ସାଙ୍ଘାତିକ ବ୍ୟଭିଚାର : ସମ୍ପର୍କୀୟଙ୍କ ସମେତ ୪୪ ଜଣଙ୍କ ବିରୋଧରେ ନାବାଳିକା ଆଣିଲେ ଦୁଷ୍କର୍ମ ଅଭିଯୋଗ, ୩୨ ମାମଲା, ୨୦ ଗିରଫ

Published By : Prameya-News7 Bureau | January 22, 2021 IST

ଥିରୁବନନ୍ତପୂରମ୍ ୨୨/୦୧ : କେରଳର ମଲପ୍ପୁରମ ଅଞ୍ଚଳରେ ଏକ ଲୋମଟାଙ୍କୁରା ଘଟଣା ସାମ୍ନାକୁ ଆସିଛି । ଜଣେ ନାବାଳିକାକୁ ୩ ବର୍ଷ ହେଲା ଦୁଷ୍କର୍ମ କରାଯାଉଥିବା ଅଭିଯୋଗ ହୋଇଛି । ପୀଡିତାଜଣକ ବୟାନରେ କହିଛନ୍ତି ଯେ, ଗତ ୩ ବର୍ଷ ଧରି ନିଜ ସମ୍ପର୍କୀୟଙ୍କ ସମେତ ୪୪ ଜଣ ତାଙ୍କୁ ଦୁଷ୍କର୍ମ କରିଛନ୍ତି । ପୋଲିସ ଏହି ମାମଲାକୁ ଗମ୍ଭୀରତାର ସହ ନେଇ ୨୦ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି ।

ସୂଚନା ଅନୂସାରେ ଏହି ଘଟଣା ମଲପ୍ପୁରମ ଜିଲ୍ଲାର ପଣ୍ଡିକାଦ ଥାନା ଅଞ୍ଚଳରେ ଘଟିଛି । ପୋଲିସ କହିଛି ଯେ, ପୀଡିତାଙ୍କ ବୟାନ ଆଧାରରେ ୪୪ ଜଣଙ୍କ ବିରୁଦ୍ଧରେ ୩୨ଟି ମାମଲା ରୁଜୁ କରାଯାଇଛି ଏବଂ ୨୦ ଜଣଙ୍କୁ ଗିରଫ କରାଯାଇଛି । ୧୭ ବର୍ଷୀୟା ପୀଡିତାଙ୍କୁ ଏବେ ବାଲ୍ କଲ୍ୟାଣ ସମିତିରେ ରଖାଯାଇଛି । କାଉନସିଲିଂ ବେଳେ ପୀଡିତା ନାବାଳିକା ଘଟଣା ବାବଦରେ ପୋଲିସକୁ ସମସ୍ତ ତଥ୍ୟ ଦେଇଥିଲେ ।

ଆଇପିସିର ଧାରା ୧୬୪ ଅଧିନରେ ବିଚାରପତିଙ୍କ ସାମ୍ନାରେ ବୟାନ ଦେଇଛନ୍ତି ପୀଡିତା । ପୀଡିତାଜଣକ କହିଛନ୍ତି, ୧୩ ବର୍ଷର ହୋଇଥିବା ବେଳେ ୨୦୧୬ ଓ ୨୦୧୭ ମସିହାରେ ଅନେକ ଥର ତାଙ୍କୁ ଯୌନ ଶୋଷଣ କରାଯାଇଥିଲା । ଘଟଣାପରେ ତାଙ୍କୁ ବାଲ ଗୃହକୁ ପଠାଇ ଦିଆଯାଇଥିଲା । ସେଠାରେ ବର୍ଷେ ରହିବା ପରେ ତାଙ୍କୁ ପରିବାର ସହିତ ରହିବାକୁ ଅନୁମତି ଦିଆଯାଇଥିଲା ।

ପୋଲିସ ଇନସପେକ୍ଟର ମହମ୍ମଦ ହନୀଫା କହିଛନ୍ତି, ବାଲ୍ ଗୃହରୁ ଫେରିବା ପରେ ନାବାଳିକାଜଣକ କେଉଁଆଡେ ନିଖୋଜ ହୋଇଯାଇଥିଲେ । ତାଙ୍କୁ ଗତ ଡିସେମ୍ବର ମାସରେ ପଲକ୍କଡ୍‌ରୁ ଉଦ୍ଧାର କରାଯାଇଥିଲା । ତେବେ ଏହି ସଙ୍ଗିନ ମାମଲାରେ ପୋଲିସ ୪୪ ଜଣଙ୍କ ବିରୁଦ୍ଧରେ ମାମଲା ରୁଜୁ କରିବା ସହିତ ୨୦ ଜଣଙ୍କୁ ଗିରଫ କରିଛି । ଘଟଣାରେ ସଂପୃକ୍ତ ଅନ୍ୟ ଅଭିଯୁକ୍ତମାନଙ୍କୁ କାବୁ କରିବାକୁ ଚଢଉ ଜାରି ରଖିଛି ପୋଲିସ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.