କୋଝିକୋଡ ଦୁର୍ଘଟଣାଗ୍ରସ୍ତ ବିମାନରୁ ୨ କରୋନା ପଜିଟିଭ ଚିହ୍ନଟ, ଉଦ୍ଧାରକାର୍ଯ୍ୟରେ ସାମିଲ ୫୦ କର୍ମୀ କ୍ଵାରେଣ୍ଟାଇନରେ

Published By : Prameya-News7 Bureau | August 08, 2020 IST

କୋଝିକୋଡ଼ ୦୮/୦୮ : କେରଳ କୋଝିକୋଡ଼ ବିମାନ ଦୁର୍ଘଟଣାର ଶିକାର ହୋଇଥିବା ଏୟାର ଇଣ୍ଡିଆ ଏକ୍ସପ୍ରେସ ବିମାନରେ ଯାତ୍ରା କରୁଥିବା ୨ ଯାତ୍ରୀ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି | କେନ୍ଦ୍ରୀୟ ଉଦ୍ୟୋଗୀକ ସୁରକ୍ଷାବଳ ସୂତ୍ର ସମାଚାର ଏଜେନ୍ସିକୁ କହିଛନ୍ତି ଯେ, ଦୁବାଇରୁ ଫେରୁଥିବା ବିମାନରେ ୨ ଜଣ ଯାତ୍ରୀ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି | ରାଜ୍ୟର ଉଚ୍ଚ ଶିକ୍ଷା ମନ୍ତ୍ରୀ କେ.ଟି ଯଲିଲ କହିଛନ୍ତି ଯେ ଦୁଇ କରୋନା ରୋଗୀଙ୍କ ମଧ୍ୟରୁ ଜଣକର ମୃତ୍ୟୁ ହୋଇଯାଇଛି | ମୃତକ ଜଣକ ହେଲେ ୪୫ ବର୍ଷ ବୟସ୍କ ସୁଧୀର | ତାଙ୍କର ନମୁନା ଯାଞ୍ଚ ପାଇଁ ପଠାଯାଇଥିଲା ଯାହା ପଜିଟିଭ ଆସିଥିଲା | 

{"id":311521,"width":570,"height":475,"sizeSlug":"large"}

ମଲ୍ଲପୁରମ ଜିଲ୍ଲା ଅଧିକାରୀ କେ,ଗୋପାଳକୃଷ୍ଣନ କହିଛନ୍ତି, ସମସ୍ତ ଯାତ୍ରୀଙ୍କୁ ବିଭିନ୍ନ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ଏବଂ ସମସ୍ତଙ୍କ କରୋନା ଯାଞ୍ଚ ମଧ୍ୟ କରାଯାଇଛି | ଏହାସହ ମୃତଦେହଗୁଡିକର ଅଟୋପସି କୋଭିଡି-୧୯ ପ୍ରୋଟୋକଲ ହିସାବରେ ହେବ |

{"id":311522,"sizeSlug":"large"}

କେରଳ ସ୍ୱାସ୍ଥ୍ୟମନ୍ତ୍ରୀ କେ.କେ.ଶୈଳଜା ଉଦ୍ଧାରକାରୀ ଟିମକୁ କହିଛନ୍ତି ଯେ ସେମାନେ ସ୍ୱାସ୍ଥ୍ୟ ଅଧିକାରୀଙ୍କୁ ରିପୋର୍ଟ ପଠାଇବେ ଏବଂ ସୁରକ୍ଷା ଦୃଷ୍ଟିରୁ ସେଲ୍ଫ କ୍ଵାରେଣ୍ଟାଇନ ହୋଇଯାଆନ୍ତୁ |  CISF ସୂତ୍ର ସୂଚନା ଦେଇଛି ଯେ ଉଦ୍ଧାରକାର୍ଯ୍ୟରେ ସାମିଲ ହୋଇଥିବା ୫୦ ଲୋକଙ୍କୁ କ୍ଵାରେଣ୍ଟାଇନ କରାଯାଇଛି | ଯେଉଁମାନେ ପଜିଟିଭ ଚିହ୍ନଟ ହୋଇଛନ୍ତି ସେମାନଙ୍କ ସମ୍ପର୍କରେ କିଏ ଆସିଥିଲେ ନା ନାହିଁ ତାହା ଯାଞ୍ଚ କରାଯାଉଛି | ଆଉ ଜଣେ ଅଧିକାରୀ କହିଛନ୍ତି ଯେ, ସମସ୍ତଙ୍କ ରିପୋର୍ଟ ଆସିବା ପର୍ଯ୍ୟନ୍ତ ସମସ୍ତ ଲୋକଙ୍କୁ ଅସ୍ଥାୟୀ ଭାବେ ଆଇସୋଲେସନରେ ରଖାଯାଇଛି |

{"id":311520,"sizeSlug":"large"}

ସୂଚନାଯୋଗ୍ୟ ଯେ, ଶୁକ୍ରବାର ରାତିରେ କୋଝିକୋଡ଼ରେ ଦୁବାଇରୁ ଆସୁଥିବା ବିମାନ ରନୱେରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା | ବିମାନରେ ୧୦ ଶିଶୁ ସମେତ ୧୮୪ ଯାତ୍ରୀ, ୨ ପାଇଲଟ ଓ ଚାଳକ ଦଳର ୪ ସଦସ୍ୟ ଥିଲେ | ଦୁର୍ଘଟଣାରେ ୧୮ ଜଣଙ୍କର ମୃତ୍ୟୁ ହୋଇଛି |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.