Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କଟକଣା କଡାକଡି କଲା ହଙ୍ଗକଙ୍ଗ, ବାହାର ଦେଶର ନାଗରିକଙ୍କ ପ୍ରବେଶ ଉପରେ ରୋକ୍
  • ||
  • ଟଳିଗଲା ମୃତ୍ୟୁ, ଅଳ୍ପକେ ମରଣ ମୁହଁରୁ ବର୍ତ୍ତିଲେ କଲେଜ ଛାତ୍ରୀ ଓ ସ୍କୁଟି ଚାଳକ : ସିସିଟିଭିରେ ଛାତିଥରା ଦୃଶ୍ୟ
  • ||
  • ରାଜ୍ୟରେ ଆଉ ୨ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୧୧କୁ ବୃଦ୍ଧି
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୨୨୮ କରୋନା ସଂକ୍ରମିତ, ୧୦୪୯୧୦୮ରେ ପହଞ୍ଚିଲା ସଂଖ୍ୟା
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୬ ହଜାରରୁ ଅଧିକ କରୋନା ପଜିଟିଭ୍, ୧୯୦ ମୃତ
  • ||
  • ହଠାତ ହେଲା ବରଫ ଝଡ, ପବ୍‌ରେ ଫସିଗଲେ ୬୧ ଗ୍ରାହକ : ୩ ଦିନ ପରେ ଉଦ୍ଧାର
  • ||
  • ମା’ ସୁରେଶ୍ୱରୀ ମନ୍ଦିରରୁ ଚୋରି, ନେଇଗଲେ ଦେବୀଙ୍କ ରୁପା ମୁକୁଟ
  • ||
  • ବୁଧବାରଠୁ କମ୍ପିବ ବିଧାନସଭା, ଅଧିବେଶନ ପୂର୍ବରୁ ରଣନୀତି ପ୍ରସ୍ତୁତ କରିବେ ଶାସକ ଓ ବିରୋଧି
  • ||
  • ଆସୁଛି ବାତ୍ୟା ‘ଜଓ୍ୱାଦ’, ୪ ତାରିଖରେ କରିବ ଲ୍ୟାଣ୍ଡଫଲ
  • ||
  • ଜଗତସିଂହପୁରରେ ‘ସାଗର କବଚ ଓଡି-୨୧’, ସମରାଭ୍ୟାସରେ ସାମିଲ ଭାରତୀୟ ତଟରକ୍ଷୀ ବାହିନୀ ଓ ମେରାଇନ୍ ପୋଲିସ
  • ||

କୋଚ୍ଚିରେ ଗ୍ଲାଇଡର ବିମାନ ଦୁର୍ଘଟଣାଗ୍ରସ୍ତ, ଦୁଇ ନୌସେନା ଅଧିକାରୀ ମୃତ

4/10/2020 at 11:35 AM

ନୂଆଦିଲ୍ଲୀ ୦୪/୧୦: କେରଳର କୋଚ୍ଚି ଜିଲ୍ଲାରେ ଆଜି ସକାଳେ ବଡ଼ ଏକ ଦୁର୍ଘଟଣା ଘଟିଛି। ବିମାନ ଦୁର୍ଘଟଣାରେ ନୌସେନାର ଦୁଇ ଅଧିକାରୀ ପ୍ରାଣ ହରାଇଛନ୍ତି। ଡିଫେନ୍ସ ପ୍ରବକ୍ତା ଏହି ସୂଚନା ଦେଇଛନ୍ତି। ଏଥିରେ ଦୁଇ ଜଣ ନୌସେନାଙ୍କ ମୃତ୍ୟୁ ହୋଛି। ଅର୍ଥାତ୍ ଲେଫ୍ଟନାଣ୍ଟ୍ ରାଜୀବ ଝା (୩୯) ଓ ସୁନୀଲ କୁମାର (୨୯) ଏହି ବିମାନରେ ଥିଲେ ଓ ଦୁହେଁ ଦୁର୍ଘଟଣାରେ ପ୍ରାଣ ହରାଇଛନ୍ତି। ସକାଳ ପ୍ରାୟ ୭ଟାରେ ଏହି ଦୁର୍ଘଟଣା ଘଟିଥିବା କୁହାଯାଉଛି।

ତେବେ ଏହି ଦୁର୍ଘଟଣା ଥୋପୁମପଡ଼ି ବ୍ରିଜ ନିକଟସ୍ଥ ନୌସେନା ବେସ୍ ପାଖରେ ହୋଇଛି। ରୁଟିନ୍ ଟ୍ରେନିଂ ସମୟରେ ଏହି ଏୟାରକ୍ରାଫ୍ଟ ଆଇଏନଏସ ଗରୁଡାରୁ ଉଡାଣ ଭରିଥିଲା। ଏହି ସମୟରେ ହିଁ ଏହି ଅଘଟଣ ଘଟିଛି। ଦୁର୍ଘଟଣା ପରେ ଗ୍ଲାଇଡରକୁ ମଲବେରୁ ଉଦ୍ଧାର କରାଯାଇଛି। ଦକ୍ଷିଣ ନୌସେନା କମାଣ୍ଡର ଏହି ମାମଲାର ଯାଞ୍ଚ ଆଦେଶ ଦେଶ ଦେଇ ତଦନ୍ତ ବୋର୍ଡ ଗଠନର ନିର୍ଦେଶ ଦେଇଛନ୍ତି।

   Related Posts