Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଟୋକିଓ ଅଲିମ୍ପିକ୍ସ: ୪୧ ବର୍ଷ ପରେ କ୍ଵାର୍ଟର ଫାଇନାଲ୍‌ରେ ଭାରତୀୟ ମହିଳା ହକି ଦଳ
  • ||
  • ରାଜ୍ୟରେ ସୁସ୍ଥ ହେଲେ ଆଉ ୧୮୯୯ କରୋନା ଆକ୍ରାନ୍ତ, ଖୋର୍ଦ୍ଧାରୁ ସର୍ବାଧିକ ଡିସଚାର୍ଜ, ଜାଣନ୍ତୁ କେଉଁ ଜିଲ୍ଲାରୁ କେତେ ସୁସ୍ଥ
  • ||
  • ଭୁବନେଶ୍ବରରୁ ଦିନକରେ ୩୫୪ କରୋନା ଆକ୍ରାନ୍ତ ଚିହ୍ନଟ, ୨୩୯ ସୁସ୍ଥ
  • ||
  • ଭାରତ-ଚୀନ ମଧ୍ୟରେ ଥମିବ କି ବିବାଦ ! ୯ ଘଣ୍ଟା ଧରି ଚାଲିଲା ୧୨ତମ ବୈଠକ, ଗୋଗରା-ହଟ୍ ସ୍ପ୍ରିଙ୍ଗରୁ ସୈନ୍ୟ ପ୍ରତ୍ୟାହାର ଉପରେ ଜୋର
  • ||
  • ଜେଲ୍‌ ଗଲେ କୋଟିପତି ପିଏସ୍‌ ବିରଞ୍ଚି ସାହୁ
  • ||
  • ସେମି ଫାଇନାଲରେ ହାରିଲେ ସିନ୍ଧୁ, ଧୂଳିସାତ ହେଲା ସ୍ଵର୍ଣ୍ଣ ପଦକ ଆଶା, ଏବେ କାଂସ୍ୟ ଉପରେ ନଜର
  • ||
  • ସରକାରୀ-ବେସରକାରୀ ସ୍ବିମିଂ ପୁଲ ଖୋଲିବ
  • ||
  • ମୀନା ବଜାର ଖୋଲାଯାଇପାରିବ
  • ||
  • ଭୋଜିଭାତ ଉପରେ ପୂର୍ବବତ କଟକଣା ରହିବ
  • ||
  • ବିବାହରେ ୨୫, ଶୁଦ୍ଧିକ୍ରିୟାରେ ୨୦ ଜଣଙ୍କୁ ଅନୁମତି
  • ||

କେରଳ ବିମାନ ଦୁର୍ଘଟଣା : ଜନ୍ମମାଟିରେ ପହଞ୍ଚିଲା କୋ-ପାଇଲଟ୍ ଅଖିଲେଶ ଶର୍ମାଙ୍କ ପାର୍ଥିବ ଶରୀର, ବେହୋସ ହୋଇଗଲେ ଗର୍ଭବତୀ ପତ୍ନୀ ଓ ମା’

9/08/2020 at 11:18 AM

ମଥୁରା ୦୯/୦୮ : କେରଳ କୋଝିକୋଡ଼ରେ ଶୁକ୍ରବାର ଦିନ ହୋଇଥିବା ବିମାନ ଦୁର୍ଘଟଣାରେ ପ୍ରାଣ ହରାଇଥିବା କୋ-ପାଇଲଟ ଅଖିଲେଶ କୁମାରଙ୍କ ପାର୍ଥିବ ଶରୀର ରବିବାର ସକାଳେ ତାଙ୍କ ପୈତୃକ ଗାଁ ମଥୁରାରେ ପହଞ୍ଚିଛି | ପାର୍ଥିବ ଶରୀର  ପହଞ୍ଚିବା ପରେ ଗାଁରେ ଶୋକାକୁଳ ପରିବେଶ ଦେଖାଦେଇଛି | ପୁଅକୁ ହରାଇ କାନ୍ଦି କାନ୍ଦି ପରିଜନଙ୍କ ଅବସ୍ଥା ଖରାପ | ଅଖିଲେଶଙ୍କ ପତ୍ନୀ ଗର୍ଭବତୀ ଅଛନ୍ତି | ଗର୍ଭବତୀ ପତ୍ନୀ ଓ ଅଖିଲେଶଙ୍କ ମା କାନ୍ଦି କାନ୍ଦି ବେହୋସ ହୋଇଯାଇଥିଲେ | ଡାକ୍ତରଙ୍କ ପରାମର୍ଶ କ୍ରମେସ ସ୍ୱାସ୍ଥ୍ୟକର୍ମୀ ଅଖିଲେଶଙ୍କ ପତ୍ନୀଙ୍କ ଦେଖରେଖ କରୁଛନ୍ତି | ଏପଟେ ଅଖିଲେଶଙ୍କୁ ଶହୀଦ ଦର୍ଜା ଦେବାକୁ ପରିବାର ଲୋକେ ଦାବି କରିଛନ୍ତି |  

ପାଇଲଟ ଅଖିଲେଶ ଶର୍ମା ମୃତ୍ୟୁ ଖବର ଶୁଣି ମଥୁରା ଥାନା ଗୋବିନ୍ଦ ନଗର ଅଞ୍ଚଳରେ ଶୋକାକୁଳ ପରିବେଶ ରହିଛି | ୩୨ ବର୍ଷ ବୟସ୍କ ଅଖିଲେଶ କୁମାର ଏୟାର ଇଣ୍ଡିଆରେ ପାଇଲଟ ଥିଲେ | ଶୁକ୍ରବାର ସନ୍ଧ୍ୟାରେ କୋଝିକୋଡ଼ରେ ଏୟାର ଇଣ୍ଡିଆ ବିମାନ ଦୁର୍ଘଟଣାରେ ତାଙ୍କର ମୃତ୍ୟୁ ହୋଇଛି | ମୃତ୍ୟୁ ଖବର ଶୁଣି ପୁରା ପରିବାର ଦୁଃଖରେ ଭାଙ୍ଗି ପଡିଥିଲା |

ଅଖିଲେଶଙ୍କ ପତ୍ନୀ ମେଘା ଗର୍ଭବତୀ ଅଛନ୍ତି | ୧୦ ଦିନ ପରେ ତାଙ୍କର ପ୍ରସବ ହେବାର ଅଛି | ପରିବାରରେ ଖୁସି ପାଳନ କରିବାକୁ ପ୍ରସ୍ତୁତି ଚାଲିଥିବାବେଳେ ଏହି ଦୁଖଦ ଘଟଣା ପୁରା ପରିବାରକୁ ଦୋହଲାଇ ଦେଇଛି | ସମସ୍ତେ ଦୁଃଖରେ ଭାଙ୍ଗି ପଡିଛନ୍ତି | ପରିଜନ ବିଶ୍ୱାସ କରି ପାରୁନାହାନ୍ତି ଯେ ଅଖିଲେଶ ଆଉ ଏହି ଦୁନିଆରେ ନାହାନ୍ତି | ୨ ବର୍ଷ ପୂର୍ବରୁ ଡିସେମ୍ବର ୧୦ ତାରିଖରେ ଅଖିଲେଶ ମେଘାଙ୍କ ବାହାଘର ହୋଇଥିଲା |

ଲକଡାଉନ ପୂର୍ବରୁ ସେ ଘରକୁ ଆସିଥିଲେ | ଅଖିଲେଶଙ୍କ ଦୁଇ ଭାଇ, ଗୋଟିଏ ଭଉଣୀ, ପତ୍ନୀ ଓ ମାତା-ପିତା ଅଛନ୍ତି |

   Related Posts