କେରଳ ନନ୍-ଦୁଷ୍କର୍ମ ମାମଲା : ଅଭିଯୁକ୍ତ ବିଶପ୍ ଫ୍ରାଙ୍କୋଙ୍କ ବିରୋଧରେ ଥିବା ଏକମାତ୍ର ସାକ୍ଷୀ ଫାଦରଙ୍କ ସନ୍ଦେହଜନକ ମୃତ୍ୟୁ

Published By : Prameya-News7 Bureau | October 22, 2018 IST

  ଜଲନ୍ଧର୨୨|୧୦: କେରଳର ବହୁ ଚର୍ଚ୍ଚିତ ନନ୍-ଦୁଷ୍କର୍ମ ମାମଲାରେ ମୁଖ୍ୟ ସାକ୍ଷୀ ଫାଦର କ୍ୟୁରିଆକୋସ୍ କଟ୍ଟୁଥରାଙ୍କ ମୃତ୍ୟୁ ହୋଇଛି ।  ସୋମବାର ସକାଳେ ସେଣ୍ଟ ପର୍ଲ ଚର୍ଚ୍ଚରେ ତାଙ୍କର ସନ୍ଦେହଜନକ ଅବସ୍ଥାରେ ମୃତ୍ୟୁ ହୋଇଛି ।  ୬୨ବର୍ଷ ବୟସ୍କ କ୍ୟୁରିଆକୋସ୍ ସବୁବେଳେ ଏହି ଚର୍ଚ୍ଚାରେ ରହୁଥିଲେ। ପରିବାର ଲୋକଙ୍କ କହିବା ଅନୁସାରେ ଫାଦରଙ୍କୁ ଧମକ ମିଳୁଥିଲା। ଏହା ଏକ ସୁପରିକଳ୍ପିତ ହତ୍ୟା ବୋଲି ସନ୍ଦେହ କରାଯାଉଛି। ପୋଲିସର କହିବା ଅନୁସାରେ କ୍ୟୁରିଆକୋସଙ୍କ ବିଛଣା ପାଖରୁ ରକ୍ତଚାପ ପାଇଁ ସେ ଖାଉଥିବା ଔଷଧ ମିଳିଛି। ସେ ବାନ୍ତି କରିଥିଲେ। ଶରୀରରେ କୈାଣସି କ୍ଷତ ଦେଖିବାକୁ ମିଳିନାହିଁ। ଫରେନସିକ୍ ଟିମ୍ ମଧ୍ୟ ସବୁ ଜିନିଷର ଯାଞ୍ଚ କରୁଛି। କେରଳର ଜଣେ ନନ୍ ଙ୍କୁ ବିଶପ୍ ଫ୍ରାଙ୍କୋ ୨୦୧୪ରୁ ୨୦୧୬ମସିହା ପର୍ଯ୍ୟନ୍ତ ବାରଂବାର ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଥିଲା। ଏହି ମାମଲାରେ ବିଶପ୍ ଫ୍ରାଙ୍କୋଙ୍କୁ ସେପ୍ଟେମ୍ବର ୨୧ତାରିଖରେ ଗିରଫ କରାଯାଇଥିଲା। କେରଳ ହାଇକୋର୍ଟରେ ଜାମିନ ମିଳିବା ପରେ ସେ ଗତ ବୁଧବାର ଜଲନ୍ଧର ପହଞ୍ଚିଥିଲେ। ସେଠାରେ ତାଙ୍କୁ ଜୋରଦାର ସ୍ବାଗତ କରାଯାଇଥିଲା। ତାଙ୍କୁ ତାଙ୍କ ପାସପୋର୍ଟ ଜମା କରାଇବାକୁ ନିର୍ଦ୍ଦେଶ ମଧ୍ୟ ମିଳିଥିଲା। ଜାମିନ ପ୍ରଦାନ ବେଳେ ଅଦାଲତ ସର୍ତ୍ତ ରଖିଛନ୍ତି ଯେ, ଯେତେବେଳେ ବି ତାଙ୍କୁ ତଦନ୍ତକାରୀ ସଂସ୍ଥା ପକ୍ଷରୁ ଡକାଯିବ ସେତେବେଳେ ସେ କେରଳରେ ପହଂଚିବେ । ତେବେ ତେବେ ଫାଦର କ୍ୟୁରିଆକୋସ୍ ଙ୍କ ଅସମୟରେ ମୃତ୍ୟୁ ଏହି ମାମଲାକୁ ଦୁର୍ବଳ କରିଦେବ ବୋଲି ଆଶଂକା କରାଯାଉଛି । ଏହା ବ୍ୟତୀତ ଫାଦର କ୍ୟୁରିଆକୋସ୍ ଙ୍କ ମୃତ୍ୟୁର ରହସ୍ୟ ଉନ୍ମୋଚନ ପାଇଁ ମଧ୍ୟ ଦାବି ଉଠିଛି।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.