ମିସାଇଲ୍‌ ମ୍ୟାନଙ୍କ ପାଇଁ ଜଣେ ବାସହୀନଙ୍କ ନିଃସର୍ତ୍ତ ପ୍ରେମ, ରାତାରାତି ହିରୋ ପାଲଟିଥିବା ବ୍ୟକ୍ତିଙ୍କୁ ନିର୍ମମ ହତ୍ୟା

Published By : Prameya-News7 Bureau | December 20, 2020 IST

ନୂଆଦିଲ୍ଲୀ ୨୦/୧୨: ଜଣେ ବାସହୀନ ବ୍ୟକ୍ତି ପୂର୍ବତନ ରାଷ୍ଟ୍ରପତି ଏପିଜେ ଅବଦୁଲ କାଲାମଙ୍କ ମୂର୍ତ୍ତିକୁ ଫୁଲ ଦେଇ ସଜାଉଥିବାର ଏକ ଭିଡିଓ ଭାଇରାଲ୍‌ ହେଉଥିଲା। ତେବେ ଗତ ସପ୍ତାହରେ ତାଙ୍କ ପରିଚୟ ମିଳିଥିଲା। ତାଙ୍କ ନାଁ ଶିବଦାସନ ହୋଇଥିବା ବେଳେ ତାଙ୍କ ବୟସ ୬୩ ବର୍ଷ। କିନ୍ତୁ କୋଚିର ଅବଦୁଲ କାଲାମ ମାର୍ଗରେ ଶିବଦାସନଙ୍କ ମୃତଦେହ ଉଦ୍ଧାର କରିଛି ପୋଲିସ। ସେଠାରେ ଶିବାଦସ ସବୁଦିନ ରାତିରେ ଶୋଉଥିଲେ ବୋଲି ଜଣାପଡ଼ିଛି।

୧୬ ଡିସେମ୍ବରରେ ଶିବଦାସନଙ୍କ ମୃତଦେହ ପୋଲିସ ଉଦ୍ଧାର କରିଥିବା ବେଳେ ତାଙ୍କୁ ହତ୍ୟା କରାଯାଇଥିବା ନେଇ ନ୍ୟୁଜ୍‌ ମିନିଟ୍‌ର ଏକ ରିପୋର୍ଟରୁ ଜଣାପଡ଼ିଛି। ତେବେ ଶିବଦାସନଙ୍କ ଭିଡିଓ ଭାଇରାଲ୍‌ ହେବା ଏବଂ ତାଙ୍କ ରାତାରାତି ଲୋକପ୍ରିୟ ପାଲଟିଥିବା ନେଇ ଇର୍ଷାରେ କେହି ଶିବଦାସନଙ୍କୁ ହତ୍ୟା କରିଥିବା ପୋଲିସ କହିଛି। ପୋଷ୍ଟମର୍ଟମ ରିପୋର୍ଟରୁ ଶିପଦାସନଙ୍କ ହତ୍ୟା ହୋଇଥିବା ଜଣାପଡ଼ିବା ସହ ତାଙ୍କୁ ରାଜେଶ ନାମକ ଜଣେ ବ୍ୟକ୍ତି ମାରିଥିବା ପୋଲିସ କହିଛି। ରାଜେଶ, ଶିବଦାସନଙ୍କୁ ଚାପୁଡ଼ ମାରିଛନ୍ତି ଯାହାଦ୍ବାରା ଶିବଦାସନଙ୍କ ଶରୀର ଭିତରେ ଆଘାତ ଲାଗିଥିବା ସୂଚନା ମିଳିଛି।

ଭାଇରାଲ୍‌ ଭିଡିଓରେ ଶିବଦାସନ କହିଥିଲେ, ଅବୁଦାଲ କାଲାମଙ୍କ ସେ ଜଣେ ବଡ଼ ଫ୍ୟାନ୍ । କେରଳ ଆସିଥିବା ସମୟରେ ସେ ତାଙ୍କୁ ଦୁଇ ଥର ଭେଟିଛନ୍ତି। କୋଲାମ ଓ ଥିରୁଅନନ୍ତପୁରମ୍‌ରେ ଅବଦୁଲ୍‌ କାଲାମଙ୍କୁ ଭେଟିଥିଲେ ବୋଲି ଭିଡିଓ ମାଧ୍ୟମରେ କହିଥିଲେ ଶିବଦାସନ। ଏପରିକି ପୂର୍ବତନ ରାଷ୍ଟ୍ରପତି ତାଙ୍କୁ ୫୦୦ ଟଙ୍କା ଦେଇଥିଲେ ବୋଲି ସେ ଦାବି କରିଥିଲେ। ଅବଦୁଲ କାଲାମଙ୍କ ଉଦାରବାଦୀ ସ୍ବଭାବ ପାଇଁ ସେ ତାଙ୍କୁ ଭଲ ପାଆନ୍ତି ତେଣୁ ତାଙ୍କ ପ୍ରତିମୂର୍ତ୍ତିକୁ ଫୁଲ ଦେଇ ସେ ସବୁବେଳେ ସଜାନ୍ତି ବୋଲି ଶିବଦାସନ କହିଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.