କେରଳ ଜିତୁଛି କରୋନା ଲଢେଇ: ଆଜି ଡିସଚାର୍ଜ ହେଲେ ୩୬ ଜଣ, ସୁସ୍ଥ ହେଲେଣି ଅଧା ରୋଗୀ

Published By : Prameya-News7 Bureau | April 12, 2020 IST

ତିରୁଅନନ୍ତପୁରମ ୧୨।୦୪: କରୋନା ଭାଇରସ୍‌ରେ ଦୁଇ ସପ୍ତାହ ପୂର୍ବେ ଅଧିକ ପ୍ରଭାବିତ ରାଜ୍ୟ ମଧ୍ୟରୁ ଏକ କେରଳରେ ମାରାତ୍ମକ କରୋନା ଭାଇରସ୍‌ର ପ୍ରକୋପ କମିବାରେ ଲାଗିଛି। ରାଜ୍ୟରେ କରୋନା ଭାଇରସ୍‌ରେ ଏ ପର୍ଯ୍ୟନ୍ତ ୩୭୪ ରୋଗୀ ଚିହ୍ନଟ ହୋଇଥିବା ବେଳେ ପ୍ରାୟତଃ ଅଧା ଅର୍ଥାତ ୧୭୯ ରୋଗୀ ସଂପୂର୍ଣ୍ଣ ସୁସ୍ଥ ହୋଇ ସାରିଛନ୍ତି।

କେରଳରେ ରବିବାର ଦୁଇ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ଗୋଟିଏ ଦିନରେ ୩୬ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏହାର ସୂଚନା କେରଳର ସ୍ଵାସ୍ଥ୍ୟ ମନ୍ତ୍ରୀ କେକେ ଶୈଲଜା ଦେଇଛନ୍ତି। ସେ କହିଛନ୍ତି ଏବେ ରାଜ୍ୟରେ ମୋଟ୍ ୧୯୪ ଜଣ କୋଭିଡ୍-୧୯ ପଜିଟିଭ୍ ରୋଗୀ ଚିକିତ୍ସାଧୀନ ଅଛନ୍ତି। ରାଜ୍ୟରେ ଏ ପର୍ଯ୍ୟନ୍ତ ମୋଟ୍ ୧୭୯ ଜଣ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ୨ ଜଣଙ୍କ ମୃତ୍ୟୁ ଘଟିଛି।

wp:core-embed/twitter {"url":"https://twitter.com/ANI/status/1249306426146574337?ref_src=twsrc%5Etfw%7Ctwcamp%5Etweetembed%7Ctwterm%5E1249306426146574337\u0026ref_url=https%3A%2F%2Fwww.amarujala.com%2Findia-news%2F36-covid-19-patients-recover-in-kerala-only-2-fresh-cases-reported","type":"rich","providerNameSlug":"twitter","className":""}
https://twitter.com/ANI/status/1249306426146574337?ref_src=twsrc%5Etfw%7Ctwcamp%5Etweetembed%7Ctwterm%5E1249306426146574337&ref_url=https%3A%2F%2Fwww.amarujala.com%2Findia-news%2F36-covid-19-patients-recover-in-kerala-only-2-fresh-cases-reported
/wp:core-embed/twitter

ପ୍ରେସ୍ ବିଜ୍ଞପ୍ତି ଅନୁଯାୟୀ, ରାଜ୍ୟରେ ମୋଟ୍ ୧ ଲକ୍ଷ ୧୬ ହଜାର ୯୪୧ ଜଣ ନୀରିକ୍ଷଣରେ ଅଛନ୍ତି। ଏଥିରୁ ୮୧୯ ଜଣ ରାଜ୍ୟର ବିଭିନ୍ନ ଆଇସୋଲେସନ ଓ୍ଵାର୍ଡରେ ଅଛନ୍ତି। ରାଜ୍ୟରେ ଅଦ୍ୟାବଧି ୧୪ ହଜାର ୯୮୯ ନମୂନା ଟେଷ୍ଟ କରାଯାଇଛି।

ମୁଖ୍ୟମନ୍ତ୍ରୀ ପିନାରାଇ ବିଜୟନଙ୍କ କହିବା କଥା ଲକ୍‌ଡାଉନ୍‌କୁ ପର୍ଯ୍ୟାୟକ୍ରମେ ଉଠାଇବା ଉଚିତ୍ ଏବଂ ଏପ୍ରିଲ ୧୪ ପରେ କେନ୍ଦ୍ରର ଆଦେଶ ଅନୁସାରେ କେରଳ ସମସ୍ତ ପ୍ରତିବନ୍ଧର ପାଳନ କରିବାକୁ ପ୍ରସ୍ତୁତ।  ବିଜୟନଙ୍କ ଅନୁସାରେ ପ୍ରଧାନମନ୍ତ୍ରୀ ଆମକୁ ଆଗାମୀ ସପ୍ତାହରେ ଅଧିକ ସାବଧାନ ରହିବାକୁ କହିଛନ୍ତି।ମୁଖ୍ୟମନ୍ତ୍ରୀ କହିଛନ୍ତି କେରଳରେ ଅଧିକ ଜନସଂଖ୍ୟା ଘନତ୍ଵ ବିଶିଷ୍ଟ  ଅଞ୍ଚଳରେ ସାର୍ବଜନୀନ ଯାତ୍ରାର ଅନୁମତି ଦିଆଯାଇ ପାରିବ ନାହିଁ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.