୨୨କୋଟି ଟଙ୍କା ଜିତିଲେ କେରଳର ମହିଳା ଇଞ୍ଜିନିୟର : ଖର୍ଚ୍ଚ କରିବେ ମହିଳାଙ୍କ ସୁରକ୍ଷାରେ
6/07/2019 at 3:14 PM

ଦୁବାଇ ୬/୭: ସଂଯୁକ୍ତ ଆରବ ଏମିରେଟରେ ଭାରତୀୟ ମହିଳା ସପ୍ନା ନାୟାର ଲଟେରୀରେ ୧.୨କୋଟି ଦିରହମ୍(ପାଖାପାଖି ୨୨କୋଟି ଟଙ୍କା)ର ଜ୍ୟାକପଟ୍ ଜିତିଛନ୍ତି। ସେ ଦୁବାଇରେ ଇଞ୍ଜିନିୟର ଅଛନ୍ତି। କେରଳର ମୂଳ ବାସିନ୍ଦା ସପ୍ନା ଏତେ ଟଙ୍କା ଲଟେରୀ ଜିତିଥିବା ବିଶ୍ବାସ କରିପାରୁନାହାନ୍ତି।
ସେ ଏହି ଟଙ୍କାର କିଛି ଭାଗ ମହିଳାଙ୍କ ସୁରକ୍ଷାରେ ଖର୍ଚ୍ଚ କରିବେ। ଏତେ ଟଙ୍କା ଜିତିବାପରେ ମଧ୍ୟ ସେ ୟୁଏଇରେ ଚାକିରୀ କରିବେ। ସପ୍ନା ନିଜ ସ୍ବାମୀ ଏବଂ ୫ବର୍ଷର ଝିଅ ସହ ଆବୁଧାବିରେ ରୁହନ୍ତି। ୟୁଏଇରେ ସବୁ ମାସରେ ସବୁଠୁ ବଡ଼ ଏବଂ ପୁରୁଣା ଲଟେରୀର ଡ୍ର ଆନ୍ତର୍ଜାତୀୟ ବିମାନଘାଟିରେ ବାହାର କରାଯାଏ।