ମଦପିଇ ଗାଡି ଚଳାଇଲା ବେଳେ ଆଇଏଏସ ଅଫିସର କଲେ ଏମିତି କାଣ୍ଡ, ପୋଲିସ କଲା ଗିରଫ..

Published By : Prameya-News7 Bureau | August 04, 2019 IST

ଥିରୁବନ୍ତପୁରମ୪|୮:  ସଡ଼କ ଦୁର୍ଘଟଣା ଜଣେ କାର୍ଯ୍ୟରତ ସାମ୍ବାଦିକଙ୍କ ମୃତ୍ୟୁ ହୋଇଛି। କେରଳର ଜଣେ ପ୍ରଶାସନିକ ଅଧିକାରୀ (ଆଇଏଏସ) ଏହି ଦୁର୍ଘଟଣା କରିଛନ୍ତି। ମାଲାୟାଲାମର ଦୈନିକ ଖବର କାଗଜରେ କାର୍ଯ୍ୟ କରୁଥିବା ସାମ୍ବାଦିକ କେଏମ ବାଶିରଙ୍କ ସଡକ ଦୁର୍ଘଟଣା ହୋଇଥିଲା। ଏହି ସଡ଼କ ଦୁର୍ଘଟଣା ସେ ପ୍ରାଣ ହରାଇଥିଲେ। ଏହି ଘଟଣା ପରେ ଆଇଏଏସ ଅଧିକାରୀଙ୍କୁ  ଜାମିନ ବିହୀନ ଧାରାରେ ପୋଲିସ  ତାଙ୍କୁ ଗିରଫ କରିଛି।

{"id":140683}

ଆଇଏସଏସ ଅଫିସର ଶ୍ରୀରାମ ଭେଙ୍କେଟରମଣ ଓ ତାଙ୍କ ଝିଅ ବନ୍ଧୁ ଓ୍ବାହା ଫିରୋଜ ସହ ନାଇଟ ପାର୍ଟିରୁ ଫେରିବା ସମୟରେ ଦୁର୍ଘଟଣା ହୋଇଥିଲା। ୩୫ ବର୍ଷୀୟ ବାଶିର "ସିରାଜ" ଦୈନିକ ଖବର କାଗଜର ବ୍ୟୁରୋ ହେଡ ଭାବେ କାର୍ଯ୍ୟ କରନ୍ତି। ଗତକାଲି ରାତି ୧୨.୪୫ ମିନିଟରେ ଅଫିସରୁ ଫେରିବା ସମୟରେ ପବ୍ଲିକ କମ୍ପେଲେକ୍ସ ସାମ୍ନାରେ ଏହି ମର୍ମନ୍ତୁଦ ସଡକ ଦୁର୍ଘଟଣା ହୋଇଥିଲା। ସର୍ଭେ ଡାରେକ୍ଟର ଆଇଏଏସ ଭେଙ୍କେଟରମଣଙ୍କ କାର୍‌ ଦ୍ରୁତଗତିରେ ଆସି ସମ୍ବାଦିକଙ୍କ ବାଇକରେ ବାଡେଇ ହୋଇଥିଲା। ଘଟଣାସ୍ଥଳରେ ସାମ୍ବାଦିକ ବାଶିରଙ୍କ ମୃତ୍ୟୁ ହୋଇଯାଇଥିଲା।

ସୂଚନାନୁସାରେ  ଆଇଏଏସ ଅଫିସର ଶ୍ରୀରାମ ଓ ତାଙ୍କ ମହିଳା ବନ୍ଧୁ ଫିରୋଜ ମଦ ପିଇ ଗାଡ଼ି ଚଳାଉଥିଲେ। ଶ୍ରୀରାମ ଏକ ଘରୋଇ ହସସ୍ପିଟାଲ ଚିକିତ୍ସାଧୀନ ସମୟରେ ପୋଲିସ ତାଙ୍କୁ ଗିରଫ କରିଛି। ଦୁର୍ଘଟଣା ସମୟରେ ସାଙ୍ଗରେ ଥିବା ମହିଳା ଫିରୋଜଙ୍କ ବୟାନ ମାଜି​‌େ​‌ଷ୍ଟ୍ରଟ ସାମ୍ନାରେ ରେକର୍ଡ କରାଯାଇଛି। ଆଇଏଏସ ଅଧିକାରୀ ଶ୍ରୀରାମଙ୍କ ସ୍ବାସ୍ଥ୍ୟବସ୍ଥା ଗୁରୁତର ଥିବାରୁ ତାଙ୍କୁ ଅନ୍ୟ ଏକ ଘରୋଇ ହସ୍ପିଟାରେ ପୁଣି ଭର୍ତ୍ତି କରାଯାଇଛି। ଏହି ଘଟଣାରେ ପୋଲିସ କମିଶନର ସଂଜୟ ଗୁର୍‌ଦିନ ଓ ଏସପି ଜର୍ଜ ଜୋସେଫ  ଘଟଣା ପ୍ରକୃତ ତଦନ୍ତ କରାଯାଇ ଦୋଷୀ ବିରୋଧରେ କାର୍ଯ୍ୟାନୁଷ୍ଠା ନିଆଯିବ ବୋଲି କହିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.