କେରଳରେ ବନ୍ୟା ସ୍ଥିତି ସଂଗୀନ ; ୧୦୦ ବର୍ଷର ରେକର୍ଡ ଭାଙ୍ଗିଲା ବନ୍ୟା
19/08/2018 at 5:35 AM

କେରଳ ୧୯/୮ : କେରଳରେ ଭୟଙ୍କର ବନ୍ୟା ବିତ୍ପାତ। ପ୍ରଳୟଙ୍କାରି ବର୍ଷା ଓ ବନ୍ୟା କେରଳକୁ ଛାରଖାର କରିଦେଇଛି। ୧୦୦ ବର୍ଷ ଭିତରେ କେରଳ ପ୍ରକୃତିର ଏଭଳି କରାଳ ରୂପ କେବେ ଦେଖିନଥିଲା। ପାଦେ ପାଦେ ମୃତ୍ୟୁର ଫାଶ। ବନ୍ୟା ଓ ଭୂସ୍ଖଳନ ଯୋଗୁ ରାଜ୍ୟରେ ଏପର୍ଯ୍ୟନ୍ତ ମୃତ୍ୟୁ ସଂଖ୍ୟା ୩୫୭ ଛୁଇଁଲାଣି। ପାଣିପାଗ ସୂଚନା ଅନୁଯାୟୀ ଆଜି ରାଜ୍ୟର କୌଣସି ଜିଲ୍ଲା ପାଇଁ ରେଡ ଆଲର୍ଟ ଜାରି କରାଯାଇନି। ତେବେ ଏର୍ଣ୍ଣାକୁଲମ,ପଠାନମିଥିଟ୍ଟା ଏବଂ ଆଲାପୁଝା ଜିଲ୍ଲାରେ ପ୍ରବଳ ବର୍ଷା ନେଇ ସତର୍କସୂଚନା ଜାରି କରିଛି। ଏଯାଏ ବନ୍ୟାଯୋଗୁ ବାସହରା ହୋଇଥିବା ୬ ଲକ୍ଷ ୬୧ ହଜାର ୮୮୭ ଜଣ ଲୋକ ୩ ହଜାର ୪୬୬ଟି ରିଲିଫ କ୍ୟାମ୍ପରେ ଆଶ୍ରୟ ନେଇଛନ୍ତି। ବାହାରେ ବି ପାଣି । ନା ବାହାରକୁ ବାହାରି ହେଉଛି ନା କୁଆଡେ ଯାଇ ହେଉଛି । ସଂପୂର୍ଣ୍ଣ ଜଳବନ୍ଦୀ ।ରାଜ୍ୟର ୧୪ଟି ଜିଲ୍ଲା ମଧ୍ୟରୁ ୧୩ଟି ଜିଲ୍ଲା ପାଣି ଘେରରେ। ବର୍ଷା ଓ ବନ୍ୟା ଯୋଗୁ ଲୋକଙ୍କ ଖାଦ୍ୟ ନାହିଁ କି ପିଇବାକୁ ପାଣି ନାହିଁ। ରାସ୍ତା,ରେଳ,ବିମାନସେବା ବାଧାପ୍ରାପ୍ତ ହୋଇଛି। କେରଳର ବନ୍ୟା ବିପନ୍ନଙ୍କୁ ରିଲିଫ ଓ ଉଦ୍ଧାର କାର୍ଯ୍ୟରେ ସ୍ଥଳ ସେନା,ବାୟୁସେନା, ନୈୌସେନା,ଏନଡିଆରଏଫ,ଆଇଟିବିଏଫ ଯବାନଙ୍କୁ ମୁତୟନ କରାଯାଇଛି। କେରଳରେ ଭୟଙ୍କର ବନ୍ୟାରେ ଫଶି ରହିଥିବା ଲୋକଙ୍କୁ ଉଦ୍ଧାର ପାଇଁ ଏହା ଦେଶର ସବୁଠୁ ବଡ ରେସ୍କୁୟ ମିଶନ କୁହାଯାଉଛି। ବନ୍ୟା ବିପନ୍ନଙ୍କୁ ଉଦ୍ଧାର କାର୍ଯ୍ୟରେ କେରଳରେ ଏବେ ଏନଡଇଆରଏଫର ୧୬୯ଟି ଦଳ ସହିତ ବାୟୁସେନାର ୨୨ଟି ହେଲିକପ୍ଟର, ନୌସେନାର ୪୦ଟି ନୌକା,କୋଷ୍ଚଗାର୍ଡର ୩୫ଟି ନୌକା,ବିଏସଏଫର ୪ଟି କମ୍ପାନୀ,କେରଳ ପୁଲିସ ନିୟୋଜିତ ଅଛନ୍ତି। ଏଯଆଏ ୪ ଲକ୍ଷ ଲୋକଙ୍କୁ ସୁରକ୍ଷିତ ଜାଗାକୁ ସ୍ଥାନାନ୍ତର କରାଯାଇସାରିଲାଣି। କାଲି ଆକାଶ ମାର୍ଗରୁ ବନ୍ୟାସ୍ଥିତି ନୀରୀକ୍ଷଣ ପରେ କେରଳକୁ ପ୍ରଧାନମନ୍ତ୍ରୀଙ୍କ ରିଲିଫ ଫଣ୍ଡରୁ ୫୦୦ କୋଟି ଆର୍ଥିକ ସହାୟତା ରାଶି ଘୋଷଣା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ପୂର୍ବରୁ ଅଗଷ୍ଟ ୧୨ରେ ଗୃହମନ୍ତ୍ରୀ ରାଜନାଥ ସିଂ ବନ୍ୟାସ୍ଥିତି ନୀରିକ୍ଷଣ କରି ୧୦୦ କୋଟି ଟଙ୍କରା କେନ୍ଦ୍ରୀୟ ସହାୟତା ରାଶି ଘୋଷଣା କରିଥିଲେ। କେରଳ ବନ୍ୟାପ୍ରଭାବିତଙ୍କୁ ସାହାଯ୍ୟ ସୁବ ରାଜ୍ୟ ସରକାର ମଧ୍ୟ ସହାୟତାର ହାତ ବଢାଇଛନ୍ତି। ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର ୧୦କୋଟି,ଝାଡଖଣ୍ଡ ମୁଖ୍ୟମନ୍ତ୍ରୀ ରଘୁବର ଦାସ ୫ କୋଟି, ମହାରାଷ୍ଟ୍ର ସରକାର ୨୦କୋଟି, ଗୁଜରରାଟ ୧୦ କୋଟି,ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ତିବେନ୍ଦ୍ର ସିଂ ରାୱତ ୫ କୋଟି ଆର୍ଥିକ ସହାୟତା ରାଶି ଦେବାକୁ ଘୋଷଣା କରିଛନ୍ତି। ପୂର୍ବରୁ ଓଡ଼ିଶା ସରକାର କେରଳବାସୀଙ୍କ ପାଇଁ ୫ କୋଟି ଟଙ୍କାର ସହାୟତା ରାଶି ଘୋଷଣା କରିଥିଲେ । ଏହା ସହ ଦିଲ୍ଲୀ ସରକାର ମଧ୍ୟ କେରଳକୁ ୧୦ କୋଟି ଟଙ୍କାର ସହାୟତା ରାଶି ଘୋଷଣା କରିଛନ୍ତି । ସେପଟେ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ ଚନ୍ଦ୍ର ଶେଖର ରାଓ ୨୫ କୋଟି ଟଙ୍କାର ସହାୟତା ରାଶି ଘୋଷଣା କରିଛନ୍ତି । ଶିଶୁ ଓ ମହିଳା ବିକାଶ ମନ୍ତ୍ରଣାଳୟ କେରଳରେ ବନ୍ୟା ପ୍ରଭାବିତ ଲୋକଙ୍କ ପାଇଁ ୧୦୦ ମେଟ୍ରିକ ଟନର ରନ୍ଧାଖାଦ୍ୟ ପଠାଇଛନ୍ତି। କେରଳ ପାଇଁ ବିଦେଶରୁ ସହାୟତାର ସୁଅ ମଧ୍ୟ ଛୁଟିଛି। ଜାତିସଂଘ ଏହାକୁ ଶତାବ୍ଦିର ବୃହତ ବନ୍ୟା ବୋଲି କହିବାସହ ଧନଜୀବନ କ୍ଷୟକ୍ଷତି ନେଇ ଦୁଃଖପ୍ରକାଶ କରିଛି।