Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଟିକା ବଣ୍ଟନ ପାଇଁ ୨୧ ଜଣିଆ ପରିଚାଳନା କମିଟି ଗଠନ, ସ୍ଵାସ୍ଥ୍ୟ ବିଭାଗର ନିର୍ଦ୍ଦେଶକ ହେଲେ ଅଧ୍ୟକ୍ଷ
  • ||
  • ୯୦ ପ୍ରତିଶତ ନଷ୍ଟ ହୋଇ ସାରିଥିଲା କରୋନା ସଂକ୍ରମିତ ବ୍ୟକ୍ତିଙ୍କ ଫୁସ୍‌ଫୁସ୍, ଇକମୋ ପଦ୍ଧତିରେ ସୁସ୍ଥ କଲେ ସମ୍ ଡାକ୍ତର
  • ||
  • ଦ୍ଵିତୀୟ ଲହର ସଂକ୍ରମଣର ଆଶଙ୍କା ନାହିଁ, ସୁସ୍ଥ ହୋଇ ଘରକୁ ଫେରିଲେ ୬୦୫ ଆକ୍ରାନ୍ତ
  • ||
  • ଡିସେମ୍ବର ୮ରେ କୃଷକଙ୍କ ଭାରତ ବନ୍ଦ ଡାକରା, ରାଜ୍ୟ କଂଗ୍ରେସର ସମର୍ଥନ ଘୋଷଣା
  • ||
  • ପଞ୍ଚମ ପର୍ଯ୍ୟାୟ କୃଷକ-ସରକାରଙ୍କ ଆଲୋଚନା ବିଫଳ, ଡିସେମ୍ବର ୯’ରେ ପୁଣି ବୈଠକ
  • ||
  • ସାଲେପୁର : ଷଣ୍ଢକୁ ଧକ୍କା ଦେବା ପରେ ହୁତୁ ହୁତୁ ହୋଇ ଜଳିଲା କାର୍, ଅଳ୍ପକେ ବର୍ତ୍ତିଲେ ୪ ଜଣ
  • ||
  • ଭୁବନେଶ୍ବର : ‘ପରୀ’ ହତ୍ୟାକାରୀକୁ ଧରାଇଦେଲେ ମିଳିବ ଲକ୍ଷେ ଟଙ୍କା
  • ||
  • ନୟାଗଡ : ଘର ବାଡିପଟୁ ମିଳିଲା ବୃଦ୍ଧଙ୍କ ମୃତଦେହ, ମୁଣ୍ଡ ଏବଂ ମୁହଁରେ ରହିଛି କ୍ଷତଚିହ୍ନ, ହତ୍ୟା ସନ୍ଦେହ
  • ||
  • ଯାଜପୁର : ଭୟାବହ ଅଗ୍ନିକାଣ୍ଡ, ୧୨ ବଖରା ଘର ସହ ଜଳିଗଲା ଲକ୍ଷାଧିକ ଟଙ୍କାର ସୁନା ଗହଣା
  • ||
  • ଢେଙ୍କାନାଳ : ବାଇକ୍‌କୁ ଧକ୍କା ଦେଲା କାର୍, ଆରୋହୀ ପିଟିହେଲେ ଟ୍ରକ୍‌ରେ, ଚାଲିଗଲା ଜୀବନ
  • ||

ଷଷ୍ଠ ଶ୍ରେଣୀର ଛାତ୍ରୀଙ୍କୁ ବାରମ୍ବାର ଦୁଷ୍କର୍ମ କରୁଥିଲା ଶିକ୍ଷକ : ୬୦ବର୍ଷର ଜେଲଦଣ୍ଡ ଶୁଣାଇଲା କୋର୍ଟ

30/01/2020 at 3:57 PM

ତିରୁଅନନ୍ତପୁରମ୍ ୩୦/୧: କେରଳର ଜଣେ ସ୍କୁଲ୍ ଶିକ୍ଷକଙ୍କୁ ନାବାଳିକା ଛାତ୍ରୀଙ୍କୁ ଯୌନ ଶୋଷଣ ଦେବା ଅଭିଯୋଗରେ ବୁଧବାର ୬୦ବର୍ଷର ଜେଲଦଣ୍ଡ ଶୁଣାଇଛି। ଆଶ୍ଚର୍ଯ୍ୟର କଥା ଏହିକି ଯେ ଅଭିଯୁକ୍ତ ଶିକ୍ଷକ ଯେଉଁ ନାବାଳିକା ଛାତ୍ରୀଙ୍କୁ ଯୌନ ନିର୍ଯାତନା ଦେଇଥିଲେ ସେ ଆଂଶିକଭାବେ ଦୃଷ୍ଟିହୀନ। ବିଶେଷଜ୍ଞ କହିଛନ୍ତି ଯେ ନାବାଳିକାଙ୍କୁ ଯୌନ ନିର୍ଯାତନା ଦେବା ମାମଲାରେ ଏତେ ବର୍ଷ ଦଣ୍ଡ ଘୋଷଣା ବୋଧହୁଏ ପ୍ରଥମ ମାମଲା।

ଦଣ୍ଡ ଘୋଷଣା କରିବା ସମୟରେ କୋଝିକୋଡରେ ପୋକ୍ସୋ କୋର୍ଟ ରାଜ୍ୟ ସରକାରଙ୍କୁ ପୀଡ଼ିତ ପରିବାରକୁ ୨ଲକ୍ଷ ଟଙ୍କା କ୍ଷତିପୂରଣ ଦେବାକୁ ନିର୍ଦେଶ ଦେଇଛି। ଅଭିଯୁକ୍ତ ଶିକ୍ଷକ,ପୀଡ଼ିତା ଛାତ୍ରୀଙ୍କୁ ଅନେକ ଥର ଯୌନ ଶୋଷଣ କରିଥିଲେ ଏବଂ ତାଙ୍କୁ କାହାକୁ ନ କହିବାକୁ ଧମକ ଦେଇଥିଲେ।

ସ୍କୁଲର ଶିକ୍ଷକ ଫିରୋଜ ଖାନଙ୍କ ବିରୋଧରେ ୨୦୧୭ମସିହାରେ ମାମଲା ସାମନାକୁ ଆସିଥିଲା ଏବଂ ଅନେକ ଛାତ୍ରୀ ଏବଂ ଶିକ୍ଷକ ତାଙ୍କ ବିରୋଧରେ ମାମଲା ରୁଜୁ କରିଥିଲେ। ଅଭିଯୁକ୍ତ ଶିକ୍ଷକ ଷଷ୍ଠ ଶ୍ରେଣୀର ଛାତ୍ରୀଙ୍କୁ ଅନେକ ଥର ଦୁଷ୍କର୍ମ କରିଥିଲେ।

ପୀଡ଼ିତା ତାଙ୍କର କେତେକ ସହପାଠୀଙ୍କୁ ନିଜର ଦୁଃଖ କାହାଣୀ କହିଥିଲେ। ତାଙ୍କ ସହପାଠୀମାନେ ଅଭିଯୁକ୍ତ ଶିକ୍ଷକଙ୍କୁ ପାନେ ଦେବା ପାଇଁ ସୁଯୋଗକୁ ଅପେକ୍ଷା କରିଥିଲେ। କିନ୍ତୁ ସ୍କୁଲରେ ଏକ କାଉନସିଲିଂ କାର୍ଯ୍ୟକ୍ରମ ସମୟରେ ସେହି ପୀଡ଼ିତା ଛାତ୍ରୀଙ୍କ କଥା ସାମନାକୁ ଆସିଥିଲା  ଏବଂ ଏହା ପରେ ଶିକ୍ଷକଙ୍କ ବିରୋଧରେ ମାମଲା ରୁଜୁ ହୋଇଥିଲା।

ନିଷ୍ପତ୍ତି ଶୁଣାଇବା ବେଳେ ପୋକ୍ସୋ କୋର୍ଟର ବିଚାରପତି କହିଥିଲେ ଯେ ଜଣେ ଶିକ୍ଷକଙ୍କୁ ଛାତ୍ରଛାତ୍ରୀ ଏବଂ ସମାଜ ପାଇଁ ଏକ ଆଦର୍ଶ ହେବା ଉଚିତ୍। ଅଭିଯୁକ୍ତ ନାବାଳିକାଙ୍କ ଶୋଷଣ କରିଥିବାରୁ କୌଣସି ସହାନୁଭୂତିର ଯୋଗ୍ୟ ନୁହଁନ୍ତି।

   Related Posts