କେରଳୀ ନର୍ସ କରୋନାଭାଇରସରେ ଆକ୍ରାନ୍ତ, ପିନରାଇ ବିଜୟନ ଲୋଡିଲେ ଜୟଶଙ୍କରଙ୍କ ହସ୍ତକ୍ଷେପ

Published By : Prameya-News7 Bureau | January 23, 2020 IST

ନୂଆଦିଲ୍ଲୀ ୨୩।୧:  ସାଉଦି ଆରବର ଏକ ହସ୍ପିଟାଲରେ କାର୍ଯ୍ୟରତ ଜଣେ କେରଳୀ ନର୍ସ ଭୟାବହ କରୋନାଭାଇରସ୍‌ ସଂକ୍ରମିତ ହୋଇଛନ୍ତି । ସେଠାରେ କାର୍ଯ୍ୟରତ କେରଳର ୧୦୦ ଜଣ ନର୍ସଙ୍କ ରକ୍ତ ନମୁନା ଏବଂ ଅନ୍ୟାନ୍ୟ ସ୍ୱାସ୍ଥ୍ୟ ପରୀକ୍ଷାପରେ ଜଣେ ଆକ୍ରନ୍ତା ଥିବା ଜଣାପଡିଛି । ଏହି ସୂଚନା ଦେଇଛନ୍ତି ରାଷ୍ଟ୍ର ମନ୍ତ୍ରୀ ଭି. ମୂରଲିଧରନ । ସୂଚନାଯୋଗ୍ୟ ଯେ, ଏହି ଭୟଙ୍କର ଭୂତାଣୁ କରୋନୋଭାରରସ ଯୋଗୁଁ ଚୀନ୍‌ରେ ଶତାଧିକ ଲୋକଙ୍କ ମୃତ୍ୟୁ ହେଲାଣି । ଏହାର ପ୍ରତିରୋଧ ଲାଗି ବିଭିନ୍ନ ଦେଶର ସରକାର ତତ୍ପର ହୋଇଥିବା ବେଳେ ବିଦେଶରୁ ଆସୁଥିବା ଲୋକଙ୍କ ଲାଗି ବିଭିନ୍ନ ବିମାନବନ୍ଦରରେ ସତର୍କତା ମଧ୍ୟ ଜାରି ହୋଇଛି । 

{"id":215079,"sizeSlug":"large"}

କେରଳର ଜଣେ ନର୍ସ କରୋନା ଭାଇରସ ଆକ୍ରାନ୍ତ ଖବର ଟ୍ୱିଟ କରି  ମନ୍ତ୍ରୀ କହିଛନ୍ତି , ସାଉଦି ଆରବର ଅଲ ହାୟାତ ହସପିଟାଲରେ କାର୍ଯ୍ୟରତ ୧୦୦ ଜଣ ନର୍ସଙ୍କ ସ୍ୱାସ୍ଥ୍ୟ ପରୀକ୍ଷା ପରେ ମାତ୍ର ଜଣେ ଭୟାବହ ଭାଇରସ୍‌ରେ ଆକ୍ରାନ୍ତ ଥିବା ଜଣାପଡିଛି । ତାଙ୍କୁ  ତୁରନ୍ତ ଆସୀର ନ୍ୟାସନାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ତାଙ୍କର ଚିକିତ୍ସା ଜାରି ରହିଛି ଏବଂ ସେ ଦ୍ରୁତ ଆରୋଗ୍ୟ ଲାଭକରୁଥିବା କହିଛନ୍ତି ବୈଦେଶିକ ରାଷ୍ଟ୍ର ମନ୍ତ୍ରୀ ।

{"id":215080,"sizeSlug":"large"}

ତେବେ କରୋନାଭାଇରସ  ଆକ୍ରାନ୍ତ ୩୮ ବର୍ଷିୟା ନର୍ସ କେରଳର କୋଟ୍ଟାୟାମ୍‌ ଅନ୍ତର୍ଗତ ଏଟ୍ଟୁମନୁର ଅଞ୍ଚଳରେ ବୋଲି ଜଣାଯାଇଛି । ସରକାର ଏଥିପ୍ରତି ପଦକ୍ଷେପ ନେଉଛନ୍ତି।   ଉଲ୍ଲେଖଯୋଗ୍ୟ ଯେ, ପୂର୍ବରୁ ମନ୍ତ୍ରୀ ଭି.ମୂରଲୀଧରନ ଟ୍ୱିଟ୍ କରି କହିଥିଲେ, ଖାମିସ ମୁସେତ ସ୍ଥିତ ଅଲ ହାୟାତ ହସପିଟାଲରେ କାର୍ଯ୍ୟରତ ଥିବା ନର୍ସମାନଙ୍କ ସମ୍ପର୍କରେ ଯାଞ୍ଚ ଲାଗି ତଥା ସେମାନଙ୍କୁ ସମସ୍ତ ପ୍ରକାର ସହାୟତା ଯୋଗାଇଦେବା ଲାଗି ଜେଦାହ ସ୍ଥିତ ବାଣିଜ୍ୟିକ ଦୂତାବାସକୁ ସେ ନିର୍ଦ୍ଦେଶ ଦୋଇସାରିଛନ୍ତି ।

wp:html /wp:html

ଏହି ଘଟଣା ନେଇ କେରଳ ସରକାର ମଧ୍ୟ ତତ୍ପର ହୋଇ ଉଠିଛନ୍ତି । ମୁଖ୍ୟମନ୍ତ୍ରୀ ପିନାରାଇ ବିଜୟନ ବୈଦେଶିକ ମନ୍ତ୍ରୀ ଜୟଶଙ୍କରଙ୍କୁ ଚିଠି ଲେଖି  କେରଳ ନର୍ସଙ୍କ ମଧ୍ୟରେ ଦେଖାଦେଇଥିବା କରୋନାଭାଇରସ ଆତଙ୍କ ନେଇ ପଦକ୍ଷେପ ନେବାକୁ କହିଛନ୍ତି । ସାଉଦିଆରବ ସରକାରଙ୍କ ସହ ଯୋଗାଯୋଗ କରି ସଂକ୍ରମିତ ନର୍ସଙ୍କ ଉତ୍ତମ ଏବଂ ସମୟୋପଯୋଗୀ ଚିକିତ୍ସା ଲାଗି ସେ ଜୟଶଙ୍କରଙ୍କୁ ଅନୁରୋଧ କରିଛନ୍ତି । ଅଜିର ଆବା  ଅଲହାୟାତ ହସ୍ପିଟାଲରେ କେରଳର ନର୍ସଙ୍କ ମଧ୍ୟରେ କରୋନା ଭାଇରସ୍ ଆତଙ୍କ ସୃଷ୍ଟି କରିଥିବାରୁ ତାର ପ୍ରତିକାର ପଦକ୍ଷେପ ଲାଗି ମଧ୍ୟ ଲେଖିଛନ୍ତି କେରଳ ମୁଖ୍ୟମନ୍ତ୍ରୀ।ସୂଚନାଯୋଗ୍ୟ ଯେ, ଭୟଙ୍କର କରୋନା ଭାଇରସ କେବଳ ଚୀନ ନୁହେଁ , ଆମେରିକା, ଥାଇଲାଣ୍ଡ, ଜାପାନ ଆଦି ଦେଶରେ ମଧ୍ୟ ଆତଙ୍କ ସୃଷ୍ଟି କରିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.