ମାଟିରେ ମିଶିଲା ୪ଟି ବହୁତଳ କୋଠା : ବେଆଇନ୍ ଭାବେ ହୋଇଥିଲା ନିର୍ମାଣ

Published By : Prameya-News7 Bureau | January 11, 2020 IST

କୋଚି ୧୧/୧: ମାଟିରେ ମିଶିଲା ମହଲ । ବେଆଇନ ନିର୍ମାଣର ପରିମାଣ କେତେ ଯେ ଭୟଙ୍କର ତାହା ପୁଣି ଥରେ କେରଳରେ ପ୍ରମାଣିତ ହୋଇଛି । କେରଳ ମାରାଦୁରେ ୪ଟି ବହୁତଳ କୋଠାକୁ ଆଜି ମାଟିରେ ମିଶାଇଛି ପ୍ରଶାସନ । ଯେଉଁଥିରେ H2O Holyfaith apartment ଓ ଆଲଫା ସେନିନର ଦୁଇଟି ଲେଖାଏଁ ଆପାର୍ଟମେଣ୍ଟ ରହିଛି ।

{"id":209815,"sizeSlug":"large"}

କୋଷ୍ଟାଲ ରେଗୁଲେସନ ଜୋନ ନିୟମ ଉଲଂଘନ କରି କେରଳର ଉପକୂଳବର୍ତ୍ତୀ ଅଞ୍ଚଳରେ ଏକ ମନୋରମ ସ୍ଥାନରେ ନିର୍ମାଣ କରାଯାଇଥିଲା ଏହି କୋଠା ଗୁଡ଼ିକ । ଗତ ବର୍ଷ ଏହି ମାମଲାର ଶୁଣାଣି କରି କୋଠା ଗୁଡ଼ିକୁ ଭାଙ୍ଗିବା ପାଇଁ ନିର୍ଦ୍ଦେଶ ଦେଇଥିଲେ ସୁପ୍ରିମକୋର୍ଟ । ସେହିପରି ଆପାର୍ଟମେଣ୍ଟରେ ଘର କିଣିଥିବା ବ୍ୟକ୍ତି ବିଶେଷଙ୍କୁ କ୍ଷତି ପୂରଣ ଦେବା ପାଇଁ କେରଳ ସରକାରଙ୍କୁ ନିର୍ଦ୍ଦେଶ ଦିଆଯାଇଥିଲା ।

{"id":209816,"sizeSlug":"large"}

ଆପାର୍ଟମେଣ୍ଟ ଭାଙ୍ଗିବା ପାଇଁ ଗତକାଲିଠାରୁ ପ୍ରସ୍ତୁତି ଆରମ୍ଭ କରାଯାଇଥିବା ବେଳେ  ଆଜି ସକାଳ ୯ଟାରୁ ସ୍ଥାନୀୟ ଅଞ୍ଚଳରେ ୧୪୪ ଧାରା ଜାରି କରାଯାଇଥିଲା । ବିଲ୍ଡିଂର ୨୦୦ ମିଟର ପରିଧି ମଧ୍ୟରେ ସାଧାରଣ ଲୋକଙ୍କ ଚଳାଚଳ ଉପରେ ପ୍ରତିବନ୍ଧକ ଲଗାଯାଇଥିଲା । ସକାଳ ୧୧ଟାରୁ ବିଲ୍ଡିଂ ଭାଙ୍ଗିବା କାମ ଆରମ୍ଭ କରାଯାଇଥିବା ବେଳେ ମାତ୍ର ୫ ସେକେଣ୍ଡରେ ମାଟିରେ ଗୋଟିଏ ପରେ ଗୋଟିଏ କୋଠା ମିଶିଥିଲା।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.