Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଗଞ୍ଜାମ ଦିଗପହଣ୍ଡିରେ ଅପରାଧୀର ଛୁରା ମାଡରେ ଅପରାଧୀ ମୃତ
  • ||
  • ବାଙ୍କୀରେ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ବୋମାମାଡରେ ଜଣଙ୍କର ମୃତ୍ୟୁ
  • ||
  • କେନ୍ଦୁଝର ନୟାକୋଟରେ ସ୍ତ୍ରୀକୁ ଟାଙ୍ଗିଆରେ ହାଣିଲା ସ୍ବାମୀ
  • ||
  • ଗୁଜୁରାଟରେ ସ୍ତ୍ରୀକୁ ହତ୍ୟା ପରେ ଦୁଇ ସନ୍ତାନ ସହ ନିଜ ଦେହରେ ପେଟ୍ରୋଲ ଢାଳି ନିଆଁ ଲଗାଇଦେଲେ ଯୁବକ
  • ||
  • ରାଜ୍ୟରେ ଆଉ ୧୫ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ରାଜ୍ୟରେ ଚିହ୍ନଟ ହେଲେ ଆଉ ୧୬୯୫ କରୋନା ସଂକ୍ରମିତ
  • ||
  • ଆସୁଛି ଆଉ ଏକ ଲଘୁଚାପ ! ନଭେମ୍ବର ପହିଲାରୁ ପୁଣି ବର୍ଷାର ସମ୍ଭାବନା
  • ||
  • ଆମେରିକୀୟ ନୌସେନା ବିମାନ ଦୁର୍ଘଟଣାଗ୍ରସ୍ତ, ଦୁଇ ପାଇଲଟଙ୍କ ମୃତ୍ୟୁ
  • ||
  • ଭୁଆସୁଣୀ ଛକରେ ସିରିଜ୍ ଦୁର୍ଘଟଣା, ୨ ଗୁରୁତର
  • ||

ସଙ୍କଟରେ ଜୀବନ-ଜୀବିକା: ପାର୍ବତୀ ଆମ୍ମାଙ୍କ ହୋଟେଲକୁ ଆସୁନାହାନ୍ତି କେହି, ସୋସିଆଲ ମିଡ଼ିଆରେ କେରଳ ଷ୍ଟୋରୀ

13/10/2020 at 3:57 PM

ଥିରୁଅନନ୍ତପୁରମ ୧୩/୧୦ : ନିକଟରେ ସାରା ଦୁନିଆ ସୋସିଆଲ ମିଡ଼ିଆର ପାୱାର ଦେଖିଚି ଯେତେବେଳେ ଦିଲ୍ଲୀର ମାଲାବୀୟନଗରର ‘ବାବା କା ଢାବା’କୁ ସାହାଯ୍ୟ ଆବଶ୍ୟକ ଥିଲା। ଭିଡିଓ ଭାଇରାଲ ହେବାପରେ ବୃଦ୍ଧଙ୍କୁ ସାହାଯ୍ୟ କରିବାକୁ ହଜାର ହଜାର ଲୋକ ପହଞ୍ଚିଥିଲେ। ଯେଉଁ ବାବାଙ୍କ ଢାବାକୁ ବଡ କଷ୍ଟରେ ଜଣେ ଦୁଇଜଣ ଗ୍ରାହକ ଆସୁଥିଲେ, ଭିଡିଓ ଭାଇରାଲ ହେବାପରେ ସେଠାରେ ଗ୍ରାହକଙ୍କ ଭିଡ ଜମିଥିଲା। ବାବା କା ଢାବା ପରେ କାଞ୍ଜି ବଡା ବାବାଙ୍କ ସମସ୍ୟା ମଧ୍ୟ ଦୂର ହୋଇଥିଲା ଏବଂ ତାଙ୍କୁ ସାହାଯ୍ୟ କରିବାକୁ ଅନେକ ଲୋକ ପହଞ୍ଚିଥିଲେ।

ପୁଣି ଏହିଭଳି ଆଉ ଏକ ଭିଡିଓ ସୋସିଆଲ ମିଡ଼ିଆରେ ଭାଇରାଲ ହୋଇଛି। ଭିଡିଓରେ କେରଳର ଜଣେ ବୟସ୍କା ମହିଳା କରୋନା କାଳରେ କେତେ କଷ୍ଟରେ ଗୁଜୁରାଣ କରୁଛନ୍ତି ତାହା କହିଛନ୍ତି। ବୟସ୍କା ମହିଳା ପାର୍ବତୀ ଆମ୍ମାଙ୍କ ଦୁଃଖଭରା କାହାଣୀକୁ ଜଣେ ସାମ୍ବାଦିକ ଟ୍ୱିଟରରେ ସେୟାର କରିଛନ୍ତି। ସାମ୍ବାଦିକ ଆୱାରିଫ ଶାହା ଆମ୍ମାଙ୍କ ଭିଡିଓ ସେୟାର କରି ସେଥିରେ କ୍ୟାପସନ ଦେଇଛନ୍ତି, ‘କେରଳର ଷ୍ଟୋରୀ: ଏହି ବୁଢ଼ୀ ଆମ୍ମା ନିଜ ପରିବାରର ଭରଣପୋଷଣ କରିବା ପାଇଁ ଏକ ଢାବା ଚଳାନ୍ତି। କିନ୍ତୁ ତାଙ୍କ ପାଖକୁ ଗ୍ରାହକ ଆସୁନାହାନ୍ତି। ଏହା ମନ୍ନରକ୍କଡ ନିକଟରେ ଥିବ କରିମ୍ବାରେ ରହୁଥିବା ପାର୍ବତୀ ଅମ୍ମାଙ୍କ ଢାବା। ବାବା କା ଢାବା ପରେ ଆମ୍ମାଙ୍କ ସାହାଯ୍ୟ ପାଇଁ ମଧ୍ୟ ଆଗେଇ ଆସନ୍ତୁ।’

ଏହି କ୍ୟାପସନ ଅନୁଯାୟୀ, ପାର୍ବତୀ ଆମ୍ମା କେରଳର ମନ୍ନରକ୍କଡ ନିକଟରେ ଥିବ କରିମ୍ବାରେ ଏକ ଢାବା ଚଳାନ୍ତି। ଢାବାରୁ ଯାହା ଆୟ କରନ୍ତି ସେଥିରେ ବଡା କଷ୍ଟରେ ପରିବାର ଭରଣପୋଷଣ କରନ୍ତି। କିନ୍ତୁ କରୋନା ମହାମାରୀ ଯୋଗୁଁ ହୋଇଥିବା ଲକଡାଉନ ପରେ ତାଙ୍କ ଗୁଜୁରାଣ ବହୁତ କଷ୍ଟରେ ହେଉଛି। ତାଙ୍କୁ ଅନେକ ସମସ୍ୟାର ସମ୍ମୁଖୀନ ହେବାକୁ ପଡୁଛି। କରୋନା ଯୋଗୁଁ ଗ୍ରାହକ ଢାବାକୁ ଆସୁନାହାନ୍ତି। ଫଳରେ ଆମ୍ମା ଜୀବନ ବଞ୍ଚିବା ପାଇଁ ଅନେକ ସଂଘର୍ଷ କରୁଛି।

ସୋସିଆଲ ମିଡ଼ିଆରେ କେରଳର ଆମ୍ମାଙ୍କ ଭିଡିଓ ଭାଇରାଲ ହେବାପରେ ଅଭିନେତ୍ରୀ ରିଚା ଚଡ୍ଢା ପାର୍ବତୀ ଆମ୍ମାଙ୍କୁ ସାହାଯ୍ୟ କରିବାକୁ ଲୋକଙ୍କୁ ଅପିଲ କରିଛନ୍ତି। ଆମ୍ମାଙ୍କୁ ସାହାଯ୍ୟ କରିବାକୁ କିଛି ଲୋକ ଆଗେଇ ଆସିଛନ୍ତି।

   Related Posts