Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଶିବାଡ ଘାଟିରେ ଓଲଟିଲା ଇସପାତ୍, ୮ ଗୁରୁତର
  • ||
  • ଶୁକ୍ରବାରଠୁ ଲିଭିବ ଅମର ଯବାନ ଜ୍ୟୋତି : ୫୦ ବର୍ଷ ତଳେ ଶୁଭାରମ୍ଭ କରିଥିଲେ ଇନ୍ଦିରା ଗାନ୍ଧୀ
  • ||
  • ଟି୨୦ ବିଶ୍ୱକପ୍ : ଖେଳସୂଚୀ ଜାରି କଲା ଆଇସିସି, ଏହି ତାରିଖରେ ଭାରତ-ପାକିସ୍ତାନ ମହା ମୁକାବିଲା
  • ||
  • ଦ୍ୱିତୀୟ ଦିନିକିଆରେ କମ୍ ବ୍ୟାକ୍ କରିବ ଟିମ୍ ଇଣ୍ଡିଆ ! ଦକ୍ଷିଣ ଆଫ୍ରିକା ବିପକ୍ଷରେ ସିରିଜ୍ ବରାବର ଲକ୍ଷ୍ୟ
  • ||

ଆଜି ଖୋଲିବ ପ୍ରସିଦ୍ଧ ସାବରୀମାଳା ମନ୍ଦିର, ବ୍ୟାପକ ସୁରକ୍ଷା ବ୍ୟବସ୍ଥା

16/11/2019 at 1:16 PM

କେରଳ ୧୬।୧୧ : ଆଜି ସଂଧ୍ୟାଠୁ ଖୋଲିବ କେରଳର ପ୍ରସିଦ୍ଧ ସାବରୀମାଳା ମନ୍ଦିର । କୋର୍ଟଙ୍କ ନିର୍ଦ୍ଦେଶ ପରେ ଏଥିପାଇଁ ପୋଲିସ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯାଇଛି ।  ୧୦ ହାଜରରୁ ଅଧିକ ପୋଲିସ ଫୋର୍ସକୁ ଏଠାରେ ନିୟୋଜିତ କରାଯାଇଛି । ଆୟାପ୍ପା ସ୍ବାମୀଙ୍କ ଦର୍ଶନ ପାଇଁ  ଦେଶର ବିଭିନ୍ନ ପ୍ରାନ୍ତରରୁ ହଜାର ହଜାର ଶ୍ରଦ୍ଧାଳୁ ପହଞ୍ଚିବାରେ ଲାଗିଛନ୍ତି । ଚଳିତ ଥର ସୁପ୍ରିମକୋର୍ଟଙ୍କ ରାୟ ପରେ ୧୦ରୁ ୫୦ ବର୍ଷର ମହିଳା ଶ୍ରଦ୍ଧାଳୁଙ୍କୁ ମନ୍ଦିରରେ ପ୍ରବେଶ ପାଇଁ ଅନୁମତି ମିଳିଛି ।

କେରଳର ସାବରୀମାଳାରେ ଥିବା ଭଗବାନ ଆୟପ୍ପାଙ୍କ ମନ୍ଦିରକୁ ୧୦ରୁ ୫୦ ବର୍ଷର ମହିଳାଙ୍କ ପ୍ରବେଶ ଉପରେ ରୋକ୍ ଲାଗିଥିଲା । ସୁପ୍ରିମକୋର୍ଟ ୨୦୧୮ ମସିହା ସେପ୍ଟେମ୍ବର ୨୮ରେ ଏହାକୁ ଉଚ୍ଛେଦ କରିଥିଲେ। ଏହାକୁ ନେଇ ତୀବ୍ର ବିରୋଧ ଦେଖିବାକୁ ମିଳିଥିଲା । ସାବରୀମାଳା ମନ୍ଦିରକୁ ମହିଳାଙ୍କ ପ୍ରବେଶ ପାଇଁ ଦିଆଯାଇଥିବା ଅନୁମତି ବିରୋଧରେ ବିରୋଧ କରାଯାଇଥିଲା । ଫେବୃଆରୀ ମାସରେ ସୁପ୍ରିମକୋର୍ଟ  ଏହାର ଶୁଣାଣି କରି ରାୟ ସଂରକ୍ଷିତ ରଖିଥିଲେ। ଗତ ୧୪ ତାରିଖରେ ଏହି ମାମଲା ଶୁଣାଣି କରି ସୁପ୍ରିମକୋର୍ଟ ମନ୍ଦିରରେ ମହିଳାଙ୍କ ପ୍ରବେଶ ଉପରେ ରୋକ୍ ଲଗାଇବାକୁ ମନାକରିଦେଇଥିଲେ । ଏହାସହ ଏହି ମାମଲାକୁ ସୁପ୍ରିମକୋର୍ଟର ବଡ ବେଞ୍ଚକୁ ପଠାଇଦେଇଛନ୍ତି । ସୁପ୍ରିମକୋର୍ଟର ସାତ ଜଣିଆ ଜଜ୍ ଙ୍କୁ ନେଇ ଗଠିତ ଖଣ୍ଡପୀଠ ଏହି ମାମଲାର ଶୁଣାଣି କରିବେ ।

   Related Posts