Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପୁଣି ନବୀନ ପଟ୍ଟନାୟକ ଏକ ନମ୍ବର, ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ତାଲିକାର ଶୀର୍ଷରେ
  • ||
  • ରାଜ୍ୟରେ ଚିହ୍ନଟ ହେଲେ ଆଉ ୧୫୦ କୋଭିଡ୍ ସଂକ୍ରମିତ, ୩୩୪୩୦୦ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ରାଜ୍ୟରେ ଆଉ ଜଣେ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୯୦୫ ଛୁଇଁଲା ମୃତକଙ୍କ ସଂଖ୍ୟା
  • ||
  • ଢେଙ୍କାନାଳ : କଳିଙ୍ଗ ଝୋଟ କାରଖାନାରେ ଅଘଟଣ, ମେସିନରେ ଚାପି ହୋଇ ଶ୍ରମିକ ମୃତ
  • ||
  • ଭଞ୍ଜନଗର : ଘରୋଇ କଳି ହେଲା କାଳ, ଦାଦାର ଛୁରାମାଡ଼଼ରେ ଝିଆରୀ ଆହତ
  • ||
  • ପୁରୀ : ଆଜି ଶ୍ରୀଜିଉଙ୍କ ଦର୍ଶନ ବନ୍ଦ, ଶ୍ରୀମନ୍ଦିର ଭିତରେ ଓ ବାହାରେ କରାଯାଉଛି ସାନିଟାଇଜ୍
  • ||
  • ବ୍ରିଜରେ ଝୁଲିଛି ଯାତ୍ରୀବାହୀ ବସ୍‌, ଅଳ୍ପକେ ବର୍ତ୍ତିଲେ ୫୦ରୁ ଅଧିକ ଯାତ୍ରୀ
  • ||
  • ଆଜିଠୁ ଖୋଲିଲା ଭିତରକନିକା, କୁମ୍ଭୀର ଗଣନା ପାଇଁ ଗତ ୧୫ ତାରିଖଠାରୁ ବନ୍ଦ ଥିଲା ଜାତୀୟ ଉଦ୍ୟାନ
  • ||

ସୁନା ଚୋରା ଚାଲାଣ: ମୁଖ୍ୟ ଅଭିଯୁକ୍ତ ସ୍ଵପ୍ନା ଓ ସନ୍ଦୀପ ନାୟର ଗିରଫ

11/07/2020 at 11:07 PM

ନୂଆଦିଲ୍ଲୀ ୧୧।୦୯୭: ରାଷ୍ଟ୍ରୀୟ ତଦନ୍ତକାରୀ ଏଜେନ୍ସି(ଏନଆଇଏ) ସୁନା ଚୋରାଚାଲାଣ ମାମଲାରେ ମୁଖ୍ୟ ଅଭିଯୁକ୍ତ ସ୍ଵପ୍ନା ସୁରେଶ ଓ ସନ୍ଦୀପ ନାୟରଙ୍କୁ ଶନିବାର ବେଙ୍ଗାଲୁରୁରୁ ଗରିଫ କରିଛି। ତିରୁଅନନ୍ତପୁରମ ଅନ୍ତରାଷ୍ଟ୍ରୀୟ ବିମାନ ବନ୍ଦରରେ ରାଷ୍ଟ୍ରଦୂତଙ୍କ ସାମଗ୍ରୀ ଜରିଆରେ ୩୦ କିଲୋଗ୍ରାମ ସୁନାର ଚୋରାଚାଲାଣ କରୁଥିବା ମାମଲାରେ ଏନଆଇଏ ସ୍ଵପ୍ନା ସମେତ ଚାରି ଅଭିଯୁକ୍ତଙ୍କ ବିରୋଧରେ ମାମଲା ରୁଜୁ କରାଯାଇଛି।

ତିରୁଅନନ୍ତପୁରମରୁ ସ୍ଵପ୍ନା, ସାରିଥ ଓ ସନ୍ଦୀପ ନାୟର ଓ ଏର୍ଣ୍ଣାକୁଲମର ଫାଜିଲ ଫରିଦ ଏହି କାରବାରର ଅଭିଯୁକ୍ତ ଅଟନ୍ତି। ଅଭିଯୁକ୍ତଙ୍କୁ ରବିବାର କୋଚି ଏନଆଇଏ କାର୍ଯ୍ୟାଳୟରେ ହାଜର କରାଯିବ। ଏନଆଇଏ ସମେତ କେନ୍ଦ୍ରୀୟ ଏଜେନ୍ସି ଓ ସୀମା ଶୁଳ୍କ ବିଭାଗ କେରଳ ଉଚ୍ଚ ନ୍ୟାୟାଳୟରେ ସ୍ଵପ୍ନଙ୍କ ଆଗୁଆ ଜାମିନକୁ ବିରୋଧ କରିଥିଲେ।

କେରଳର ମୁଖ୍ୟମନ୍ତ୍ରୀ ପିନାରାଇ ବିଜୟନ ଶନିବାର କହିଛନ୍ତି ଯେ, ସୁନା ଚୋରାଚାଲାଣ ମାମଲାରେ ମୁଖ୍ୟ ମହିଳା ଅଭିଯୁକ୍ତ ସ୍ଵପ୍ନା ସୁରେଶ ଦ୍ଵାରା ଏକ ସରକାରୀ ପ୍ରକଳ୍ପରେ ନିଯୁକ୍ତି ହାସଲ କରିବା ପାଇଁ ଦିଆଯାଇଥିବା ନକଲି ଡିଗ୍ରୀ ପ୍ରମାଣ ପତ୍ରକୁ ନେଇ ମିଳିଥିବା ଅଭିଯୋଗର ଯାଞ୍ଚ କରାଯିବ। ପୋଲିସ୍‌ଠୁ ମଧ୍ୟ ଅଭିଯୋଗ ମିଳିଛି। ଏବେ ଏହାର ଯାଞ୍ଚ କରାଯିବ।

ଅନ୍ୟପକ୍ଷେ ଗୃହ ମନ୍ତ୍ରଣାଳୟ ଏହି ମାମଲାରେ ରାଷ୍ଟ୍ରୀୟ ଯାଞ୍ଚ ଏଜେନ୍ସି(ଏନଆଇଏ)କୁ ଛାନବିନ କରିବା ପାଇଁ ଗୁରୁବାରଠୁ ଅନୁମତି ଦେଇଥିଲେ। ଏହା ପରେ ଏଜେନ୍ସି ଚାରି ଜଣଙ୍କ ବିରୋଧରେ ମାମଲା ରୁଜୁ କରିଥିଲେ। ଏନଆଇଏ ମୁଖପାତ୍ର କହିଛନ୍ତି, ଅବୈଧ ଗତିବିଧି ରୋକଥାମ ଅଧିନିୟମ ଆଧାରରେ ମାମଲା ରୁଜୁ ହୋଇଛି।

   Related Posts