Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ ଗିରଫ
  • ||
  • ମିର୍ଜାପୁରରେ କଂଗ୍ରେସ ନେତା ଦିଗ୍‌ବିଜୟ ସିଂହଙ୍କ ବଡ଼ ବୟାନ, କହିଲେ- ପାକିସ୍ତାନ ଯିବାକୁ ଚାହୁଁଛି
  • ||
  • ରାଜନୀତିରେ ପ୍ରବେଶ କଲେ ସୁପରଷ୍ଟାର୍ ରଜନୀକାନ୍ତ
  • ||
  • ବଢିଲା LPG ସିଲିଣ୍ଡର ଦର ଏବେ ବିନା ସବସିଡି ଉପଭୋକ୍ତାଙ୍କୁ ଦେବାକୁ ପଡିବ ଅଧିକ ୫୦ଟଙ୍କା
  • ||
  • ସାଲେପୁର : ଆମ୍ବୁଲାନ୍ସକୁ ପିଟିଲା କାର୍, ଡ୍ରାଇଭର ଆହତ
  • ||
  • କଟକ : ସି-ସୋର ଘାଟରୁ ଅଜଣା ମୃତଦେହ ଉଦ୍ଧାର, ଭାସି ଆସିଥିବା ସନ୍ଦେହ
  • ||
  • ଚଣ୍ଡିଗଡ : ପଦ୍ମ ବିଭୂଷଣ ଫେରାଇଲେ ପଞ୍ଜାବର ପୂର୍ବତନ ମୁଖ୍ୟମନ୍ତ୍ରୀ ପ୍ରକାଶ ସିଂହ ବାଦଲ
  • ||
  • ନୂଆଦିଲ୍ଲୀ : ଅନଲାଇନ୍‌ରେ ହେବନାହିଁ CBSE ବୋର୍ଡ ପରୀକ୍ଷା, ପୂର୍ବଭଳି ପରୀକ୍ଷା ଦେବେ ଛାତ୍ରଛାତ୍ରୀ
  • ||
  • ଝାରସୁଗୁଡା : ବାପା ନା’ ରାକ୍ଷସ, ନିଶାଶକ୍ତ ଅବସ୍ଥାରେ ୧୧ ବର୍ଷର ଝିଅ ସହ କଲା ଦୁଷ୍କର୍ମ !
  • ||
  • କନ୍ଧମାଳ : ହଜିଗଲା ମା’ର ମମତା, ୪ ବର୍ଷ ଝିଅର ଗାଲ କାଟିଦେଲା ସାବତ ମା’ !
  • ||

କେରଳ ସରକାର ମାଗଣାରେ ବାଣ୍ଟୁଥିବା ଫୁଡ୍ କିଟ୍‌ରେ ରହିଛି ଏତେ ଜିନିଷ, ସୋସିଆଲ୍ ମିଡିଆରେ ହେଉଛି ପ୍ରଶଂସା

20/04/2020 at 8:31 PM

କୋଚି ୨୦।୪: କେରଳ ସଠିକ୍ ରଣନୀତି ଆପଣାଇବାରୁ ସେଠାରେ କିଛି ମାତ୍ରାରେ କରୋନା କାବୁରେ ରହିଛି । କିଛି ଦିନ ହେବ ରାଜ୍ୟରେ କରୋନା ସଂକ୍ରମିତଙ୍କ ସଂଖ୍ୟା ହ୍ରାସ ପାଇଛି । କରୋନା ବିପକ୍ଷରେ କେରଳର ମଡେଲର ସୋସିଆଲ ମିଡିଆରେ ଚର୍ଚ୍ଚାରେ ରହିଛି । ବାସ୍ତାବରେ ଲକ୍ ଡାଉନ୍ ସଠିକ୍ ଢଙ୍ଗରେ ପାଳନ ହେବା ସହ ଲୋକଙ୍କୁ ଘରୁ ବାହାରକୁ ବାହାର ନକରାଇଦେବା ଲାଗି ସରକାର ରାସନ ସାମଗ୍ରୀର ଏକ କିଟ୍ ପ୍ରସ୍ତୁତ କରିଛନ୍ତି । ଯାହା ଲୋକଙ୍କୁ ଫ୍ରିରେ ବଣ୍ଟାଯାଉଛି ।

ଏହି କିଟ୍ ରେ ଯେଉଁ ଯେଉଁ ସାମଗ୍ରୀ ରହିଛି ତାହାକୁ ତାକୁ ନେଇ ସୋସିଆଲ ମିଡିଆରେ କେରଳ ସରକାରଙ୍କୁ ପ୍ରଶଂସା କରୁଛନ୍ତି ଲୋକ । ମାର୍ଚ୍ଚ ମାସରେ କରୋନା ମୁକାବିଲା ନେଇ ମୁଖ୍ୟମନ୍ତ୍ରୀ ପିନରାଇ ବିଜୟନ ୨୦ ହଜାର କୋଟି ଟଙ୍କାର ସ୍ବତନ୍ତ୍ର ପ୍ୟାକେଜ ଘୋଷଣା କରିଥିଲେ । ଏହି ଆଧାରରେ କିଛି ଦିନ ତଳେ କେରଳରେ ଫ୍ରିରେ ଖାଦ୍ୟସାମଗ୍ରୀ କିଟ୍ ବଣ୍ଟନ ପ୍ରକ୍ରିୟା ଆରମ୍ଭ କରାଯାଇଛି ।

ଏହି କିଟ୍ ରାସନ କାର୍ଡଧାରୀଙ୍କ ବ୍ୟତୀତ ସେମାନଙ୍କୁ ମଧ୍ୟ ବଣ୍ଟାଯାଉଛି ଯେଉଁମାନେ କ୍ବାରେଣ୍ଟାଇନ୍ ରେ ରହିଛନ୍ତି । କ୍ବାରେଣ୍ଟାଇନ୍ ରହିଥିବା କିଛି ଲୋକ ଏହି କିଟ୍ ର ଫଟୋ ସୋସିଆଲ ମିଡିଆରେ ପୋଷ୍ଟ କରି ରାଜ୍ୟ ସରକାରଙ୍କୁ ଧନ୍ୟବାଦ ଦେଇଛନ୍ତି ।

କିଟ୍ ରେ ୧୭ଟି ଆଇଟମ୍ ରହିଛି । ଚିନି (୧ କେଜି), ଚା (୨୫୦ଗ୍ରାମ୍), ଲୁଣ (୧ କେଜି), ମୁଗ ଡାଲି (୧ କେଜି), ବୁଟ ଡାଲି (୧ କେଜି), ହରଡ ଡାଲି (୧ କେଜି) , ରାଓ୍ବା (୧ କେଜି), ନଡିଆ ତେଲ (ଅଧା ଲିଟର), ସୂର୍ଯ୍ୟମୁଖୀ ତେଲ (୧ ଲିଟର), ଅଟା (୨ କେଜି), କର୍ଣ୍ଣଫ୍ଲୋର ( ୧ କେଜି), ଚିଲି ପାଉଡର (୧୦୦ ଗ୍ରାମ୍), ଧନିଆ ପାଉଡର (୧୦୦ ଗ୍ରାମ୍), ହଳଦୀ ପାଉଡର (୧୦୦ ଗ୍ରାମ୍), ମେଥି (୧୦୦ ଗ୍ରାମ୍), ସୋରିଷ (୧୦୦ ଗ୍ରାମ୍), ସାବୁନ୍ (୨ଟା),

ପ୍ରତ୍ୟେକ କିଟ୍ ମୂଲ୍ୟ ୧୦୦୦ ଟଙ୍କା ହେବ । ମାତ୍ର ଲୋକଙ୍କୁ ଏହା ଫ୍ରିରେ ବଣ୍ଟାଯାଉଛି ।

   Related Posts