Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଷ୍ଟେଟ୍ ବ୍ୟାଙ୍କ ଉପରେ କୋଟିଏ ଟଙ୍କାର ଫାଇନ ଲଗାଇଲେ ରିଜର୍ଭ ବ୍ୟାଙ୍କ, ସବୁଠୁ ବଡ ବ୍ୟାଙ୍କ ବିରୋଧରେ ଋଣ ନିୟମ ଉଲ୍ଲଙ୍ଘନ ଅଭିଯୋଗ
  • ||
  • ଶ୍ରେୟସ ଆୟରଙ୍କ ଉପରେ ମୁମ୍ବାଇ ଇଣ୍ଡିଆନ୍ସର ନଜର, ରାହୁଲ ଓ ଧାଓ୍ୱନ ବି ବଦଳାଇବେ ଟିମ୍ !
  • ||
  • ରାଜ୍ୟରେ ଆଉ ୩ ଜଣ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୦୬କୁ ବୃଦ୍ଧି
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୨୬୪ କରୋନା ସଂକ୍ରମିତ, ୧୦୪୮୪୯୨ରେ ପହଞ୍ଚିଲା ସଂଖ୍ୟା
  • ||
  • ଜରୁରୀକାଳିନ ପରିସ୍ଥିତି ଘୋଷଣା କଲେ ଗଭର୍ଣ୍ଣର : କରୋନା ସଂକ୍ରମଣ ବଢିବା ପରେ କଟକଣା କଡାକଡି
  • ||
  • ୧୮ କେଜିର ବଜ୍ରକାପ୍ତା ଉଦ୍ଧାର, ଡିଲ୍ ବେଳେ ଧରିଲା ବନ ବିଭାଗ
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୮ ହଜାରରୁ ଅଧିକ କରୋନା ପଜିଟିଭ୍, ୪୬୫ ମୃତ
  • ||
  • ଫସଲ ନଷ୍ଟ କରି ଫେରିଗଲେ ଝାଡଖଣ୍ଡୀ ହାତୀପଲ, କ୍ଷତିପୂରଣ ଦାବି କଲେ ଚାଷୀ
  • ||
  • ଫସଲ ନଷ୍ଟ କରି ଫେରିଗଲେ ଝାଡଖଣ୍ଡୀ ହାତୀପଲ, କ୍ଷତିପୂରଣ ଦାବି କଲେ ଚାଷୀ
  • ||
  • ଓଡିଶା ଉପକୂଳରେ ମାଡ ହେବ ବାତ୍ୟା ! ଡିସେମ୍ବର ୩ରୁ ୬ ଯାଏଁ ପ୍ରବଳ ବର୍ଷା
  • ||

କେରଳ ବିଧାନସଭା ନିର୍ବାଚନ: ୮୩ ଆସନ ଲାଗି ଜାରି ହେଲା CPI(M) ପ୍ରାର୍ଥୀ ସୂଚୀ, ବାଦପଡିଲେ ବାଲନ, ଇସାକ ଓ ସୁଧାକରନ

11/03/2021 at 10:37 PM

ତିରୁଅନନ୍ତପୁରମ : କେରଳ ବିଧାନସଭା ନିର୍ବାଚନ ଲାଗି ଗୁରୁବାର ଶାସକ ସିପିଆଇ(ଏମ) ପ୍ରାର୍ଥୀ ତାଲିକା ଜାରି କରିଛି। ଦଳର ଟୁ ଟର୍ମ ନିୟମ ଅନୁସାରେ ୫ ମନ୍ତ୍ରୀ ଓ ୨୫ ବିଧାୟକଙ୍କ ଟିକେଟ୍ କଟିଛି। ଏହା ଛଡା ରାଜ୍ୟରେ ଦଳ ୯ଜଣ ନିର୍ଦ୍ଦଳୀୟ ପ୍ରାର୍ଥୀଙ୍କୁ ନିର୍ବାଚନରେ ସମର୍ଥନ କରିବ ବୋଲି ଜଣାପଡିଛି। ରାଜ୍ୟରେ ଦଳର ନେତା ତଥା ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ପି.ବିଜୟନଙ୍କୁ କୁନ୍ନୁର ଜିଲ୍ଲାର ଧର୍ମାଦମ ଆସନରୁ ଟିକେଟ୍‌ ଦିଆ ଯାଇଛି।

ଦଳର ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଅନୁସାରେ ରାଜ୍ୟ ରାଜନୀତିରୁ ପ୍ରାୟ ୨ ଦଶନ୍ଧୀ ପରେ ଟି.ଏମ.ଥୋମାସ ଇସାକ୍, ଏ.କେ.ବାଲନ ଓ ଜି.ସୁଧାକରନଙ୍କ ଭଳି ବରିଷ୍ଠ ବାମପନ୍ଥୀ ନେତା ବାଦ ପଡିଛନ୍ତି। ଅତୀତରେ ଇସାକ ୪ ଥର ବିଧାୟକ ଓ ୨ ଥର ମନ୍ତ୍ରୀ ହୋଇଥିଲେ। ସୁଧାକରନ ମଧ୍ୟ ୩ ଥର ବିଧାୟକ ଓ ମନ୍ତ୍ରୀ ଥିଲେ। ଉଭୟ ନେତାଙ୍କୁ ରାଜ୍ୟରେ ମୁଖ୍ୟମନ୍ତ୍ରୀଙ୍କ ସମାସ୍କନ୍ଦ ନେତା ବିଚାର କରାଯାଏ।

ତେବେ ଏଥର କେରଳ ବିଧାନସଭା ନିର୍ବାଚନ ଲାଗି ଦଳ ଯେଉଁମାନଙ୍କୁ ପ୍ରାର୍ଥୀ କରିଛି ସେମାନଙ୍କ ମଧ୍ୟରେ ୪୮ ଜଣ ସ୍ନାତକୋତ୍ତର ।  ଏମାନଙ୍କ ମଧ୍ୟରେ ୨ ଜଣ ପିଏଚଡି, ୨ ଜଣ ଏମବିବିଏସ୍, ୧୪ ପିଜି ୨୨ ଜଣ ଆଇନରେ ସ୍ନାତକ ହୋଇଥିବା ଜଣାପଡିଛି। ସେହିପରି ୪ ଜଣ ପ୍ରାର୍ଥୀଙ୍କ ବୟସ ୩୦ ବର୍ଷରୁ କମ୍‌ ଥିବା କୁହାଯାଇଛି। ୮ ଜଣ ପ୍ରାର୍ଥୀ ୩୧ରୁ ୪୧ ବର୍ଷ ବୟସ ମଧ୍ୟରେ ହୋଇଥିବା ବେଳେ ୧୩ ଜଣ ପ୍ରାର୍ଥୀଙ୍କ ବୟସ ୪୧ରୁ ୫୧ ବର୍ଷ ବୟସ ମଧ୍ୟରେ। ସେହିପରି ୩୩ ଜଣ ପ୍ରାର୍ଥୀଙ୍କ ବୟସ ୫୧ରୁ ୬୧ ବର୍ଷ ହୋଇଥିବା ବେଳେ ବାକି ପ୍ରାର୍ଥୀଙ୍କ ବୟସ ୬୧ ବର୍ଷ ଉପରେ ବୋଲି ଜଣାପଡିଛି।

ପ୍ରାର୍ଥୀ ସୂଚୀରେ ୧୨ ଜଣ ମହିଳା ପ୍ରାର୍ଥୀ ଥିବା ବେଳେ ସେମାନଙ୍କ ମଧ୍ୟରେ କେ.କେ. ଶୈଳଜା ଓ ଜେ.ମର୍ସିକୁଟ୍ଟି ଆମ୍ମାଙ୍କୁ ପୁଣି ପ୍ରାର୍ଥୀ କରାଯାଇଛି। ପ୍ରାର୍ଥୀ ସୂଚୀରେ ପି.ବିଜୟନ(୭୫) ସବୁଠୁ ବୟସ୍କ ପ୍ରାର୍ଥୀ ହୋଇଥିବା ବେଳେ ଏଏଫଆଇ ନେତା ସଚ୍ଚିନ ଦେବ(୨୭) ସର୍ବ କନିଷ୍ଠ ପ୍ରାର୍ଥୀ ବୋଲି ଜଣାପଡିଛି।  

   Related Posts