ବଢିଲା କରୋନା ଚିନ୍ତା: ଏହି ରାଜ୍ୟରେ ଦୁଇ ଦିନ ପାଇଁ ଲାଗୁ ହେଲା ସଂପୂର୍ଣ୍ଣ ଲକ୍‌ଡାଉନ୍‌

Published By : Prameya-News7 Bureau | July 21, 2021 IST

ନୂଆଦିଲ୍ଲୀ ୨୧।୦୭: କରୋନା ସଂକ୍ରମଣ ବଢୁଥିବାରୁ କେରଳ ସରକାର ପୂରା ରାଜ୍ୟରେ ଦୁଇ ଦିନିଆ ସଂପୂର୍ଣ୍ଣ ଲକ୍‌ଡାଉନ୍‌ ଘୋଷଣା କରିଛନ୍ତି। ଜୁଲାଇ ୨୩ ଓ ୨୪ ତାରିଖ ପୂରା ରାଜ୍ୟରେ କଠୋର କଟକଣା ଲଗାଯାଇଛି। ଏଥିସହ ପିନରାଇ ବିଜୟନ ସରକାର ରାଜ୍ୟର ସ୍ଵାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗକୁ ଟେଷ୍ଟିଂ ବଢାଇବାକୁ କହିଛନ୍ତି। ପ୍ରତିଦିନ ୩ ଲକ୍ଷ ନମୂନା ଯାଞ୍ଚ କରିବାକୁ ଆଦେଶ ଦେଇଛନ୍ତି।

ଇଦରେ ତିନି ଦିନ କଟକଣା କୋହଳ କରିବା ନେଇ ସୁପ୍ରିମକୋର୍ଟଙ୍କ କଡା ତାଗିଦ୍ ପରେ କେରଳ ମୁଖ୍ୟମନ୍ତ୍ରୀ ପିନାରଇ ବିଜୟନ ମଙ୍ଗଳବାର କହିଥିଲେ, ରାଜ୍ୟରେ କଟକଣାରେ କୌଣସି ପ୍ରକାରର କୋହଳ କରାଯିବ ନାହିଁ। ସଂକ୍ରମଣକୁ ଦୃଷ୍ଟିରେ ରଖି ସପ୍ତାହେ ପର୍ଯ୍ୟନ୍ତ କଟକଣା ଜାରି ରହିବ। ଗତ ତିନି ଦିନରେ ହାରାହାରି ପଜିଟିଭହାର ୧୦.୮ ପ୍ରତିଶତ ରହିଛି।

ପ୍ରଧାନମନ୍ତ୍ରୀ ଚିନ୍ତା ପ୍ରକଟ୍ କଲେ

ଜୁଲାଇ ୧୬ରେ ଛଅ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହିତ ମନ୍ଥନ ପରେ ପ୍ରଧାନମନ୍ତ୍ରୀ କହିଥିଲେ ଯେ, କେରଳ ଓ ମହାରାଷ୍ଟ୍ରରେ କରୋନା ମାମଲା ବୃଦ୍ଧି ଚିନ୍ତାର ବିଷୟ ପାଲଟିଛି। ପ୍ରଧାନମନ୍ତ୍ରୀ ମୋଦୀ ତୃତୀୟ ଲହରକୁ ରୋକିବା ପାଇଁ ସତର୍କତାମୂଳକ ପଦକ୍ଷେପ ନେବାକୁ କହିଥିଲେ। ପ୍ରଧାନମନ୍ତ୍ରୀ ଟେଷ୍ଟ, ଟ୍ରାକ୍, ଟ୍ରିଟ୍ ଓ ଟିକାର ମନ୍ତ୍ର ଦେଇ ମାଇକ୍ରୋ କଣ୍ଟେନମେଣ୍ଟ ଜୋନ୍ସ ଉପରେ ଫୋକସ୍ କରିବାକୁ କହିଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.