Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଟାଙ୍ଗୀ: ବାଲିନାଶିରେ ୨ ଭାଇଙ୍କୁ ଗୋଡ଼େଇ ଗୋଡ଼େଇ ହାଣିଲେ ଦୁର୍ବୃତ୍ତ, ଗୁରୁତର ଅବସ୍ଥାରେ ଏମ୍ସରେ ଭର୍ତ୍ତି
  • ||
  • ବଲାଙ୍ଗୀର: ବେଆଇନ୍ ବାଲି ବୋଝେଇ ଟ୍ରାକ୍ଟର ଜବତ, ମାଲିକଙ୍କ ଉପରେ ୨୦ ହଜାର ଟଙ୍କାର ଫାଇନ୍ ଲଗାଇଲେ ତହସିଲଦାର
  • ||
  • ରାଇରଙ୍ଗପୁର: କଲୋନୀରେ ଅଗ୍ନିକାଣ୍ଡ, ଜଳି ପାଉଁଶ ହୋଇଗଲା ୨ ବଖରା ଘର
  • ||
  • ନବରଙ୍ଗପୁର : ନିଖୋଜ ଯୁବକଙ୍କ ଗଳିତ ମୃତଦେହ ଉଦ୍ଧାର
  • ||
  • କାମାକ୍ଷାନଗର : ବାଇକ୍‌କୁ ଧକ୍କା ଦେଲା ହାଇଓ୍ବା, ଜଣେ ମୃତ, ଜଣେ ଗୁରୁତର
  • ||
  • ବଲାଙ୍ଗୀର: ଆକ୍ସନ ମୋଡ୍‌ରେ ପଶ୍ଚିମ ଓଡିଶା ବିକାଶ ପରିଷଦର ଅଧ୍ୟକ୍ଷ, ଆରମ୍ଭ କଲେ ନୂଆ ପ୍ରକଳ୍ପ
  • ||
  • ବରଗଡ : ବାଲି ବୋଝେଇ ଟ୍ରାକ୍ଟର ଓ ବାଇକ୍ ମୁହାଁମୁହିଁ ଧକ୍କା, ୨ ଜଣ ମୃତ
  • ||
  • ଭୁବନେଶ୍ବର : ମାଟ୍ରିକ୍ ପରୀକ୍ଷାର୍ଥୀଙ୍କୁ ମିଳିବ ‘ପରୀକ୍ଷା ଦର୍ପଣ’, ପରୀକ୍ଷା ପାଇଁ ହେବ ସହାୟକ
  • ||
  • ଭୁବନେଶ୍ବର : ହୋଟେଲ୍ ଓ ରେଷ୍ଟୁରାଣ୍ଟକୁ BMCର କଡା ନିର୍ଦ୍ଦେଶ, ୭ ଦିନ ଭିତରେ ଦୋକାନ ସମ୍ମୁଖରେ ଲଗାଅ ଫୁଡ୍ ସେଫ୍ଟି ସାର୍ଟିଫିକେଟ୍
  • ||
  • ଭୁବନେଶ୍ବର : ରାଜ୍ୟରେ ଆଉ ଜଣେ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୯୦୩ ଛୁଇଁଲା ମୃତକଙ୍କ ସଂଖ୍ୟା
  • ||

ସ୍ୱାମୀଙ୍କ ପାସପୋର୍ଟକୁ ଟେଲିଫୋନ ଡାଏରୀ କରିଦେଲେ ମହିଳା, ଲେଖିଲେ ଫୋନ ନମ୍ବର ସହ ରାସନ ତାଲିକା

29/03/2019 at 3:55 PM

କୋଏମ୍ବାଟୁର ୨୯/୩ : ସାଧାରଣତଃ ଗୃହିଣୀମାନେ ଘରେ ଥିବାବେଳେ କିଛି ଲେଖିବାର ଥିଲେ ନୋଟବୁକ ବ୍ୟବହାର କରିଥାନ୍ତି ଯେପରିକି ସେ ଭୁଲି ନଯାଆନ୍ତି | ବେଳେବେଳେ ମହିଳା ମାନେ ଘରେ ଯେକୌଣସି କାଗଜପତ୍ର ବା ଖାତାରେ ମଧ୍ୟ ତାଲିକା କରିଦେଇଥାନ୍ତି | ଏପରିକି ପିଲାଙ୍କ ପାଠପଢା ଖାତାରେ ମଧ୍ୟ ବେଳେବେଳେ ତାଲିକା କରିଦେଇଥାନ୍ତି | ଯାହାଫଳରେ ପିଲାଙ୍କୁ ସ୍କୁଲରେ ଶିକ୍ଷକଙ୍କ ଠାରୁ ଗାଳି ମଧ୍ୟ ଶୁଣିବାକୁ ପଡିଥାଏ | ଏହିଭଳି ଏକ ଭୟଙ୍କର ଭୁଲ କରିଛନ୍ତି କେରଳର ଜଣେ ମହିଳା |


କେରଳର ଜଣେ ମହିଳା ଏମିତି ଏକ କାମ କରିଛନ୍ତି ଯାହାକୁ ଦେଖି ସ୍ୱାମୀଙ୍କ ମୁଣ୍ଡରେ ଚଡକ ପଡିଯାଇଛି | ମହିଳାଙ୍କୁ ଘରେ ଏକ ଛୋଟ ନୋଟବୁକ ମିଳିଥିଲା ଯେଉଁଥିରେ ସେ ସମ୍ପର୍କୀୟଙ୍କ ଫୋନ ନମ୍ବର ନୋଟ କରିଦେଲେ | ଏପରିକି ସେଥିରେ ଘରର ରାସନ ତାଲିକା ମଧ୍ୟ ଲେଖିଦେଲେ | ପରେ ଯେତେବେଳେ ଦେଖିଲେ ଜାଣିବାକୁ ପାଇଲେ ତାହା ନୋଟବୁକ ନୁହଁ ବରଂ ତାଙ୍କ ସ୍ୱାମୀଙ୍କ ପାସପୋର୍ଟ | ସ୍ୱାମୀ ଯେତେବେଳେ ନିଜେ ପାସପୋର୍ଟ ଖୋଲି ଦେଖିଲେ ତାଙ୍କ ମୁଣ୍ଡରେ ଚଡକ ପଡିଗଲା | ପାସପୋର୍ଟ ଭିତରେ ଲେଖାଯାଇଥିଲା ଫୋନ ନମ୍ବର ଏବଂ ରାସନ ତାଲିକା |


ପାସପୋର୍ଟ ନିୟମ ଅନୁଯାୟୀ, ପାସପୋର୍ଟରେ ଯେଉଁ ଖାଲି ସ୍ଥାନ ରହିଥାଏ ସେଥିରେ କେବଳ ସେତେବେଳେ ଷ୍ଟାମ୍ପ ଲଗାଯାଏ ଯେତେବେଳେ ଜଣେ ବ୍ୟକ୍ତି ଭିସା ପାଇଁ ଆବେଦନ କରିଥାନ୍ତି | ପାସପୋର୍ଟର ଖାଲି ପୃଷ୍ଠାରେ ଅନ୍ୟ କିଛି ଲେଖିବା ଦ୍ୱାରା ପାସପୋର୍ଟ ରଦ୍ଦ ହୋଇଯାଏ |


ତେବେ ମହିଳାଙ୍କ ସ୍ୱାମୀ କହିଛନ୍ତି ଯେ, ଯେଉଁ ପାସପୋର୍ଟରେ ମହିଳା ଫୋନ ନମ୍ବର ଏବଂ ରାସନ ତାଲିକା ଲେଖିଥିଲେ ତାହା ପୁରୁଣା ପାସପୋର୍ଟ ଏବଂ ଏହା ତାଙ୍କର କୌଣସି କାମରେ ଲାଗିବାର ନଥିଲା | ସେଥିପାଇଁ ମହିଳା ଜଣକ ପାସପୋର୍ଟକୁ ଟେଲିଫୋନ ଡାଏରୀ କରିଦେଇଥିଲେ |


ତେବେ ଏହା ଏକ ଶିକ୍ଷା ମଧ୍ୟ | ସବୁବେଳେ ନିଜ ଜରୁରୀ କାଗଜପତ୍ର ପିଲାଙ୍କ ହାତ ପାହାନ୍ତାରୁ ଦୂରରେ ଏବଂ ସୁରକ୍ଷିତ ସ୍ଥାନରେ ରଖିବା ଉଚିତ | ନଚେତ ବେଳେବେଳେ ଏମିତି ଭୁଲ ହୋଇଯାଏ ଯାହାଫଳରେ ଆମକୁ ପଶ୍ଚାତାପ କରିବାକୁ ପଡିଥାଏ | ବେଳେବେଳେ ଏହିଭଳି ଛୋଟ ଛୋଟ ଭୁଲ ପାଇଁ ବଡ ବଡ କାମ ମଧ୍ୟ ଅଟକି ଯାଇଥାଏ |

   Related Posts