Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୩ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୪୪୩ କୋଭିଡ୍ ପଜିଟିଭ୍
  • ||
  • ବୋହୂକୁ ପଥରରେ ଛେଚି ଦେଲା ଶାଶୂ, ପାରିବାରିକ କଳହରୁ ଜଘନ୍ୟ ହତ୍ୟାକାଣ୍ଡ…
  • ||
  • ପ୍ରବଳ ବର୍ଷା ପରେ ଭୂସ୍ଖଳନ: ୧୮ ମୃତ ଓ ଅନେକ ନିଖୋଜ, ମୁଖ୍ୟମନ୍ତ୍ରୀ ଲୋଡିଲେ ସେନା ସହାୟତା
  • ||
  • ଆଜିଠୁ ଓଜେଇଇ କାଉନସେଲିଂ, ପଞ୍ଜୀକରଣ ଓ ଚଏସ ଲକିଂ କରିପାରିବେ ଛାତ୍ରଛାତ୍ରୀ
  • ||
  • ଆଫଗାନିସ୍ତାନ ପ୍ରସଙ୍ଗରେ ନଭେମ୍ୱରରେ ବସିବ ବୈଠକ : ପାକିସ୍ତାନକୁ ନିମନ୍ତ୍ରଣ କଲା ଭାରତ
  • ||
  • ପଞ୍ଚାୟତ ନିର୍ବାଚନ ପାଇଁ ୩ ଦଳ ପ୍ରସ୍ତୁତ, ସଂରକ୍ଷଣ ତାଲିକା ପ୍ରକାଶ ପରେ ଗଦାଗଦା ଅଭିଯୋଗ
  • ||
  • ମନୀଷ ଅନୁରାଗ ମୃତ୍ୟୁ ମାମଲା : ରବିବାର ୩ ଅଭିଯୁକ୍ତଙ୍କ ରିମାଣ୍ଡ ଆବେଦନର ଶୁଣାଣି
  • ||

କେରଳରେ ମେ’ ୨୩ ଯାଏଁ ବଢ଼ିଲା ଲକ୍‌ଡାଉନ୍‌, ଟ୍ରିପଲ୍‌ ଲକ୍‌ରେ ରହିବ ୪ ଜିଲ୍ଲା

14/05/2021 at 8:22 PM

ଥିରୁଅନନ୍ତପୁରମ୍‌ ୧୪/୫: କରୋନା ସଂକ୍ରମଣ ବୃଦ୍ଧିକୁ ନଜରରେ ରଖି କେରଳ ସରକାର ଲକ୍‌ଡାଉନ୍‌ ଅବଧି ବୃଦ୍ଧି କରିଛନ୍ତି। ୮ ମେ’ରୁ ଲାଗୁ ଥିବା ସମ୍ପୂର୍ଣ୍ଣ ଲକ୍‌ଡାଉନ୍‌ ଅବଧି ୨୩ ମେ’ ପର୍ଯ୍ୟନ୍ତ ବଢ଼ାଇଛନ୍ତି ରାଜ୍ୟ ସରକାର। କେରଳ ମୁଖ୍ୟମନ୍ତ୍ରୀ ପିନାରାୟି ବିଜୟନ୍‌ ଶୁକ୍ରବାର ଏନେଇ ଘୋଷଣା କରିଛନ୍ତି। ଶୁକ୍ରବାର ରାଜ୍ୟରେ ୩୪୬୯୪ ନୂଆ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ୯୩ ଜଣ ପ୍ରାଣ ହରାଇଛନ୍ତି।

ଏହା ସହ ସେ କହିଛନ୍ତି, ୯୩ ଜଣଙ୍କ ମୃତ୍ୟୁ ସହ ରାଜ୍ୟରେ ମୋଟ ମୃତ୍ୟୁ ସଂଖ୍ୟା ୬୨୪୩ରେ ପହଞ୍ଚିଛି। ଅନ୍ୟପଟେ ରାଜ୍ୟରେ ଗତ ୨୪ ଘଣ୍ଟାରେ ୩୧୩୧୯ କରୋନା ଆକ୍ରାନ୍ତ ସୁସ୍ଥ ହୋଇ ଫେରିଛନ୍ତି। ବିଜୟନ କହିଛନ୍ତି ରାଜ୍ୟରେ ଏବେ ସୁଦ୍ଧା ୧୬୩୬୭୯୦ ଲୋକ କରୋନାକୁ ମାତ ଦେଇଛନ୍ତି। ଅନ୍ୟପଟେ ୪ ଜିଲ୍ଲା ଥିରୁଅନନ୍ତପୁରମ୍‌, ଏନାକୁଲମ୍‌, ତ୍ରିଶୁର ଏବଂ ମଲପୁରମରେ ଟ୍ରପିଲ୍‌ ଲକାଡାଉନ୍‌ ଲାଗିବ । ଏହାର ଅର୍ଥ ଏବେ ଏହି ସବୁ ଜିଲ୍ଲାରେ ଯେଉଁ ସବୁ କୋହଳ ରହିଛି ତାହାକୁ ସରକାର ପ୍ରତ୍ୟାହାର କରିନେବେ।

କାରଣ ଏହି ସବୁ ଜିଲ୍ଲାରେ ସଂକ୍ରମଣ ହାର ଅଧିକ ଅଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । କେନ୍ଦ୍ର ନିର୍ଦେଶାନୁସାରେ କୋଭିସିଲ୍ଡର ଦ୍ବିତୀୟ ଡୋଜ୍‌ କେବଳ ୮୪ ଦିନ ପୂର୍ବରୁ ପ୍ରଥମ ଡୋଜ୍‌ ନେଇଥିବା ଲୋକଙ୍କୁ ଦିଆଯିବ। କୋଭାକ୍ସିନ ନେବାର ୪-୬ ସପ୍ତାହ ପରେ ଦ୍ବିତୀୟ ଡୋଜ୍‌ ଦିଆଯିବ। ଏହା ସହ ମୁଖ୍ୟମନ୍ତ୍ରୀ କହିଛନ୍ତି, ରାଜ୍ୟରେ ୧୮-୪୪ ବର୍ଷୀୟ ଲୋକଙ୍କ ଟିକକରଣ ପାଇଁ ପଞ୍ଜିକରଣ ଶନିବାରଠୁ ଆରମ୍ଭ ହେବ।

   Related Posts