ସରକାରଙ୍କ ନୂତନ ଯୋଜନା, ଅଲଗା ଧର୍ମରେ ବିବାହ କଲେ ମିଳିବ ସୁରକ୍ଷିତ ଘର ଓ ଆର୍ଥିକ ସହାୟତା

Published By : Prameya-News7 Bureau | March 06, 2020 IST

ତିରୁଅନନ୍ତପୁରମ ୦୬।୦୩- କେରଳ ସରକାର ଅଲଗା ଧର୍ମରେ ବିବାହ କରୁଥିବା ଲୋକଙ୍କ ସମସ୍ୟାକୁ ସମାପ୍ତ କରି ଏକ ଅଭିନବ ଯୋଜନା ରାଜ୍ୟରେ ଲାଗୁ କରିବାକୁ ଯାଉଛନ୍ତି। ଏହାରି ଆଧାରରେ  ସରକାର ଅନ୍ୟ ଧର୍ମରେ ବିବାହ କରୁଥିବା ଲୋକଙ୍କୁ ସୁରକ୍ଷିତ ଘର ଉପଲବ୍ଧ କରାଇବ। ସରକାରଙ୍କ ଏହି ନୂତନ ଯୋଜନାର ନାମ ‘’ସୁରକ୍ଷିତ ଘର’’। ଏଥିରେ ଏକ ସୁରକ୍ଷିତ ଘର ନବ ଦମ୍ପତ୍ତିଙ୍କୁ ଯୋଗାଇ ଦିଆଯିବ। ଏହି ଘରେ ଅନ୍ୟ ଧର୍ମରେ ବିବାହ କରୁଥିବା ଦମ୍ପତ୍ତିଙ୍କୁ ଏକ  ବର୍ଷ ପର୍ଯ୍ୟନ୍ତ ଶରଣ ନେଇ ପାରିବେ।

ସ୍ଵାସ୍ଥ୍ୟ ଓ ସାମାଜିକ ନ୍ୟାୟ ମନ୍ତ୍ରୀ କେ.କେ ଶୈଲଜା ଏହି ଯୋଜନାକୁ ପ୍ରସ୍ତୁତ କରି ବିଧାନସଭାରେ ସୂଚନା ଦେଇଛନ୍ତି ଯେ, ଏହି ପ୍ରକଳ୍ପକୁ ସବୁ ବର୍ଗରୁ ସମର୍ଥ ମିଳିଛି। ଏହି ପ୍ରକଳ୍ପ ଆରମ୍ଭ ପାଇଁ ଆବଶ୍ୟକ ପଦକ୍ଷେପ ଉଠାଯାଇଛି। ଏହାକୁ ଲାଗୁ କରିବା ପାଇଁ ସରକାର ଅନେକ ଏନଜିଓ ସହିତ ହାତ ମିଳାଇଛନ୍ତି।

{"id":233840,"sizeSlug":"large"}

୩୦ ହଜାର ଆର୍ଥି ସହାୟତା

ନବ ଦମ୍ପତ୍ତିଙ୍କୁ ଆର୍ଥିକ ସହାୟତା ମଧ୍ୟ  ପ୍ରଦାନ କରାଯିବ। ଅନୁସୂଚିତ ଜାତି ଓ ଜନଜାତି ଶ୍ରେଣୀର ପୁରୁଷ ଓ ମହିଳା ଯାହାଙ୍କର ବାର୍ଷିକ ଆୟ ଏକ ଲକ୍ଷରୁ କମ, ସେମାନଙ୍କୁ ସରକାରଙ୍କ ପକ୍ଷରୁ ସ୍ଵରୋଜଗାର ପାଇଁ ୩୦ ହଜାର ଟଙ୍କାର ଆର୍ଥିକ ସହାୟତା ଯୋଗାଇ ଦିଆଯିବ।

ଦମ୍ପତ୍ତିଙ୍କ ମଧ୍ୟରେ ଯଦି ପତି ଓ ପତ୍ନୀଙ୍କ ମଧ୍ୟରୁ ଜଣେ ଅନୁସୂଚିତ ଜାତିର ହୋଇଥିବେ ତେବେ ସେମାନଙ୍କୁ ୭୫ ହଜାର ଟଙ୍କାର ଆର୍ଥିକ ସହାୟତା ଯୋଗାଇ ଦିଆଯିବ। ଯୋଡିଙ୍କ ମଧ୍ୟରୁ ଯଦି ଜଣେ ଅଲଗା ଧର୍ମର ଏବଂ ଜଣେ ସରକାରୀ ଚାକିରିଆ ହୋଇଥିବେ, ତେବେ ସେମାନଙ୍କର ଟ୍ରାନ୍ସଫର ସମୟରେ ବିଶେଷ ଧ୍ୟାନ ଦିଆଯିବ। ମନ୍ତ୍ରୀ ଏହା ମଧ୍ୟ ସ୍ପଷ୍ଟ କରିଛନ୍ତି ଯେ, ଏହି ପ୍ରକାରର ଦମ୍ପତ୍ତିଙ୍କୁ ଚାକିରିରେ ସଂରକ୍ଷଣ ଦେବାର କୌଣସି ନିୟମ ନାହିଁ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.