କେରଳରେ ସୋମବାରଠୁ ଖୋଲିବ ରେସ୍ତୋରାଁ, ଅଣ ହଟ୍‌ସ୍ପଟ୍‌ ଅଞ୍ଚଳରେ ଲାଗୁ ହେବ ଯୁଗ୍ମ-ଅଯୁଗ୍ମ ଫର୍ମୁଲା

Published By : Prameya-News7 Bureau | April 18, 2020 IST

ତିରୁଅନନ୍ତପୁରମ ୧୮।୦୪:  କେରଳର ଅନେକ ଅଞ୍ଚଳରେ ସୋମବାରଠୁ ଲକ୍‌ଡାଉନ୍‌ରେ କିଛି କୋହଳ ଦିଆଯିବ। ଏହାରି ଆଧାରରେ ସନ୍ଧ୍ୟା ୭ଟା ପର୍ଯ୍ୟନ୍ତ ରେସ୍ତୋରାଁ ଖୋଲା ରହିବ। ଅନ୍ୟପଟେ ଯାନବାହାନ ପାଇଁ ଯୁଗ୍ମ-ଅଯୁଗ୍ମ ନମ୍ବର ଫର୍ମୁଲା ଲାଗୁ କରାଯିବ। ପିନାରାଇ ବିଜୟନ ସରକାର କେରଳରେ ଧିରେ ଧିରେ ଲକ୍‌ଡାଉନ୍‌ରେ କୋହଳ ପାଇଁ ଶନିବାର ବିସ୍ତୃତ ଗାଇଡ୍ ଲାଇନ ଜାରି କରିଛନ୍ତି। ଏଥିରେ ରାଜ୍ୟକୁ ଚାରୋଟି ଜୋନରେ ବିଭକ୍ତ କରାଯାଇଛି। ଏହା ହେଉଛି ରେଡ୍, ଅରେଞ୍ଜ ଏ,  ଅରେଞ୍ଜ ବି ଓ ଗ୍ରୀନ ଜୋନ୍।

ରାଜ୍ୟର ରେଡ୍‌ ଜୋନରେ ଥିବା ଜିଲ୍ଲା କାସରଗୋଡ, କନ୍ନୁର, କୋଝିକଡ, ମଲପ୍ପୁରମରେ କୌଣସି କୋହଳ ଦିଆଯିବ ନାହିଁ। ଏହି ଗାଇଡ୍ ଲାଇନ୍‌ରେ କୁହାଯାଇଛି ଯେ, ପ୍ରତ୍ୟେକ ହଟ୍‌ସ୍ପଟ୍‌ ସିଲ୍‌ ରହିବ ଏବଂ ଆବଶ୍ୟକ ବସ୍ତୁ ଓ ସେବାର ଯୋଗାଣ ପାଇଁ କେବଳ ପ୍ରବେଶ ଏବଂ ପ୍ରସ୍ଥାନ ପଥ ରହିବ।

{"id":256196,"sizeSlug":"large"}

ଅନ୍ୟ ସ୍ଥାନରେ ଜୋନ୍ ବର୍ଗୀକରଣ  ଆଧାରରେ ଜିଲ୍ଲା ଭିତରେ ଘରୋଇ ଯାନକୁ ଯୁଗ୍ମ ଅଯୁଗ୍ମ ଆଧାରରେ ସଡକରେ ଯାତାୟତ କରିବାକୁ ଅନୁମତି ଦିଆଯିବ। ଏହା ସହିତ ସନ୍ଧ୍ୟା ୭ଟା ପର୍ଯ୍ୟନ୍ତ ରେସ୍ତୋରାଁ ଖୋଲା ରହିବ। ରାତି ୮ଟା ପର୍ଯ୍ୟନ୍ତ ଖାଦ୍ୟ ପ୍ୟାକ୍ କରି ଘରକୁ ନେଇ ଯିବାକୁ ଅନୁମତି ମିଳିବ। ଏହା ବ୍ୟତୀତ ଜିଲ୍ଲାଗୁଡିକ ମଧ୍ୟରେ ଛୋଟ ଛୋଟ ଦୂରତା ପାଇଁ ବସ୍ ଯାତ୍ରାର ମଧ୍ୟ ଅନୁମତି ମିଳିବ। ଅଧିକାରୀ କହିଛନ୍ତି ଯେ, ଏହି ସବୁ ସେବା ପାଇଁ ସାମାଜିକ ଦୂରତ୍ଵ ନିୟମକୁ କଡା କଡି ଭାବେ ପାଳନ କରାଯିବ।

ଅରେଞ୍ଜ ଏ ଜୋନ୍ ଆଧାରରେ ଆସୁଥିବା ଜିଲ୍ଲା ପଠାନାମିଟ୍ଟା, ଏର୍ଣ୍ଣାକୁଲମ ଓ କୋଲ୍ଲମରେ ଏପ୍ରିଲ ୨୪ରୁ ଲକ୍‌ଡାଉନ୍‌ରେ ଆଂଶିକ କୋହଳ ଦିଆଯିବ। ସେହି ପରି ଅରେଞ୍ଜ ବିରେ ଆସୁଥିବା ଜିଲ୍ଲା ଅଲପୁଝା, ତ୍ରିବେନ୍ଦ୍ରମ, ପଲକ୍କଡ, ଓ୍ଵାରନାଡ ଓ ତ୍ରିଶୁରରେ ସୋମବାର ଆଂଶିକ କୋହଳ ମିଳିବ। ଅନ୍ୟପଟେ ସରକାର ଦୁଇଟି ଜିଲ୍ଲା କୋଟ୍ଟାୟମ ଓ ଇଡୁକ୍କିକୁ ଗ୍ରୀନ ଜୋନରେ ସାମିଲ କରିଛନ୍ତି। ଏଠାରେ ସୋମବାରଠୁ ପ୍ରତିବନ୍ଧକ ହଟାଇ ଦିଆଯିବ।

{"id":256199,"sizeSlug":"large"}

କେରଳ ବହୁତ ମାତ୍ରା ପର୍ଯ୍ୟନ୍ତ କରୋନାକୁ ନିୟନ୍ତ୍ରଣ କରିବାରେ ସଫଳ ହୋଇଛି। ଏଠାରେ କରୋନାର ନୂତନ ସଂକ୍ରମିତ ସଂଖ୍ୟାରେ ବହୁତ ହ୍ରାସ ଘଟିଛି। ରାଜ୍ୟର  ହସ୍ପିଟାଲରୁ ବଡ ସଂଖ୍ୟାରେ କରୋନା ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଲେଣି। ଗତ ୭ ଦିନରେ କେବଳ ୩୨ ରୋଗୀ ଚିହ୍ନଟ ହୋଇଥିବା ବେଳେ ୧୨୯ କୋଭିଡ୍-୧୯ ରୋଗୀ ସୁସ୍ଥ ହୋଇ ଘରକୁ ଫେରିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.