Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୧୦୫ କରୋନା ସଂକ୍ରମିତ, ୧୦୫୦୩୫୪ରେ ପହଞ୍ଚିଲା ସଂଖ୍ୟା
  • ||
  • ରାଜ୍ୟରେ ଆଉ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୨୩କୁ ବୃଦ୍ଧି
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୮ ହଜାରରୁ ଅଧିକ କରୋନା ପଜିଟିଭ୍, ୨୧୧ ମୃତ
  • ||
  • ଗୁଜୁରାଟରେ ଓମିକ୍ରନ ଗଞ୍ଜାମକୁ ବିପଦ : ବଢିବ ସଂକ୍ରମଣ ! ସତର୍କ କଲା ପ୍ରଶାସନ
  • ||
  • ଡ୍ରାଇଭରଙ୍କୁ ମାଗିଲେ ଲାଞ୍ଚ, ନଦେବାରୁ ଆକ୍ରମଣ କରି କଲେ ଲହୁଲୁହାଣ
  • ||
  • ଆଉ ବର୍ଷା ନାହିଁ, ବଦଳିବ ପାଗ : ୧୧ରୁ କମିଯିବ ଶୀତ
  • ||
  • ଆସୁଛନ୍ତି ପୁଟିନ : ମୋଦୀଙ୍କୁ ଭେଟିବେ, ବହୁ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉପରେ ହେବ ଆଲୋଚନା
  • ||

ସରକାର ଧାର୍ଯ୍ୟ କଲେ ୧୬ଟି ପରିବା ଦର! ଆଳୁ-ଭେଣ୍ଡି ୨୦, ଟମାଟ ୮ ଓ କଲରା କେଜି ୩୦ରୁ ଅଧିକ ଦରରେ ହେବନି ବିକ୍ରି, ଜାଣନ୍ତୁ କେଉଁଠି

28/10/2020 at 6:49 PM

ତିରୁଅବନ୍ତୀପୁରମ ୨୮।୧୦: ସାରା ଦେଶରେ ପନିପରିବା ଦର ଏବେ ଆକାଶ ଛୁଉଁଛି। ହେଲେ ଦେଶରେ ଏପରି ଏକ ରାଜ୍ୟ ଅଛି ଯେଉଁଠି ବ୍ୟାବସାୟୀଙ୍କ ନିମନ୍ତେ ପରିବା ଦର ଧାର୍ଯ୍ୟ କରି ଦିଆଯାଇଛି। ରାଜ୍ୟ ସରକାର ୧୬ଟି ପରିବା ଦର ନିର୍ଦ୍ଧାରିତ କରିଛନ୍ତି। ସରକାରଙ୍କ ଦ୍ୱାରା ଧାର୍ଯ୍ୟ ଦରରୁ ବ୍ୟବସାୟୀ ଅଧିକ ଦରରେ ବିକ୍ରିକରିପାରିବେନି ବୋଲି କଟକଣା ମଧ୍ୟ ଜାରି ହୋଇଛି। ଏପରି ଦର ଧାର୍ଯ୍ୟ କରିବାରେ କେରଳ ଦେଶରେ ପ୍ରଥମ ରାଜ୍ୟ ପାଲଟିଛି।

କେରଳ ସରକାର ରାଜ୍ୟରେ ଆଳୁ ଓ ଭେଣ୍ଡି ଦର ପ୍ରତି କେଜି ୨୦ ଟଙ୍କା ଧାର୍ଯ୍ୟ କରିଥିବା ବେଳେ ଟମାଟ ୮ଟଙ୍କା ଓ କଲରା ଲାଗି ସର୍ବାଧିକ ୩୦ ଟଙ୍କା ଦର ଧାର୍ଯ୍ୟ ହୋଇଛି। ରାଜ୍ୟ ସରକାର ପୂର୍ବରୁ ରାଜ୍ୟରେ ପନିପରିବା ସହାୟକ ମୂଲ୍ୟ (ଏମଏସପି) ଘୋଷଣା କରି ରଖିଛନ୍ତି। ସରକାରଙ୍କ ଧାର୍ଯ୍ୟ ମୂଲ୍ୟରୁ କମ୍‌ ଦରରେ ଚାଷୀଙ୍କଠାରୁ କେହି  ପନିପରିବା କିଣିପାରିବେନି ବୋଲି କଟକଣା ଜାରି ହୋଇଛି। ସେହି ଅନୁସାରେ କେରଳରେ ଏବେ ୧୬ଟି ପରିବା ଓ ଫଳର ଏମଏସପି ତଳେ କାରବାର ହେଉ ନଥିବା ବେଳେ ସରକାର ବ୍ୟବସାୟୀଙ୍କ ଲାଗି ସର୍ବାଧିକ ବିକ୍ରି ମୂଲ୍ୟ ମଧ୍ୟ ଧାର୍ଯ୍ୟ କରିଦେଇଛନ୍ତି।

ତେବେ ସରକାର ପନିପରିବା ଲାଗି ଧାର୍ଯ୍ୟ କରିଥିବା ଦର ରାଜ୍ୟରେ ନଭେମ୍ବର ୧ ତାରିଖରୁ ଲାଗୁ ହେବ। ଏହି ସମୟରେ ଅନ୍ୟ ପନିପରିବା ଓ ଫଳ ଲାଗି ଏମଏସପି ଧାର୍ଯ୍ୟ ହେବା ସହ ବଜାର ବିକ୍ରି ଦର ମଧ୍ୟ ନିର୍ଦ୍ଧାରିତ ହେବ ବୋଲି ଜଣାପଡିଛି। ଯୋଜନା ଅନୁସାରେ ରାଜ୍ୟର ଚାଷୀଙ୍କ ପନିପରିବା ଲାଗି ସରକାର ସ୍ୱତନ୍ତ୍ର ଷ୍ଟୋର ଖୋଲିବେ। ଯେଉଁଠାରେ ଚାଷୀଙ୍କ ଉତ୍ପାଦନ ସରକାରୀ ଦରରେ ବିକ୍ରି ହେବ। କେରଳ ସରକାରଙ୍କ ଯୋଜନା ପରେ ଏବେ ପଞ୍ଜାବ, ମହାରାଷ୍ଟ୍ରର ଓ କର୍ଣ୍ଣାଟକ ଆଦି ରାଜ୍ୟରେ ମଧ୍ୟ ଚାଷୀ ସେମାନଙ୍କ ପନିପରିବା ଚାଷ ଲାଗି ଏମଏସପି ଘୋଷଣା ଦାବି କରୁଛନ୍ତି।

ରାଜ୍ୟର ଚାଷୀଙ୍କୁ ଉପକୃତ କରିବା ଲାଗି ସରକାର ଏହି ପଦକ୍ଷେପ ନେଇଛନ୍ତି। ବଜାରରେ ମୂଲ୍ୟ ହ୍ରାସ ହେଲେବି ଚାଷୀଙ୍କ ସ୍ୱାର୍ଥ ପ୍ରଭାବିତ ହେବନି ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ପି.ବିଜୟନ। ଏଥିରେ ସରକାର ପନିପରିବା ଆଧାର ମୂଲ୍ୟ ଉତ୍ପାଦନ ନିବେଶରୁ ୨୦ ପ୍ରତିଶତ ଅଧିକ ଧାର୍ଯ୍ୟ କରିଛନ୍ତି। ବଜାର ମୂଲ୍ୟ ତେଣିକି ହ୍ରାସ ହେଲେବି ଚାଷୀଙ୍କୁ ତାଙ୍କ ଆଧାର ମୂଲ୍ୟ କିନ୍ତୁ ସରକାର ନିଶ୍ଚିତ କରିଦେଇଛନ୍ତି। ତେବେ ପରିବା ତଟକା ଅନୁସାରେ ଆଧାରମୂଲ୍ୟ ସ୍ଥିରିକୃତ ହେବ।

ତେବେ ପରିବା ଉତ୍ପାଦନରେ କେରଳ ଏବେ ସମ୍ପୂର୍ଣ୍ଣ ଆତ୍ମନିର୍ଭର ହୋଇପାରିଛି। ଗତବର୍ଷ ସାରା ରାଜ୍ୟରେ ୭ ଲକ୍ଷ ଟନ ପନିପରିବା ଓ ଫଳ ଉତ୍ପାଦିତ ହୋଇଥିବା ବେଳେ ଚଳିତବର୍ଷ ଏହା ଦୁଇ ଗୁଣାରୁ ବି ଅଧିକ ହୋଇଛି। ଏଥିରେ ସରକାର ଏଥିଲାଗି ଏମଏସପି ଧାର୍ଯ୍ୟ କରି ଚାଷୀଙ୍କ ଉତ୍ସାହ ବୃଦ୍ଧି କରିଛନ୍ତି। ଅନ୍ୟପକ୍ଷରେ ସରକାର ବଜାରମୂଲ୍ୟ ନିର୍ଦ୍ଧାରିତ କରୁଥିବାରୁ ପନିପରିବା ନିର୍ଦ୍ଧାରିତ ଦରରୁ ତଳେ ଅଥବା ଉପରେ ମଧ୍ୟ ବିକ୍ରି ହୋଇପାରିବ ନାହିଁ।  

   Related Posts