କେରଳରେ କରୋନା ବଢାଇଲା ଚିନ୍ତା, ସେଣ୍ଟ୍ରାଲ ଜେଲ୍‌ର ୩ ଅଧିକାରୀ ଓ ୫୦ କଏଦୀ କୋଭିଡ୍-୧୯ ପଜିଟିଭ୍

Published By : Prameya-News7 Bureau | August 15, 2020 IST

ତିରୁଅନନ୍ତପୁରମ ୧୫।୦୮: କେରଳରେ ମହାମାରୀ କରୋନାର ପ୍ରକୋପ ଥମିବାର ନାଁ ନେଉନାହିଁ। ପ୍ରତି ଦିନ ଆକ୍ରାନ୍ତଙ୍କ ସଂଖ୍ୟା ବଢିବାରେ ଲାଗିଛି। ଏବେ ସଂକ୍ରମଣ ଜେଲ୍‌ ପର୍ଯ୍ୟନ୍ତ ବ୍ୟାପି ଯାଇଛି। କେରଳର ସେଣ୍ଟ୍ରାଲ ଜେଲରେ ଶନିବାର ତିନି ଅଧିକାରୀ ଓ ୫୦ କଏଦୀଙ୍କ କୋଭିଡ୍-୧୯ ରିପୋର୍ଟ ପଜିଟିଭ୍ ଆସିଛି। ଏହା ସହିତ ତିରୁଅନନ୍ତପୁରମ ସେଣ୍ଟ୍ରାଲ ଜେଲ୍‌ ଓ କୋଲ୍ଲମ ଜିଲ୍ଲା ଜେଲ୍‌ରେ ବନ୍ଦୀ ମୋଟ୍ ୨୬୬ କଏଦୀ କରୋନାରେ ସଂକ୍ରମିତ ହୋଇ ସାରିଛନ୍ତି। କେରଳର ଆଇଜି, ଜେଲ(ମୁଖ୍ୟାଳୟ) ସନ୍ତୋଷ ଏସ୍ ଏହି ସୂଚନା ଦେଇଛନ୍ତି।

କେରଳରେ ଶୁକ୍ରବାର କୋଭିଡ୍-୧୯ର ନୂତନ ୧୫୬୯ ନୂତନ ସଂକ୍ରମିତ ଚିହ୍ନଟ ହେବା ପରେ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ବଢି ୪୧,୨୭୭ରେ ପହଞ୍ଚିଛି। ସ୍ଵାସ୍ଥ୍ୟ ମନ୍ତ୍ରୀ କେ କେ ଶୈଲଜା କହିଛନ୍ତି ସଂକ୍ରମିତଙ୍କ ମଧ୍ୟରେ ୨୭ ସ୍ଵାସ୍ଥ୍ୟ କର୍ମଚାରୀ ସାମିଲ। ଶୁକ୍ରବାର ୧୩୦୪ ଆକ୍ରାନ୍ତ ଆରୋଗ୍ୟ ଲାଭ କରିଛନ୍ତି। ଏହାକୁ ମିଶାଇ ରାଜ୍ୟରେ ଏ ପର୍ଯ୍ୟନ୍ତ ୨୬,୯୯୬ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ସ୍ଵାସ୍ଥ୍ୟ ମନ୍ତ୍ରୀ କହିଛନ୍ତି ବର୍ତ୍ତମାନ ରାଜ୍ୟରେ କୋଭିଡ୍-୧୯ର ୧୪,୦୯୪ ରୋଗୀ ଚିକିତ୍ସାଧୀନ ଅଛନ୍ତି। ବିଦେଶରୁ ୫୬ ସଂକ୍ରମିତ କେରଳ ଆସିଥିବା ବେଳେ ୧୩୨ ଜଣ  ବାହାର ରାଜ୍ୟରୁ ଫେରିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.