ଜାମିନ ପରେ ବି ଜେଲରେ ରହିବେ କେରଳ ସୁନା ଚୋରି ରାକେଟର କିଙ୍ଗପିନ୍ ସ୍ବପ୍ନା ସୁରେଶ, ଇଡିରୁ ଆଶ୍ବସ୍ତି କିନ୍ତୁ ରହିଛି ଆତଙ୍କବାଦୀ ଲିଙ୍କ ମାମଲା

Published By : Prameya-News7 Bureau | October 14, 2020 IST

କୋଚି ୧୪/୧୦: କେରଳରେ ସୁନା ଚୋରା ଚାଲାଣ ମାମଲାରେ ମୁଖ୍ୟ ଅଭିଯୁକ୍ତ ସ୍ବପ୍ନା ସୁରେଶଙ୍କୁ ମଙ୍ଗଳବାର ପ୍ରବର୍ତନ ନିର୍ଦେଶାଳୟ (ଇଡି) ଦ୍ବାରା ରୁଜୁ ହୋଇଥିବା ଗୋଟିଏ ମାମଲାରେ କୋଚିର ଏକ ଅଦାଲତ ଜାମିନ୍ ପ୍ରଦାନ କରିଛନ୍ତି।

ଜାତୀୟ ତଦନ୍ତ ଏଜେନ୍ସି ଦ୍ବାରା ଏ ମାମଲାରେ ତାଙ୍କର ଆତଙ୍କୀ ସପୃକ୍ତି ଥିବାରୁ ସେ ଜଣେ ବଡ଼ ଅଭୁଯୁକ୍ତ। ସେଥିପାଇଁ ସେ ଜେଲରେ ରହିବେ। ଗତ ସପ୍ତାହରେ ଅର୍ଥନୈତିକ ଅପରାଧରେ ଉପରେ କଷ୍ଟମ ଦ୍ବାରା ପଞ୍ଜିକୃତ ହୋଇଥିବା ମାମଲାରେ ଏକ କୋର୍ଟ ସୀମାଙ୍କୁ ଆଇନଗତ ଜାମିନ ପ୍ରଦାନ କରିଥିଲେ।

{"id":344195,"sizeSlug":"large"}

ମନି ଲଣ୍ଡ୍ରିଂ ମାମଲାର ବିଶେଷ ଅଦାଲତ ସୁରେଶଙ୍କୁ ଜାମିନ ଦେଇ କହିଛନ୍ତି ଡିଫଲ୍ଟ ଜାମିନା ପାଇବା ଖୁବ ଗୁରୁତ୍ବପୂଣ୍ଣ। କୋର୍ଟ କହିଛନ୍ତି ସୁରେଶ ଏ ଜାମିନ ପାଇଁ ସବୁ ଆବଶ୍ୟକତା ପୂରଣ କରିଛନ୍ତି। ଅକ୍ଟୋବର ୫ ପର୍ଯ୍ୟନ୍ତ ୬୦ ଦିନରୁ ଅଧିକ ସମୟ ପର୍ଯ୍ୟନ୍ତ ତାଙ୍କୁ ବିଭାଗୀୟ ହେପାଜରେ ରଖାଯାଇଥିଲା। ଯେଉଁଥିରେ କଥିତ ଅପରାଧୀଙ୍କ ପାଇଁ ୧୦ ବର୍ଷ ନ୍ୟୁନତମ ଅବଧି ପାଇଁ ଜେଲଦଣ୍ଡର ସଜା ତାଙ୍କୁ ଦିଆଯାଇ ନ ଥିଲା। ଅଦାଲତ କହିଛନ୍ତି ସୁରେଶ ସେକସନ୍ ୧୬୭ (୨)ର ସିଆରପିସର ଡିଫଲ୍ଟ ଜାମିନ ପାଇଁ ହକଦାର।

ଉଲ୍ଲେଖନୀୟ ଏହି ଚୋରା ଚାଲାଣ ମାମଲା ସେତେବେଳେ ସାମ୍ନାକୁ ଆସିଥିଲା ଯେତେବେଳେ ସୀମା ଶୁକ୍ଲା କଷ୍ଟମ କମିଶନରେଟ୍ ଜୁଲାଇ ୫ରେ ୟୁଏଇରୁ କୂଟନୈତିକ ବ୍ୟାଗରେ ୧୪.୮୨ କୋଟି ଟଙ୍କାର ୩୦ କେଜି ସୁନା ଜବତ କରିଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.