ତିରୁଅନନ୍ତପୁରମ୍ ଏୟାରପୋର୍ଟକୁ ଆଦାନୀ ଗ୍ରପ୍କୁ ଲିଜ୍ ଦେବା ଘଟଣା, କେନ୍ଦ୍ରର ନିଷ୍ପତ୍ତି ବିରୋଧରେ ସୁପ୍ରିମକୋର୍ଟ ଗଲେ କେରଳ ସରକାର
24/11/2020 at 10:36 PM

ନୂଆଦିଲ୍ଲୀ ୨୪/୧୧: ତିରୁଅନନ୍ତପୁରମ୍ ବିମାନବନ୍ଦରକୁ ଆଦାନୀ ଗ୍ରୁପ୍କୁ ଲିଜ୍ ଦେବା ନେଇ କେନ୍ଦ୍ର ସରକାରଙ୍କ ନିଷ୍ପତ୍ତି ବିରୋଧରେ ସୁପ୍ରିମକୋର୍ଟର ଦ୍ବାରସ୍ଥ ହେଲେ କେରଳ ସରକାର। କେନ୍ଦ୍ର ନିଷ୍ପତ୍ତିକୁ ଚ୍ୟାଲେଞ୍ଜ କରି ଆଦାନୀ ଗ୍ରୁପ୍କୁ ଏୟାରପୋର୍ଟ ଲିଜ୍ ନିଷ୍ପତ୍ତି ଉପରେ ରୋକ୍ ଲଗାଇବାକୁ ଦାବି କରିଛନ୍ତି ରାଜ୍ୟ ସରକାର। କେରଳ ସରକାର ହାଇକୋର୍ଟଙ୍କୁ ଆଦେଶକୁ ଚ୍ୟାଲେଞ୍ଜ କରିଥିଲେ। ଗତ ମାସରେ କେନ୍ଦ୍ର ନିଷ୍ପତ୍ତି ବିରୋଧରେ ରାଜ୍ୟ ସରକାରଙ୍କ ଆବେଦନକୁ ଖାରଜ କରିଥିଲେ ହାଇକୋର୍ଟ।
କେରଳ ସରକାରଙ୍କ ମନ୍ତ୍ରୀ କେ. ସୁରେନ୍ଦ୍ରନ୍ କହିଥିଲେ, ‘ ତିରୁଅନନ୍ତପୁରମ୍ ଅନ୍ତର୍ଜାତୀୟ ଏୟାରପୋର୍ଟ ପ୍ରାଇଭେଟ୍ ପ୍ଲେୟରକୁ ବିକ୍ରି କରିବା ନିଷ୍ପତ୍ତି ଦିନ ଦ୍ବିପ୍ରହରେ ଲୁଟ ଭଳି।’ ଏୟାରପୋର୍ଟ ପାଇଁ ରାଜ୍ୟ ସରକାର ଜମି ଯୋଗାଇବା ସହ ସବୁ କିଛି କରିଥିଲେ ବୋଲି ମଧ୍ୟ ସେ କହିଥିଲେ। ସୂଚନା ଅନୁସାରେ କେରଳ ଏଲ୍ଡିଏଫ୍ ସରକାର ତିରୁଅନନ୍ତପୁରମ୍ ସମେତ ୩ଟି ଏହାରପୋର୍ଟକୁ ୫୦ ବର୍ଷ ଘରୋଇ କମ୍ପାନୀକୁ ଦେବା ନିଷ୍ପତ୍ତିକୁ ବିରୋଧ କରିଛି। ତେବେ ଏନେଇ କେରଳ ମୁଖ୍ୟମନ୍ତ୍ରୀ ପିନାରାଇ ବିଜୟନ୍ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ପତ୍ର ମଧ୍ୟ ଲେଖିଛନ୍ତି।
ଏୟାରପୋର୍ଟକୁ ଘରୋଇ କମ୍ପାନୀ ହାତକୁ ଟେକିଦେବା ୨୦୦୩ର ଆସ୍ୟୁରାନ୍ସ ବିରୋଧରେ ବୋଲି ନିଜ ପତ୍ରରେ ଲେଖିଥିଲେ ମୁଖ୍ୟମନ୍ତ୍ରୀ। ବିନା ମୂଲ୍ୟରେ ୨୩.୫୭ ଏକର ଜମି ଅନ୍ତର୍ଜାତୀୟ ଟର୍ମିନାଲ ପାଇଁ ରାଜ୍ୟ ସରକାର ଏୟାରପୋର୍ଟ ଅଥରିଟି ଅଫ୍ ଇଣ୍ଡିଆକୁ ଦେଇଥିଲେ ରାଜ୍ୟ ସରକାର ଦେଇଥିଲେ ବୋଲି ମଧ୍ୟ ମୁଖ୍ୟମନ୍ତ୍ରୀ ଲେଖିଥିଲେ।