୨୬ ତାରିଖରୁ ଭକ୍ତଙ୍କ ପାଇଁ ଖୋଲିବ ପଦ୍ମନାଭସ୍ୱାମୀ ମନ୍ଦିର : ଦର୍ଶନ ପାଇଁ ଅନଲାଇନ୍ କରିବାକୁ ହେବ ବୁକିଂ

Published By : Prameya-News7 Bureau | August 23, 2020 IST

ଥିରୁବନନ୍ତପୁରମ ୨୩/୦୮ : କେରଳର ଥିରୁବନନ୍ତପୁରମରେ ଥିବା ପଦ୍ମନାଭସ୍ୱାମୀ ମନ୍ଦିର ଅଗଷ୍ଟ ୨୬ ତାରିଖରୁ ଭକ୍ତଙ୍କ ପାଇଁ ଖୋଲିବ ବୋଲି ନ୍ୟୁଜ୍ ଏଜେନ୍ସି ପିଟିଆଇ ରିପୋର୍ଟ କରିଛି । କରୋନା ସଂକ୍ରମଣ ମାମଲା ବୃଦ୍ଧି ହେତୁ ମାର୍ଚ୍ଚ ୨୧ ତାରିଖରୁ ମନ୍ଦିର ବନ୍ଦ ରହିଛି | କିନ୍ତୁ ବର୍ତ୍ତମାନ ଦର୍ଶନ ପାଇଁ ପ୍ରୋଟୋକଲ୍ ପାଳନ ସହ ମନ୍ଦିର ୱେବସାଇଟ ମାଧ୍ୟମରେ ଅନଲାଇନ୍ ବୁକ୍ କରିବାକୁ ପଡିବ | ଅନଲାଇନ ବୁକ କରିବା ପରେ ଦର୍ଶନ କରିବାକୁ ଯାଇହେବ |

{"id":319026,"sizeSlug":"large"}

ଭକ୍ତମାନଙ୍କୁ ଗୋଟିଏ ଦିନ ପୂର୍ବରୁ ଏବଂ ଅପରାହ୍ନ ୫ ଟା ପୂର୍ବରୁ ବୁକିଂ କରିବାକୁ ପଡିବ | ମନ୍ଦିର ପରିଦର୍ଶନ କରିବା ସମୟରେ ସେମାନଙ୍କୁ ସେମାନଙ୍କ ବୁକିଂ ଏବଂ ଆଧାର କାର୍ଡର ଏକ କପି ମଧ୍ୟ ରଖିବାକୁ ପଡ଼ିବ | ମନ୍ଦିର ଆସିବା ସମୟରେ ମାସ୍କ ପିନ୍ଧିବା ଏବଂ ହାତ ଧୋଇବା ଅନିବାର୍ଯ୍ୟ |

{"id":319027,"sizeSlug":"large"}

ପିଟିଆଇ ଅନୁଯାୟୀ, ଏକ ପ୍ରେସ ବିଜ୍ଞପ୍ତିରେ କୁହାଯାଇଛି ଯେ ସକାଳ ୮ ଟାରୁ ୧୧ ଟା ପର୍ଯ୍ୟନ୍ତ ଏବଂ ଅପରାହ୍ନ ସମୟରେ ୫ ଟାରୁ ସନ୍ଧ୍ୟା ୬.୪୫  ପର୍ଯ୍ୟନ୍ତ ଦର୍ଶନ ପାଇଁ ଅନୁମତି ଦିଆଯିବ। ଦିନକୁ ଏକାଥରେ କେବଳ ୩୫ ଜଣଙ୍କୁ ମନ୍ଦିର ଭିତରେ ଏବଂ ଦିନସାରା ସର୍ବାଧିକ ୬୬୫ ଲୋକଙ୍କୁ ଅନୁମତି ଦିଆଯିବ |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.