ସାମାଜିକ କର୍ମୀ ରେହାନା ଫାତିମାଙ୍କ ଅକଲ୍ ଗୁଡୁମ୍: ଅର୍ଦ୍ଧ ଉଲଗ୍ନ ହୋଇ ବସିଥିଲେ, ଛୁଆ କରୁଥିଲେ ଚିତ୍ର, ଏବେ ପୋଲିସ ରୁଜୁ କଲା ମାମଲା

Published By : Prameya-News7 Bureau | June 25, 2020 IST

କୋଚିନ୍, ୨୫|୦୬: କେରଳର ବିବାଦୀୟ ସାମାଜିକ କାର୍ଯ୍ୟକର୍ତ୍ତା ରେହାନା ଫାତିମା ପୁଣି ଚର୍ଚ୍ଚାରେ ରହିଛନ୍ତି । ସେ ନିଜ ନାବାଳକ ଶିଶୁଙ୍କ ଦ୍ୱାରା ନିଜର ଅର୍ଦ୍ଧନଗ୍ନ ଶରୀର ଛବି ଆଙ୍କିଥିବା ଅଭିଯୋଗ ହୋଇଛି । ଏହାର ଭିଡିଓ ମଧ୍ୟ ସେ ସୋସିଆଲ ମିଡିଆରେ ପୋଷ୍ଟ କରିଛନ୍ତି । ଏହି ଭିଡିଓ ଭାଇରାଲ ହେବା ପରେ ପୋଲିସ ରେହାନାଙ୍କ ବିରୋଧରେ ମାମଲା ରୁଜୁ କରିଛି ।

ଏହି ମାମଲା ସୂଚନା ପ୍ରଯୁକ୍ତି ବିଦ୍ୟା ଆଇନ ଓ କିଶୋର ନ୍ୟାୟ ଆଇନରେ ରୁଜୁ ହୋଇଛି । ବିଜେପି ଓବିସି ମୋର୍ଚ୍ଚାର ନେତା ଏବି ଅରୁଣ ପ୍ରକାଶ ଏନେଇ ତିରୁଓ୍ୱାଲା ପୋଲିସରେ ଅଭିଯୋଗ କରିଥିଲେ । ଫାତିମା ଏହି ଭିଡିଓ ବଡି ଏବଂ ପଲିଟିକ୍ସ ନାମରେ ପୋଷ୍ଟ କରିଥିଲେ । ଏହା କିଛି ସମୟରେ ଭାଇରାଲ ହୋଇଯାଇଥିଲା । ଏହା ମଧ୍ୟରେ କେରଳର ଶିଶୁ ଅଧିକାର  ସଂରକ୍ଷଣ ଆୟୋଗ ୧୦ ଦିନ ମଧ୍ୟରେ ଜିଲ୍ଲା ପୋଲିସ ମୁଖ୍ୟଙ୍କୁ ରିପୋର୍ଟ ତଲବ କରିଛି । ଏପରିକି ସୋସିଆଲ ମିଡିଆରେ ମଧ୍ୟ ୟୁଜର ଏହାକୁ ବିରୋଧ କରିବା ସହ  ଗିରପଦାରି ଦାବି କରିଛନ୍ତି ।

ସୂଚନାଯୋଗ୍ୟ, ଫାତିମା ୨୦୧୮ରେ ସବରିବାଳା ମନ୍ଦିରରେ ପ୍ରବେଶ କରି ଚର୍ଚ୍ଚାକୁ ଆସିଥିଲେ । ଏହାପରେ ତାଙ୍କୁ ଗିରଫ କରାଯାଇଥିଲା । ତାଙ୍କ ବିରୋଧରେ ହିନ୍ଦୁ ଶ୍ରଦ୍ଧାଳୁଙ୍କ ଭାବନାକୁ ହାନୀ ପହଁଚାଇଥିବା ଅଭିଯୋଗ ହୋଇଥିଲା । ଏପରିକି ସେ ତାଙ୍କ ସ୍ୱାମୀଙ୍କ ସହ ମିଶି ଏକ ଫିଲ୍ମ ମଧ୍ୟ ନିର୍ମାଣ କରିଥିଲେ । ମହିଳାଙ୍କ ବିରୋଧରେ ହେଉଥିବା ଅତ୍ୟାଚାରକୁ ନେଇ ସେ ସ୍ୱର ଉତ୍ତୋଳନ କରୁଥିବା ଦାବି କରନ୍ତି ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.