ଆଜିଠୁ ୫ ଦିନ ପାଇଁ ଖୋଲିବ ସାବରିମାଲା ମନ୍ଦିର, କୋଭିଡ ପ୍ରୋଟକଲରେ କେବଳ ସୀମିତ ଭକ୍ତଙ୍କୁ ଅନୁମତି

Published By : Prameya-News7 Bureau | July 17, 2021 IST

କେରଳ ୧୭।୦୭: ଆଜିଠୁ ଖୋଲିବ କେରଳର ପ୍ରସିଦ୍ଧ ସାବରିମାଲା (ଆୟାପ୍ପା) ମନ୍ଦିର । କରୋନା ମହାମାରୀ କାରଣରୁ ଅନେକ ମାସ ଧରି ବନ୍ଦ ହୋଇଯାଇଥିଲା । ପୁଣି ଥରେ ମାସିକ ପୂଜା ପାଇଁ ଖୋଲିବାକୁ ନିଷ୍ପତ୍ତି ନିଆଯାଇଛି । ସୂଚନା ଦେଇ ସାବରିମାଲା ପ୍ରଶାସନ କହିଛି ଯେ ଜୁଲାଇ ୧୭ ରୁ ୨୧ ତାରିଖ ପର୍ଯ୍ୟନ୍ତ ମାସିକ ପୂଜାପାଠ ପାଇଁ ମନ୍ଦିର ଖୋଲାଯିବ ।

wp:html /wp:html

ଏହି ସମୟରେ କେବଳ ୫୦୦୦ ଭକ୍ତଙ୍କୁ ପ୍ରବେଶ କରିବାକୁ ଅନୁମତି ଦିଆଯିବ । ତେବେ ଅନଲାଇନରେ ବୁକିଂ କରିଥିବା ଭକ୍ତଙ୍କୁ ପ୍ରବେଶ ପାଇଁ ଅନୁମତି ମିଳିବ । ପୂଜା ସମୟରେ କରୋନା ନିୟମ ପାଳନ କରିବା ବାଧ୍ୟତାମୂଳକ ହେବ ବୋଲି ପ୍ରଶାସନ କହିଛି । ଯାହା ଅଧୀନରେ ସମସ୍ତ ଭକ୍ତଙ୍କୁ ୪୮ ଘଣ୍ଟା ମଧ୍ୟରେ କରୋନାର ନେଗେଟିଭ ରିପୋର୍ଟ ଦେଖାଇବାକୁ ପଡିବ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.