Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବାଣ ଗୋଦାମରେ ଭୟଙ୍କର ଅଗ୍ନିକାଣ୍ଡ: ୫ ମୃତ, ଅନେକ ଆହତ ହୋଇଛନ୍ତି, କ୍ଷତିପୂରଣ ଘୋଷଣା କଲେ ସିଏମ
  • ||
  • ଆସୁଛି ଲଘୁଚାପ, ୨୮ରୁ ୩ ଦିନ ବର୍ଷିବ: ଦକ୍ଷିଣରେ ହାଲକା ବର୍ଷା ସମ୍ଭାବନା
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୧୪ ହଜାରରୁ ଅଧିକ କରୋନା ପଜିଟିଭ୍, ୫୮୫ ମୃତ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍ : କୋଭିଡ୍ ନେଲା ଆଉ ୨ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୫୪୯ କୋଭିଡ୍ ପଜିଟିଭ୍
  • ||
  • ଆଜି ମହାପ୍ରଭୁଙ୍କ ବନକଲାଗି ନୀତି, ଅପରାହ୍ନ ୪ଟାରୁ ରାତି ୮ଟା ଯାଏଁ ସାଧାରଣ ଦର୍ଶନ ବନ୍ଦ
  • ||

ଏଥର ନୂଆଁ ମୁହଁଙ୍କୁ ନେଇ କେରଳରେ ଶାସନ କରିବେ ପି.ବିଜୟନ, ସାମ୍ନାକୁ ଆସିଲା ମନ୍ତ୍ରୀମଣ୍ଡଳର ପୁରା ସୂଚୀ

18/05/2021 at 8:21 PM

ତିରୁଅନନ୍ତପୁରମ ୧୮।୫: କେରଳ ନୂଆ ମନ୍ତ୍ରୀମଣ୍ଡଳ ଘୋଷଣା ହୋଇଛି। ଏଥିରେ କେବଳ ମୁଖ୍ୟମନ୍ତ୍ରୀ ପି. ବିଜୟନଙ୍କୁ ଛାଡି ଦେଲେ ସମସ୍ତ ନବନିର୍ବାଚିତଙ୍କୁ ମନ୍ତ୍ରୀ ପଦ ମିଳିଛି।   ତେବେ ଏଥିରେ ସବୁଠୁ ଯାହା ଆଶ୍ଚର୍ଯ୍ୟଜନକ ତାହା ହେଉଛି ରାଜ୍ୟର ପୂର୍ବତନ ସ୍ୱାସ୍ଥ୍ୟମନ୍ତ୍ରୀ କେ.କେ. ଶୈଳଜା ମଧ୍ୟ ବିଜୟନଙ୍କ ମନ୍ତ୍ରୀମଣ୍ଡଳରେ ସ୍ଥାନ ପାଇ ନାହାନ୍ତି। ରାଜ୍ୟର କୋଭିଡ-୧୯ ପରିସ୍ଥିତି ମୁକାବିଲାରେ ଶୈଳଜାଙ୍କ ଉଚ୍ଚ ପ୍ରଶଂସା ହୋଇଥିଲା।

ସିପିଆଇ(ଏମ) ରାଜ୍ୟ କମିଟି ମଙ୍ଗଳବାର ଏ ନେଇ ବୟାନ ଜାରି କରିଛନ୍ତି। ଏଥିରେ ପି.ବିଜୟନଙ୍କୁ ସଂସଦୀୟ ଦଳର ନେତା ଓ ମୁଖ୍ୟମନ୍ତ୍ରୀ ନିଯୁକ୍ତ ହୋଇଥିବା ସୂଚିତ କରାଯାଇଛି। ନିକଟରେ ଅନୁଷ୍ଠିତ ବିଧାନସଭା ନିର୍ବାଚନରେ ଦଳର ବିଜୟୀ ବିଧାୟକ ଏମ.ଭି. ଗୋବିନ୍ଦନ, କେ.ରାଧାକୃଷ୍ଣନ, କେ.ଏନ.ବାଲଗୋପାଲ, ପି.ରାଜୀବ, ଭି.ଏନ.ୱସାୱନ, ସାଜି ଚେରିୟନ, ଭି.ଶିବନମ କୁଟ୍ଟି, ମୋହମ୍ମଦ ରିୟାସ, ଡା.ଆର.ବିନ୍ଦୁ, ଭିନା ଜର୍ଜ ଓ ଭି.ଅବଦୁଲ୍ଲ ରହମାନ ମନ୍ତ୍ରୀ ମନୋନୀତ ହୋଇଥିବା ବୟାନରେ ସୂଚିତ କରାଯାଇଛି।

ତେବେ ଗତ ବିଧାନସଭାରେ ମନ୍ତ୍ରୀ ଥିବା କେ.କେ. ଶୈଳଜାଙ୍କ ସମେତ ସମସ୍ତ ପୂର୍ବତନ ମନ୍ତ୍ରୀଙ୍କୁ ପଦବୀରୁ ଦଳ ହଟାଇ ଦେଇଛି। ସେହିପରି ପାର୍ଟି ଏମ.ଭି.ରାଜେଶଙ୍କୁ ବାଚସ୍ପତି ପ୍ରାର୍ଥୀ କରିଥିବା ବେଳେ କେ.କେ. ଶୈଳଜାଙ୍କୁ ପାର୍ଟି ହ୍ୱିପ୍‌ ନିଯୁକ୍ତ କରିଛି। ଟି.ପି. ରାମକୃଷ୍ଣନଙ୍କୁ ପାର୍ଟି ସମ୍ପାଦକ ଦାୟିତ୍ୱ ଦେଇଛି।  କେରଳରେ ପି.ବିଜୟନଙ୍କ ଦ୍ୱିତୀୟ ସରକାର ମେ ୨୦ ତାରିଖରେ ଦାୟିତ୍ୱଗ୍ରହଣ କରିପାରନ୍ତି।

ନୂଆ ବାମପନ୍ଥୀ ସରକାରଙ୍କ ଶପଥ ଗ୍ରହଣ ଉତ୍ସବ ରାଜ୍ୟରେ କୋଭିଡ-୧୯ ଯୋଗୁ ଉପୁଜିଥିବା ପରିସ୍ଥିତିରେ ସୀମିତ ନିମନ୍ତ୍ରିତ ଅତିଥିଙ୍କ ଉପସ୍ଥିତିରେ ଅନୁଷ୍ଠିତ ହେବା ସହ ସଂକ୍ଷିପ୍ତ ହେବ ବୋଲି ଜଣାପଡିଛି। କେରଳରେ ବାମ ଗଣତାନ୍ତ୍ରିକ ସାମ୍ମୁଖ(ଏଲଡିଏଫ) ପ୍ରତିଦ୍ୱନ୍ଦ୍ୱୀ କଂଗ୍ରେସ ନେତୃତ୍ୱାଧାନ ୟୁନାଇଟେଡ ଡେମୋକ୍ରାଟିକ ଫ୍ରଣ୍ଟ( ୟୁଡିଏଫ)କୁ ହରାଇ ପୁଣି ଥରେ ଶାସନ ଦଖଲ କରିଛି। ତେବେ ରାଜ୍ୟରେ ବିଜେପି ଏଥର ଖାତା ଖୋଲିବାରେ ବିଫଳ ହୋଇଛି। ଫଲରେ କେରଳ ଦେଶର ବିଜେପିମୁକ୍ତ ରାଜ୍ୟରେ ପରିଣତ ହୋଇଛି।    

   Related Posts