Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଦେବାଳିଆ ଦ୍ଵାର ଦେଶରେ ଥିବା ଶ୍ରୀଲଙ୍କା ପାଇଁ ଅକ୍ସିଜେନ ପାଲଟିଲା ଭାରତ, ଦେଲା ଏତେ କୋଟି ସହାୟତା
  • ||
  • ପଞ୍ଚାୟତ ନିର୍ବାଚନ ପାଇଁ କଂଗ୍ରେସର ୧୮ ଜଣିଆ ନିର୍ବାଚନ କମିଟି, ନରସିଂହ ଅଧ୍ୟକ୍ଷ
  • ||
  • ପଞ୍ଚାୟତ ନିର୍ବାଚନ: ପ୍ରଥମ ଦିନରେ ନାମାଙ୍କନପତ୍ର ଦାଖଲ କଲେ ୮୭୭୨ ଜଣ ପ୍ରାର୍ଥୀ
  • ||
  • ପୁଣି ନିରାଶ ହେଲେ ସୁମିତ୍, ଆବେଦନ ଖାରଜ କଲେ ଏସଡିଜେଏମ କୋର୍ଟ
  • ||
  • ପଞ୍ଚାୟତ ନିର୍ବାଚନ ପୂର୍ବରୁ ହିଂସା ! ସମିତି ସଭ୍ୟାଙ୍କ ଗାଡି ଜାଳିଦେଲେ ଦୁର୍ବୃତ୍ତ
  • ||
  • ମହିଳାଙ୍କ ଦେହରେ ନିଆଁ ଲଗାଇ ଦେଲେ ଧରମ ଭାଇ ! ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି
  • ||
  • ବିଲଡର୍ ସଂସ୍ଥାର ଘର ଉପରେ ବୋମାମାଡ, ୩ ଶ୍ରମିକ ଆହତ
  • ||
  • ରାଜ୍ୟରେ ଆଉ ୩ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୪୮୪କୁ ବୃଦ୍ଧି
  • ||
  • ରାଜ୍ୟରେ ୧୦ ହଜାର ଉପରେ ଦୈନିକ ସଂକ୍ରମଣ : ୨୪ ଘଣ୍ଟାରେ ଚିହ୍ନଟ ହେଲେ ୧୦୪୮୯ କୋଭିଡ୍ ପଜିଟିଭ୍, ୧୧୪୪୪୦୧ରେ ପହଞ୍ଚିଲା ସଂଖ୍ୟା
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୨ ଲକ୍ଷ ୫୮ ହଜାରରୁ ଅଧିକ କରୋନା ପଜିଟିଭ୍, ୩୮୫ ମୃତ
  • ||

ଏହି ମନ୍ଦିରରେ କ୍ଷୀର ଢ଼ାଳିଲେ ହୋଇଯାଏ ନୀଳ: କେବଳ ଏହି ବ୍ୟକ୍ତିମାନଙ୍କ ଅର୍ପିତ କ୍ଷୀର ବଦଳାଇଥାଏ ରଙ୍ଗ

30/11/2021 at 7:34 PM

କାବେରୀ ୩୦/୧୧ : ଭାରତରେ ଲକ୍ଷ ଲକ୍ଷ ମନ୍ଦିର ଅଛି। ମନ୍ଦିରମାନଙ୍କ ଇତିହାସ ବହୁ ପୁରୁଣା। ଏମିତି ବି ଅନେକ ମନ୍ଦିର ଅଛି ଯାହା ଆଜି ଯାଏଁ ମଧ୍ୟ ରହସ୍ୟ ହୋଇ ରହିଛି। ମନ୍ଦିରମାନଙ୍କର ରହସ୍ୟ ଲୋକଙ୍କୁ ଆଶ୍ଚର୍ଯ୍ୟ ଚକିତ କରିଥାଏ। ଝାରଖଣ୍ଡରେ ଅବସ୍ଥିତ ବୈଦ୍ୟନାଥ ଶିବ ମନ୍ଦିରକୁ ବିଶ୍ୱକର୍ମା ନିଜେ ନିର୍ମାଣ କରିଥିଲେ ବୋଲି କୁହାଯାଏ। ଦକ୍ଷିଣ ଭାରତର ଏକ ମନ୍ଦିର ମଧ୍ୟ ଏହିଭଳି ରହସ୍ୟମୟୀ। ଏହି ମନ୍ଦିର କେତୁଙ୍କୁ ସମର୍ପିତ। ଏହି ମନ୍ଦିରରେ କ୍ଷୀର ଅର୍ପଣ କଲେ କ୍ଷୀର ରଙ୍ଗ ନୀଳ ହୋଇଯାଏ।

ଏହି ରହସ୍ୟମୟୀ ମନ୍ଦିର କେରଳର କାବେରୀ ନଦୀ କୂଳରେ ଅବସ୍ଥିତ। କିଜାପେରୁମପଲ୍ଲମ ଗାଁରେ ଥିବା ଏହି ମନ୍ଦିର ନାଗନାଥସ୍ୱାମୀ ବା କେତି ସ୍ଥଳ ଭାବେ ଜଣାଶୁଣା। ଏହି ମନ୍ଦିରରେ ଭଗବାନ ଶିବ ପୂଜା ପାଆନ୍ତି। ଏହି ମନ୍ଦିରରେ ରାହୁ ଓ କେତୁଙ୍କ ପ୍ରତିମା ମଧ୍ୟ ସ୍ଥାପିତ। ଏହି ମନ୍ଦିରରେ ରାହୁଙ୍କୁ କ୍ଷୀର ଅର୍ପଣ କରାଯାଏ। କେତୁ ଦୋଷରେ ପୀଡିତ ବ୍ୟକ୍ତି ରାହୁଙ୍କୁ କ୍ଷୀର ଅର୍ପଣ କଲେ କ୍ଷୀରର ରଙ୍ଗ ବଳାଇ ନୀଳ ହୋଇଯାଏ।

ପୌରାଣିକ କଥା ଅନୁସାରେ ଋଷିଙ୍କ ଅଭିଶାପରୁ ମୁକ୍ତି ପାଇବାକୁ କେତୁ ଏହି ମନ୍ଦିରରେ ଶିବଙ୍କୁ ପ୍ରସନ୍ନ କରିବାକୁ ଆରାଧନା କରିଥିଲେ। ଶିବରାତ୍ରି ଦିନ ଭଗବାନ ଶିବ କେତୁଙ୍କୁ ଦର୍ଶନ ଦେଇଥିଲେ ଓ କେତୁଙ୍କୁ ଅଭିଶାପରୁ ମୁକ୍ତ କରିଥିଲେ ବୋଲି ବିଶ୍ୱାସ ରହିଛି। କେତୁଙ୍କୁ ସାପ ଦେବତା ମଧ୍ୟ କୁହାଯାଏ କାରଣ ତାଙ୍କ ମୁଣ୍ଡ ମନୁଷ୍ୟର ଏବଂ ଶରୀର ସାପର।

ଜ୍ୟୋତିଷଶାସ୍ତ୍ରରେ ରାହୁ ଓ କେତୁକୁ ଛାୟା ଗ୍ରହ ବୋଲି କୁହାଯାଏ। ୯ ଗ୍ରହମାନଙ୍କ ମଧ୍ୟରେ ରାହୁ ଓ କେତୁ ମଧ୍ୟ ରହିଛି। ୯ ଗ୍ରହ ମଧ୍ୟରେ ବୃହସ୍ପତି, ଶନି, ଶୁକ୍ର, ଚନ୍ଦ୍ରମା, ବୁଧ, ମଙ୍ଗଳ ଓ ସୂର୍ଯ୍ୟ ସାମିଲ। ପ୍ରତ୍ୟେକ ଗ୍ରହର ସ୍ୱଭାବ ଭିନ୍ନ ଭିନ୍ନ। ଏହାର ପ୍ରଭାବ କୁଣ୍ଡଳୀ ଉପରେ ପଡିଥାଏ।

   Related Posts