ଥମୁନି କରୋନା, କେରଳରେ ବ୍ୟାପିଲା ‘ଜିକା ଭାଇରସ୍’, ୧୯ ନମୁନାରୁ ମିଳିଲେ ୧୩ ସଂକ୍ରମିତ

Published By : Prameya-News7 Bureau | July 08, 2021 IST

ତିରୁଅନନ୍ତପୁରମ ୮।୭ : କେରଳରେ କରୋନା ଭାଇରସ ମହାମାରୀ ସଂକ୍ରମଣ ଥମିବାର ନାଁ ନେଉନି। ଏଥିରେ ଏବେ ଜିକା ଭାଇରସ ସଂକ୍ରମଣର ଖବର ଆସୁଛି। ଇତିମଧ୍ୟରେ ରାଜଧାନୀ ତିରଅନନ୍ତପୁରମରେ ୧୦ରୁ ଅଧିକ ଲୋକେ ଜିକା ଭାଇରସ ଦ୍ୱାରା ଆକ୍ରାନ୍ତ ହୋଇଥିବାର ଜଣାପଡିଛି। ସଂକ୍ରମିତଙ୍କ ୧୯ଟି ରକ୍ତ ନମୁନା ପରୀକ୍ଷଣ ଲାଗି ପଠା ଯାଇଥିଲା। ଏଥିରୁ ୧୩ଟିରୁ ଜିକା ଭାଇରସ ଠାବ ହୋଇଥିବା କୁହାଯାଇଛି।

{"id":477614,"sizeSlug":"large","linkDestination":"none"}

ପୁଣେ ଭାଇରୋଲଜି ଇନିଷ୍ଟିଚ୍ୟୁଟ୍‌ କରାଯାଇଥିବା ପରୀକ୍ଷଣରୁ ଭୂତାଣୁ ସଂକ୍ରମଣର ପୁଷ୍ଟି ହୋଇଛି। ଜିକା ଭାଇରସ ମସା କାମୁଡା ଯୋଗୁ ବ୍ୟାପୁଥିବା ଏକ ସଂକ୍ରାମକ ରୋଗ। ଏହାର ଲକ୍ଷଣ ଚିକନଗୁନିଆ ଭଳି, ତେବେ ଏଥିଯୋଗୁ ସେପରି ଗୁରୁତର ସ୍ୱାସ୍ଥ୍ୟ ସମସ୍ୟା ଉପୁଜିବାର ରେକର୍ଡ ନାହିଁ। ଦିନରେ କାମୁଡୁଥିବା ଏଡିସ୍‌ ମସା ଯୋଗୁ ଏହି ଭୂତାଣୁ ଲୋକଙ୍କ ଠାରେ ବ୍ୟାପିଥାଏ। ଏଥିରେ ଉଚ୍ଚ ତାପମାତ୍ରାରେ ଜ୍ୱର ସହ ଆଣ୍ଠୁଗଣ୍ଠି ବିନ୍ଧା ହୋଇଥାଏ। ରୋଗୀକୁ ପୂର୍ଣ୍ଣ ଆରାମ ପ୍ରଦାନ କରାଗଲେ ସେ ସମ୍ପୂର୍ଣ୍ଣ ସୁସ୍ଥ ହୋଇଥାନ୍ତି।

{"id":477615,"width":841,"height":560,"sizeSlug":"large","linkDestination":"none"}

ତେବେ ମସା କାମୁଡ଼ା ଯୋଗୁ ଯଦି ଗର୍ଭବତୀ ମହିଳା ଭୂତାଣୁ ସଂକ୍ରମିତ ହୁଅନ୍ତି ତେବେ ଗର୍ଭସ୍ତ ଶିଶୁଠାରେ ଜନ୍ମଗତ ଦୋଷ ଦେଖାଯାଇଥାଏ।   ଏହି ଭୂତାଣୁ ଯୌନକ୍ରିୟା ମାଧ୍ୟମରେ ଜଣକ ଠାରୁ ଜଣକୁ ସଂକ୍ରମିତ କରିପାରେ। ଭୂତାଣୁ ଦ୍ୱାରା ସଂକ୍ରମିତ ହେଲେ ଆକ୍ରାନ୍ତ ୨ରୁ ୭ ଦିନ ପର୍ଯ୍ୟନ୍ତ ପୀଡ଼ିତ ରହିଥାନ୍ତି। ତେବେ ଭୂତାଣୁ ଆକ୍ରାନ୍ତ ଅଧିକାଂଶ ଲୋକଙ୍କ ଠାରେ ଲକ୍ଷଣ ପ୍ରକାଶ ପାଇନଥାଏ। ଏହି ଭୂତାଣୁ ସଂକ୍ରମଣ ପ୍ରଥମେ ଉଗାଣ୍ଡାରେ ମାଙ୍କଡଙ୍କଠାରେ ଦେଖା ଯାଇଥିଲା।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.