୍ୟକ୍ତିର ସ୍ୱାଧୀନତାକୁ ଅନୁଚିତ ଭାବେ ପ୍ରତିବନ୍ଧିତ କରିବା ଲାଗି ସରାକୀର ଅଧିକାରୀଙ୍କୁ ଅତ୍ୟାଧିକ ଶକ୍ତି ପ୍ରଦାନ କରୁଥିବା ଦର୍ଶାଇଛନ୍ତି। ଏନବିଏଙ୍କ ପକ୍ଷରୁ କୋର୍ଟରେ ଉପସ୍ଥିତ ବରିଷ୍ଠ ଓକିଲ ମନିନ୍ଦର ସିଂହ କହିଛନ୍ତି ଯେ ନୂଆ ଆଇଟି ନିୟମରେ ଜଣେ ଯୁଗ୍ମ ସଚିବ ନିରୀକ୍ଷଣ ତନ୍ତ୍ରର ନେତୃତ୍ୱ କରିବେ, ଯିଏ ଜଣେ ଅବସର ପ୍ରାପ୍ତ ବିଚାରପତିଙ୍କ ଅଧ୍ୟକ୍ଷତାରେ ଗଠିତ ସେଲଫ ରେଗୁଲେଟଡ ବଡିଙ୍କ ଉପରେ ନଜର ରଖିବେ।

ଏହି ନୂଆ ନିୟମ ଅନୁସାରେ ଏବେ ମିଡିଆ ହାଉସ ଅଥବା ସେମାନଙ୍କ ସଂଘଙ୍କୁ ଏକ ସେଲଫ ରେଗୁଲେଟେଡ ବଡି ଗଠନ କରିବାକୁ ହେବ। ଯେଉଁଥିରେ ସର୍ବୋଚ୍ଚ ଅଥବା ଉଚ୍ଚ ନ୍ୟାୟାଳୟଙ୍କ ଜଣେ ଅବସର ପ୍ରାପ୍ତ ବିଚାରପତିଙ୍କୁ ଅଧ୍ୟକ୍ଷ ନିଯୁକ୍ତ କରିବାକୁ ହେବ। ଏହିପରି ଭାବେ ଯୁଗ୍ମ ସଚିବ  ଅବସରପ୍ରାପ୍ତ ବିଚାରପତିଙ୍କ ନିଷ୍ପତ୍ତିକୁ ସମୀକ୍ଷା କରିବେ ବୋଲି ସିଂହ କୋର୍ଟଙ୍କୁ କହିଛନ୍ତି। ହାଇକୋର୍ଟରେ ଏନବିଏ ପକ୍ଷରୁ ଓକିଲ ନିଶା ଭିଭାନୀ ଏହି ପିଟିସନ ଦାଖଲ କରିଥିବା ବେଳେ ଏହା ଆଇଟି ଆକ୍ଟ ୨୦୦୦ ରୁ ବି ଊର୍ଦ୍ଧ୍ୱରେ ବୋଲି କହିଛନ୍ତି।

   Related Posts