Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଲିଫ୍ଟ ମାଗି ଯାଉଥିଲେ ଘରକୁ, ଦୁର୍ଘଟଣାରେ ମା’ପୁଅ ସମେତ ୪ ଜଣଙ୍କ ମୃତ୍ୟୁ
  • ||
  • ଦେଶରେ ତଳମୁହାଁ କରୋନା ଗ୍ରାଫ୍: ଓଡ଼ିଶାରେ ମଧ୍ୟ ହ୍ରାସ ପାଇଛି ସଂକ୍ରମଣ
  • ||
  • ସ୍କୁଲ ଫି’ ଛାଡ଼ ମାମଲା: ସପ୍ତାହେ ଭିତରେ ରିପୋର୍ଟ ଦେବାକୁ ହାଇକୋର୍ଟଙ୍କ ନିର୍ଦ୍ଦେଶ
  • ||
  • ଦୁର୍ବଳ ହେଉଛି ଭାରତୀୟ ଆଖି
  • ||
  • ପୁରୀ : ସ୍ବର୍ଗଦ୍ବାରରୁ ହଟିଲା କଟକଣା, ଏଣିକି ଅନ୍ୟ ଜିଲ୍ଲାର ଶବ ହେବ ସତ୍କାର
  • ||
  • ଲଦାଖ: ଡେମଚୋକ୍‌ରେ ଭାରତୀୟ ସେନା ହାତରେ ଧରାପଡିଲେ ଚୀନ ସୈନିକ, ମିଳିଛି ଗୁରୁତ୍ଵପୂର୍ଣ୍ଣ ଦସ୍ତାବିଜ
  • ||
  • ଘରୋଇ କର୍ମଚାରୀଙ୍କ ପାଇଁ ବଡ ଖବର : ଦୀପାବଳି ପୂର୍ବରୁ ନୂଆ ପ୍ୟାକେଜ୍ ଘୋଷଣା କରିପାରନ୍ତି ସରକାର
  • ||
  • ଲୋକ ଭବନ ସମ୍ମୁଖରେ ଦୁଇ ଶିଶୁ ସହ ପତି-ପତ୍ନୀଙ୍କ ଆତ୍ମଦାହ ଉଦ୍ୟମ, ଉଦ୍ଧାର କଲା ପୋଲିସ
  • ||
  • ପୁଅ ଆସି ପଡୋଶୀଙ୍କୁ କହିଲା-ବାପା ଉଠୁନାହାନ୍ତି, ଦେଖିଲା ବେଳକୁ ଘରେ ପଡିଥିଲା ଦୁଇଟି ମୃତଦେହ
  • ||
  • ଗେହଲଟ୍ ସରକାରଙ୍କ ନିଷ୍ପତ୍ତି: ୧୩ ଅନ୍ତରାଷ୍ଟ୍ରୀୟ ଖେଳାଳିଙ୍କୁ ୨୫-୨୫ ଏକର ଜମି ଆବଣ୍ଟନ କରିବାକୁ ଘୋଷଣା
  • ||

ତୃତୀୟ କରୋନା ଆକ୍ରାନ୍ତଙ୍କ ଚିହ୍ନଟ ପରେ କେରଳରେ state disaster ଘୋଷଣା, ସବୁ ଜିଲ୍ଲାକୁ ସତର୍କ କଲେ ସରକାର

3/02/2020 at 9:16 PM

ତିରୁଅନନ୍ତପୁରମ ୩।୨: କେରଳ କସରଗଡରେ ସୋମବାର ଆଉ ଜଣେ ନୋଭେଲ କରୋନା ଭାଇରସ ପଜେଟିଭ ଚିହ୍ନଟ ହୋଇଛନ୍ତି। ଚିହ୍ନଟ ବ୍ୟକ୍ତି ଜଣେ ଛାତ୍ର ଓ ସେ ଚୀନ ଉହାନ ମେଡିକାଲ କଲେଜରେ ପଢୁଥିଲେ। ତାଙ୍କୁ କନହନଗଡ ଜିଲ୍ଲା ହସ୍ପିଟାଲର ଆଇସୋଲେସନ ୱାର୍ଡରେ ରଖି ଚିକିତ୍ସା କରାଯାଉଥିବା ବେଳେ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଏବେ ସ୍ଥିରଥିବା କୁହାଯାଇଛି। ତେବେ ରାଜ୍ୟରେ ତୃତୀୟ ସଂକ୍ରମିତଙ୍କ ଚିହ୍ନଟ ପରେ ସରକାର ଏହାକୁ ରାଜ୍ୟ ବିପତ୍ତି ଘୋଷଣା କରିଛନ୍ତି। ଏହି ସୂଚନା ଦେଇଛନ୍ତି ରାଜ୍ୟ ସ୍ୱାସ୍ଥ୍ୟମନ୍ତ୍ରୀ କେ.କେ. ଶୈଲଜା।  

ମୁଖ୍ୟମନ୍ତ୍ରୀ ପି. ବିଜୟନଙ୍କ ନିର୍ଦ୍ଦେଶରେ ଏହି ଘୋଷଣା କରାଯାଇଥିବା ସ୍ୱାସ୍ଥ୍ୟମନ୍ତ୍ରୀ କହିଛନ୍ତି। ଭାରତରେ ପ୍ରଥମ ନୋଭେଲ କରୋନା ସଂକ୍ରମିତଙ୍କ ମାମଲା ପ୍ରଥମେ ଗୁରୁବାର କେରଳର ତ୍ରିସୁରରେ ମିଳିଥିଲା। ସୋମବାରକୁ ମିସାଇ ରାଜ୍ୟରେ ମୋଟ ୩ ଜଣ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ଏବେ ଚୀନରୁ ଆସୁଥିବା ଲୋକଙ୍କ ଉପରେ କେରଳ ସରକାର କଡା ନଜର ରଖିବା ଆରମ୍ଭ କରିଛନ୍ତି। ଏ ବାବଦରେ ସମସ୍ତ ଜିଲ୍ଲାକୁ ସତର୍କ କରାଯାଇଥିବା ବେଳେ ଚୀନ ଫେରିଥିବା ଲୋକଙ୍କ ସୂଚୀ ପ୍ରସ୍ତୁତି ନିମନ୍ତେ ଇମିଗ୍ରେସନ ଡିପାର୍ଟମେଣ୍ଟ ସହ ରାଜ୍ୟ ସରକାର ସମ୍ପର୍କ ସ୍ଥାପନା କରିଛନ୍ତି।

ତୃତୀୟ ସଂକ୍ରମିତଙ୍କ ଚିହ୍ନଟ ପରେ ଚୀନସ୍ଥିତ ଭାରତୀୟ ଦୂତାବାସ ଜାରି କରୁଥିବା ଇ-ଭିସାକୁ ଅବୈଧ ଘୋଷଣା କରାଯାଇଛି। ଏବେ ଏହି ସୁବିଧା ଅସ୍ଥାୟୀ ରୂପେ ବାତିଲ କରାଯାଇଥିବା ବେଳେ  ଯେଉଁମାନଙ୍କର ଭାରତ ଆସିବା ଜରୁରି ସେମାନଙ୍କୁ ବେଜିଂ, ସାଂଘାଇ ଭାରତୀୟ ଦୂତାବାସ ସମେତ ଗ୍ୱାଙ୍ଗଝୋଉ ମହାବାଣିଜ୍ୟ ଦୂତାବାସ ସହ ସମ୍ପର୍କ କରିବାକୁ ପରାମର୍ଶ ଦିଆଯାଇଛି।

   Related Posts