ମା ବିରୋଧରେ 'ପକ୍‌ସୋ' ମାମଲା ! ନାବାଳକ ପୁଅକୁ ଦେଉଥିଲା ଯୌନ ନିର୍ଯାତନା

Published By : Prameya-News7 Bureau | January 19, 2021 IST

ତିରୁଅନନ୍ତପୁରମ:  ପ୍ରୋଟେକ୍ସନ ଅଫ ଚିଲ୍ଡ୍ରେନ ଫ୍ରମ ସେକ୍ସୁଆଲ ଅଫେନ୍ସ (ପକ୍‌ସୋ) ଆଇନରେ ପ୍ରଥମ ଥର ଜଣେ ମହିଳାଙ୍କ ବିରୋଧରେ ମୋକଦ୍ଦମା ରୁଜୁ ହୋଇଛି ଓ ଏହା ବି ପିଲାର ମା ବିରୋଧରେ । ନିଜ ଜନ୍ମିତ ସନ୍ତାନ ପ୍ରତି ଯୌନ ଉତ୍ପିଡ଼ନା ଲାଗି ମହିଳାଙ୍କ ବିରୋଧରେ ତାଙ୍କର ପୂର୍ବତନ ସ୍ୱାମୀ ଅଭିଯୋଗ ଆଣିଥିଲେ। ମାମଲାରେ ମହିଳା ଜାମିନ ନିବେଦନ କରିଥିବା ବେଳେ କେରଳ ସରକାର କୋର୍ଟରେ ଏହାକୁ ବିରୋଧ କରିଛନ୍ତି।

ଏହା ପାରିବାରିକ ମାମଲା ଭଳି ମନେ ହେଉଥିଲେ ହେଁ ତଦନ୍ତକାରୀ ମହିଳାଙ୍କ ମୋବାଇଲରୁ ଜଟିଳ ପ୍ରମାଣ ପାଇଥିବା ରାଜ୍ୟ ସରକାର କୋର୍ଟଙ୍କୁ କହିଛନ୍ତି। ଏହା ଛଡା ମା ତାର ପୁଅକୁ କିଛି ଔଷଧ ମଧ୍ୟ ଦେଇଥିଲା। ମାମଲାର ତଦନ୍ତରେ ପୋଲିସ  ପିଲା ଠାରୁ ସେ ଔଷଧ ମଧ୍ୟ ଜବତ କରିଛି ବୋଲି କୋର୍ଟଙ୍କୁ ସୂଚିତ କରାଯାଇଛି।

ତେବେ ତଦନ୍ତ ଠିକ ଦିଗରେ ଯାଉନଥିବା ମହିଳା କୋର୍ଟରେ ଅଭିଯୋଗ କରିଛନ୍ତି। ପିଲାଟି ପିତାଙ୍କ ଚାପରେ ପଡି ଏପରି କରୁଥାଇପାରେ ବୋଲି ମହିଳା ଅଭିଯୋଗ କରିଛନ୍ତି। ୩୭ ବର୍ଷ ବୟସ୍କା ଏହି ମହିଳା ତିରୁଅନନ୍ତପୁରମ ଭାକ୍କମର ବାସିନ୍ଦା। ପୁଅକୁ ଯୌନ ନିର୍ଯାତନା ଲାଗି ପିତାଙ୍କ ଅଭିଯୋଗ ଆଧାରରେ କଡକ୍କଭୁର ପୋଲିସ ଜନୁୟାରୀ ୫ ତାରିଖରେ ମହିଳାଙ୍କୁ ଗିରଫ କରିଥିଲା।

ପିତାଙ୍କ ଅଭିଯୋଗ ଅନୁସାରେ ଘଟଣା ପ୍ରାୟ ୨ ବର୍ଷ ପୂର୍ବର। ତେବେ ଏ ନେଇ ସେ ପୋଲିସରେ ଏବେ ଅଭିଯୋଗ କରିଛନ୍ତି। ପିଲାର ପିତାମାତାଙ୍କ ବିବାହ ବିଚ୍ଛେଦ ହୋଇଥିବା ବେଳେ ପିତା ପୁର୍ବିବାହ କରିଛନ୍ତି। ତେବେ ମାମଲାରେ ପି଼ଡ଼ିତଙ୍କ  ବଡ ଭାଇ ଗଣମାଧ୍ୟମରେ ଭିନ୍ନ ତଥ୍ୟ ରଖିଛନ୍ତି। ମା ବିରୋଧରେ ଏପରି ଅଭିଯୋଗ ଆଣିବା ଲାଗି ଭାଇ ଉପରେ ପିତା ଏଥିଲାଗି ଚାପ ପକାଉଥିବା କହିଛି।

ପତ୍ନୀଙ୍କ ସହ ବିବାହ ବିଚ୍ଛେଦ ପରେ ତାଙ୍କର ୧୭, ୧୪ ଓ ୯ ବର୍ଷର ୩ଟି ପିଲାଙ୍କୁ ସାଥୀରେ ନେଇ ପିତା ଗଲଫ ଚାଲିଯାଇଥିଲେ। ନିକଟରେ ୧୪ ବର୍ଷର ଦ୍ୱିତୀୟ ପୁତ୍ର ମାଙ୍କ ନିକଟକୁ ଫେରିଆସିଥିଲା କିଛି ଦିନ ମା ସହ ରହି ଫେରିବା ପରେ ତାଠାରେ କିଛି ପରିବର୍ତ୍ତନର ଆଭାସ ପାଇଥିଲେ ପିତା। ଏ ନେଇ ପଚରାଉଚରା ପରେ ତା ପ୍ରତି ମା ଯୌନ ନିର୍ଯାତନା ଦେଇଥିବାର ଥାନାରେ ଅଭିଯୋଗ କରିଥିଲେ।

ତେବେ ବୟାନରେ ତାଳମେଳ ନ ରହିବାରୁ କେରଳ ପୋଲିସ ମହାନିର୍ଦ୍ଦେଶକ ମାମଲାର ଆଇଜି ସ୍ତରୀୟ ତଦନ୍ତ ନିର୍ଦ୍ଦେଶ ଦେଇଥିଲେ। ଆଇଜି ହର୍ଷିତା ଉତାଲ୍ଲୁରୀ ମାମଲାର ତଦନ୍ତ କରି ମହିଳାଙ୍କୁ ଗିରଫ କରିଥିବା ବେଳେ ତାଙ୍କୁ କୋର୍ଟରେ ହାଜର କରାଯାଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.