Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପୋଖରୀରୁ ମିଳିଲା ନିଖୋଜ ଶିଶୁକନ୍ୟାର ମୃତଦେହ, ହତ୍ୟା ସନ୍ଦେହ
  • ||
  • ଶିକାରୀ ଗିରଫ, ୬ ମୃତ ବିଦେଶୀ ପକ୍ଷୀ ଜବତ
  • ||
  • ରାଜ୍ୟରେ ଆଉ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୦୭କୁ ବୃଦ୍ଧି
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୧୯୧ କରୋନା ସଂକ୍ରମିତ, ୧୦୪୮୬୮୩ରେ ପହଞ୍ଚିଲା ସଂଖ୍ୟା
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୮ ହଜାରରୁ ଅଧିକ କରୋନା ପଜିଟିଭ୍, ୬୨୧ ମୃତ
  • ||
  • ମଝି ସମୁଦ୍ରରେ ଦୁର୍ଘଟଣା, ଧକ୍କା ହେଲା ୨ ଜାହାଜ
  • ||
  • ବାତ୍ୟାର ରୂପ ନେବ ଲଘୁଚାପ ! ଅନୁମାନ ଲଗାଇଲାଣି ଆଇଏମଡି, ରାଜ୍ୟରେ ପ୍ରବଳ ବର୍ଷା ସମ୍ଭାବନା
  • ||
  • ବାଘ ଗଣନା ବେଳେ ମିଳିଲା ମୃତଦେହ, ହତ୍ୟା ନା ଆତ୍ମହତ୍ୟା !
  • ||
  • ଶୀତ ଅଧିବେଶନ ପୂର୍ବରୁ ରବିବାର ସର୍ବଦଳୀୟ ବୈଠକ, ବିରୋଧିଙ୍କ ସହ କଥା ହେବେ ପ୍ରଧାନମନ୍ତ୍ରୀ
  • ||

ପ୍ରବଳ ବର୍ଷା ପରେ ଭୂସ୍ଖଳନ: ୧୮ ମୃତ ଓ ଅନେକ ନିଖୋଜ, ମୁଖ୍ୟମନ୍ତ୍ରୀ ଲୋଡିଲେ ସେନା ସହାୟତା

17/10/2021 at 8:55 AM

ଇଡୁକି ୧୭/୧୦: ପ୍ରବଳ ବର୍ଷାରେ ବେହାଲ କେରଳ । ଦକ୍ଷିଣ ଏବଂ ମଧ୍ୟ ଭାଗରେ ପ୍ରବଳ ବର୍ଷା ହୋଇଛି । ଏହି କାରଣରୁ ଅନେକ ସ୍ଥାନରେ ଭୂସ୍ଖଳନ ହେତୁ ଅତି କମରେ ୧୮ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ଅନେକ ନିଖୋଜ ଅଛନ୍ତି । ବର୍ଷା ହେତୁ ଭୟଙ୍କର ପରିସ୍ଥିତିକୁ ଦୃଷ୍ଟିରେ ରଖି ରାଜ୍ୟ ସରକାରଙ୍କୁ ରିଲିଫ ଏବଂ ଉଦ୍ଧାର କାର୍ଯ୍ୟ ପାଇଁ ସେନା ସହାୟତା ଲୋଡିଛନ୍ତି ।

ଦେଶର ଏହି ଦକ୍ଷିଣ ରାଜ୍ୟରେ ବର୍ଷା ଜନିତ ଘଟଣା ଯୋଗୁଁ କିଛି ଲୋକ ଆହତ ହେବା ସହ ଅନେକ ଲୋକ ବିସ୍ଥାପିତ ହୋଇଛନ୍ତି । ରାଜ୍ୟର ଅଧିକାଂଶ ଡ୍ୟାମ୍ ପାଣି କ୍ଷମତା ଠାରୁ ଅଧିକ ରହିଛି । ଭୂସ୍ଖଳନ ହେତୁ ପାର୍ବତ୍ୟର ଅନେକ ଛୋଟ ସହର ଓ ଗାଁ ବାହ୍ୟ ଜଗତରୁ ବିଚ୍ଛିନ୍ନ ହୋଇଛି । କୋଟାୟାମ, ଇଡୁକ୍କି ଏବଂ ପଠାନାମଥିଟା ଜିଲ୍ଲାର ପାହାଡ଼ିଆ ଅଞ୍ଚଳରେ ଏମିତି ସ୍ଥିତି ହୋଇଛି ଯେ, ଯେମିତି ୨୦୧୮ ଏବଂ ୨୦୧୯ର ସମୟରେ ପରିସ୍ଥିତି ଥିଲା ।

ତେବେ ପରିସ୍ଥିତି ନିୟନ୍ତ୍ରଣରେ ଅଛି ଏବଂ ଆତଙ୍କିତ ହେବାର କୌଣସି ଆବଶ୍ୟକତା ନାହିଁ ବୋଲି ଅଧିକାରୀମାନେ କହିଛନ୍ତି । ଏହି ଦାବି ସତ୍ତ୍ୱେ ବନ୍ୟା ଏବଂ ଖରାପ ପାଗ ଯୋଗୁଁ ରାଜ୍ୟ ପୋଲିସ ଏବଂ ଅଗ୍ନିଶମ ବିଭାଗର ରିଲିଫ୍ ଟିମ୍ ପ୍ରଭାବିତ ଅଞ୍ଚଳରେ ପହଞ୍ଚିପାରିନି । ପାଣିପାଗ ବିଭାଗ ଅନୁଯାୟୀ ୨୪ ଘଣ୍ଟାରେ ବି ବର୍ଷା ହେବ । କିନ୍ତୁ ପୂର୍ବ ଅପେକ୍ଷା ଏହା କମ୍ ହେବ । ପରିସ୍ଥିତି ଗୁରୁତର ବୋଲି କେରଳର ମୁଖ୍ୟମନ୍ତ୍ରୀ ବିଜୟ ପିନାରାଇ କହିଛନ୍ତି ।

ଏହା ସହିତ ସେ କହିଛନ୍ତି ଯେ ବର୍ତ୍ତମାନର ପାଣିପାଗ ପୂର୍ବାନୁମାନ ସୂଚାଉଛି ଯେ ବର୍ତ୍ତମାନ ପରିସ୍ଥିତି ଅଧିକ ଖରାପ ହେବ ନାହିଁ । ସେନା, ବାୟୁସେନା ଏବଂ ନୌସେନା କର୍ମଚାରୀମାନେ କୋଟାୟାମର କୁଟିକାଲ ଏବଂ ଇଡୁକିର ପେରୁଭାନାଥନମ୍ ପାହାଡ ଗ୍ରାମରେ ପହଞ୍ଚିଛନ୍ତି ବୋଲି ଅଧିକାରୀମାନେ କହିଛନ୍ତି । ସେଠାରେ ବନ୍ୟାର ହେତୁ ଅନେକ ଘର ଭାଙ୍ଗିଯାଇଛି । ଫଳରେ ଅନେକ ଲୋକ ବିସ୍ଥାପିତ ହୋଇଛନ୍ତି ।

   Related Posts