Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଦେଶବ୍ୟାପୀ ତ୍ରିରଙ୍ଗା ରାଲି ବାହାର କରିବେ କୃଷକ, ଅଗଷ୍ଟ ୧୫ରେ ପାଳନ କରିବେ ଏହି ଦିବସ
  • ||
  • ଟୋକିଓ ଅଲିମ୍ପିକ୍ସ: ଆଜି ଇତିହାସ ରଚିବାକୁ ଓହ୍ଲାଇବେ ରବି ଦାହିଆ, ପୁରୁଷ ହକି ଉପରେ ବି ରହିବ ନଜର
  • ||
  • ତୃତୀୟ ଲହରକୁ ନେଇ ସତର୍କ କରାଇଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ
  • ||
  • ଭକ୍ତଙ୍କ ପାଇଁ ବଡ଼ ଘୋଷଣା, ୧୬ ତାରିଖରୁ ଖୋଲିବ ଶ୍ରୀମନ୍ଦିର
  • ||
  • ଅଗଷ୍ଟ ୧୬ରୁ ଶ୍ରୀମନ୍ଦିର ଖୋଲିବ
  • ||
  • ଟୋକିଓ ଅଲିମ୍ପିକ୍ସ ହକି ସେମିଫାଇନାଲ୍‌ରେ ହାରିଲା ମହିଳା ଦଳ, ଫାଇନାଲ୍‌କୁ ଉନ୍ନିତ ହେଲା ଆର୍ଜେଣ୍ଟିନା
  • ||
  • ଦେବଗଡ : ହନୁମାନ ପଇସା ରାକେଟ୍ ଠାବ : ୩ ଗିରଫ, ୨ଟି ହନୁମାନ ପଇସା ଜବତ
  • ||
  • ସାଲେପୁର : ସାଲେପୁର ଅଞ୍ଚଳରୁ ବିରଳ ଏଣ୍ଡୁଅ ଉଦ୍ଧାର, ବଦଳାଉଛି ରଙ୍ଗ
  • ||
  • ଢେଙ୍କାନାଳ : ବିକ୍ରି କରୁଥିଲେ ବାରହା ମାଂସ, ୩ ଶିକାରୀଙ୍କୁ ବାନ୍ଧିଲା ବନ ବିଭାଗ
  • ||
  • ଅନୁଗୋଳ : ରେଙ୍ଗାଳି ଡ୍ୟାମ୍‌ରୁ ଛଡାଗଲା ଚଳିତ ବର୍ଷର ପ୍ରଥମ ବନ୍ୟାଜଳ, ୭ ନମ୍ବର ଗେଟ୍ ଦେଇ ଜଳ ନିଷ୍କାସିତ
  • ||

କେରଳ ବିମାନ ଦୁର୍ଘଟଣାରେ ପ୍ରାଣ ହରାଇଥିବା କୋ-ପାଇଲଟ ଅଖିଲେଶ କୁମାରଙ୍କ ଘରେ ଶୋକର ଛାୟା, ୧୦ ଦିନ ପରେ ପତ୍ନୀଙ୍କ ଡେଲିଭରୀ

8/08/2020 at 4:07 PM

କୋଝିକୋଡ଼ ୦୮/୦୮ : କେରଳ କୋଝିକୋଡ଼ ବିମାନ ଦୁର୍ଘଟଣାରେ ୧୮ ଜଣ ପ୍ରାଣ ହରାଇଛନ୍ତି | ମୃତକଙ୍କ ମଧ୍ୟରେ ବିମାନର ଦୁଇଜଣ ପାଇଲଟ ମଧ୍ୟ ଅଛନ୍ତି | ଦୁର୍ଘଟଣାରେ ଏୟାର ଇଣ୍ଡିଆ ନିଜର ଦୁଇଜଣ ଦକ୍ଷ ପାଇଲଟଙ୍କୁ ହରାଇଛି | ଦୁର୍ଘଟଣାରେ ୫୯ ବର୍ଷ ବୟସ୍କ କ୍ୟାପଟେନ ଦୀପକ ବସନ୍ତ ସାଠେ ଓ ୩୩ ବର୍ଷ ବୟସ୍କ କୋ-ପାଇଲଟ ଅଖିଲେଶ କୁମାରଙ୍କ ମୃତ୍ୟୁ ହୋଇଛି | ଅଖିଲେଶଙ୍କ ମୃତ୍ୟୁ ଖବର ଶୁଣି ପରିବାରରେ ଶୋକର ଛାୟା ଖେଳିଯାଇଛି | ମଥୁରା ବାସିନ୍ଦା ଅଖିଲେଶଙ୍କ ପତ୍ନୀ ମେଘା ଗର୍ଭବତୀ ଅଛନ୍ତି | ୧୦ ଦିନ ପରେ ତାଙ୍କର ପ୍ରସବ ହେବାର ଅଛି |

ଅଖିଲେଶଙ୍କ ମୃତ୍ୟୁ ଖବର ଶୁଣି ତାଙ୍କ ପୈତୃକ ଗାଁ ମୋହନପୁରରେ ଶୋକ ଖେଳିଯାଇଛି | ୩ ଭାଇ ମଧ୍ୟରେ ସେ ବଡ ଭାଇ ଥିଲେ | ତାଙ୍କ ସାନ ଭାଇ ଲୋକେଶ ଗୁରୁଃଗ୍ରାମରେ ରୁହନ୍ତି | ଅଖିଲେଶ କରୋନା ମହାମାରୀ ସମୟରେ ବିଦେଶରେ ଫସି ରହିଥିବା ଭାରତୀୟଙ୍କୁ ଆଣିବା ପାଇଁ ବନ୍ଦେ ଭାରତ ମିଶନରେ କାମ କରୁଥିଲେ |

ଏୟାର ଇଣ୍ଡିଆ ବିମାନ IX-1344 ରେ ୧୯୧ ଜଣ ଥିଲେ | ୧୭୪ ବୟସ୍କ ଯାତ୍ରୀ, ୧୦ ଶିଶୁ ସମେତ ୨ ପାଇଲଟ ଓ ବିମାନ ସଦସ୍ୟ ଥିଲେ | ଆହତଙ୍କୁ ମଲ୍ଲପୁରମ ଓ କୋଝିକୋଡ଼ ହସ୍ପିଟାଲରେ ଭର୍ତ୍ତି କରାଯାଇଛି | ବର୍ଷା ଯୋଗୁଁ ବିମାନ ରନୱେରୁ ଖସି ଯାଇଥିଲା ଓ ୩୫ ଫୁଟ ତଳକୁ ପଡିଯାଇଥିଲା ଏବଂ ଦୁଇ ଭାଗ ହୋଇ ଭାଙ୍ଗି ଯାଇଥିଲା | ଶୁକ୍ରବାର ସନ୍ଧ୍ୟା ୭ଟା ୪୧ ମିନିଟରେ ଦୁର୍ଘଟଣା ଘଟିଛି | 

କୋଝିକୋଡ଼ ଏୟାରପୋର୍ଟକୁ ଏୟାର ଇଣ୍ଡିଆ ଏକ୍ସପ୍ରେସ ବିମାନ ଦୁର୍ଘଟଣାର କାରଣ ଯାଞ୍ଚ କରିବାକୁ ଯାଇଥିବା ସିଭିଲ ଏଭିଏସନ ମହାନିର୍ଦେଶାଳୟ (ଡ଼ିଜିସିଏ) ର ଏକା ଟିମ ଶନିବାର ଦିନ ବ୍ଲାକ ବକ୍ସ ଜବତ କରିଛି | ବ୍ଲାକ ବକ୍ସ ଫ୍ଲାଇଟ ଡାଟା ସହ ପାଇଲଟଙ୍କ ମଧ୍ୟରେ ହୋଇଥିବା କଥାବାର୍ତ୍ତା ସହ ପାଇଲଟ ଓ ଏୟାର ଟ୍ରାଫିକ କଣ୍ଟ୍ରୋଲ ଟାୱାର ମଧ୍ୟରେ ହୋଇଥିବା କଥାବାର୍ତ୍ତାକୁ ରେକର୍ଡ କରିଥାଏ |

କେରଳ ରାଜ୍ୟପାଳ ଆରିଫ ମହମ୍ମଦ ଖାନ, ମୁଖ୍ୟମନ୍ତ୍ରୀ ପି.ବିଜୟନ ଏବଂ ମନ୍ତ୍ରୀମଣ୍ଡଳର କିଛି ସହଯୋଗୀ, ରାଜ୍ୟ ମୁଖ୍ୟ ସଚିବ ଓ ଡିଜିପି କୋଝିକୋଡ଼ ଆସିପାରନ୍ତି |

   Related Posts