କେରଳ ଏକ୍‌ଜିଟ୍‌ ପୋଲ୍‌: ପୁଣି ସରକାର କରିପାରେ ଏଲଡିଏଫ୍‌, ତୃତୀୟ ସ୍ଥାନରେ ବିଜେପି

Published By : Prameya-News7 Bureau | April 29, 2021 IST

ନୂଆଦିଲ୍ଲୀ ୨୯/୪:  କେରଳରେ ବିଧାନସଭା ନିର୍ବାଚନ ଶେଷ ହୋଇଥିବା ବେଳେ ଗୁରୁବାର ପ୍ରକାଶ ପାଇଥିବା ଏକଜିଟ୍‌ ପୋଲ ଏଲଡିଏଫ୍‌ ରିପିଟ୍‌ ନେଇ ସଂକେତ ଦେଇଛି।  କେରଳରେ ପୁଣି ଶାସନକୁ ଫେରିପାରନ୍ତି ପିନାରାୟୀ ବିଜୟନ।  ଇଣ୍ଡିଆଟୁଡେ ଏକ୍‌ଜିଟ୍ ପୋଲ ଅନୁସାରେ, କେରଳର ମୋଟ ୧୪୦ଟି ଆସନରୁ ପିନାରାୟୀ ବିଜୟନଙ୍କ ଏଲ୍‌ଡିଏଫ୍‌(ଲେଫ୍ଟ ଡେମୋକ୍ରାଟିକ୍ ଫ୍ରଣ୍ଟ) ୧୦୪ରୁ ୧୨୦ ଆସନରେ ଜିତବ। କଂଗ୍ରେସ ନେତୃତ୍ୱାଧୀନ ୟୁନାଇଟେଡ୍ ଡେମୋକ୍ରାଟିକ୍ ଫ୍ରଣ୍ଟ(ୟୁଡିଏଫ୍‌)କୁ ମିଳିବ ୨୦-୩୬ ସିଟ୍ ଓ ବିଜେପି ନେତୃତ୍ୱାଧୀନ ଏନ୍‌ଡିଏ ମାତ୍ର ୦-୨ ସିଟ୍ ପାଇବ ବୋଲି ଏକ୍‌ଜିଟ୍ ପୋଲ୍ ଫଳାଫଳ କହୁଛି ।  ଏହାସହ ଏଲ୍‌ଡିଏଫ୍ ୪୭ ପ୍ରତିଶତ ଭୋଟ୍ ପାଇଥିବା ବେଳେ ୟୁଡିଏଫ୍ ୩୮, ଏନ୍‌ଡିଏ ୧୨ ଓ ଅନ୍ୟାନ୍ୟ ୩ ପ୍ରତିଶତ ଭୋଟ୍ ପାଇପାରନ୍ତି ବୋଲି ଏକଜିଟ୍‌ ପୋଲ କହୁଛି ।   

କେରଳରେ ୧୪୦ ବିଧାନସଭା ନିର୍ବାଚନ ମଣ୍ଡଳୀର ୨୮,୧୨୪ ଲୋକଙ୍କର ମତକୁ ନେଇ ଏହି ସର୍ଭେ କରାଯାଇଛି । ଯେଉଁଥିରେ ବିଜେପି  ପରାଜୟ ସ୍ବିକାର କରିପାରେ ବୋଲି କୁହାଯାଇଛି। ଏହା ସହ ପିନାରାୟୀ ବିଜୟନଙ୍କ ଦଳ ବିଜୟୀ ହୋଇ ସରକାର କରିପାରେ । କେରଳର ମୋଟ ୧୪୦ ସିଟ୍ ମଧ୍ୟରୁ ମ୍ୟାଜିକ୍ ନମ୍ବର ରହିଛି ୭୧। ଟାଇମ୍ସ ନାଓ ଏକ୍‌ଜିଟ୍ ପୋଲ୍ ଅନୁସାରେ କେରଳରେ ଏଲ୍‌ଡିଏଫ୍ ୭୪ ସିଟ୍ ହାସଲ କରୁଥିବା ବେଳେ ୟୁଡିଏଫ୍ ୬୫ ଓ ଏନ୍‌ଡିଏ ମାତ୍ର ଗୋଟିଏ ସିଟ୍ ପାଇବ। ଗତ ୨୦୧୬ ବିଧାନସଭା ନିର୍ବାଚନ ମଣ୍ଡଳୀରେ ମଧ୍ୟ ଗୋଟିଏ ପର୍ଯ୍ୟାୟରେ ଭୋଟ୍ ଗ୍ରହଣ ହୋଇଥିଲା। ୨୦୧୬ ନିର୍ବାଚନରେ ସିପିଆଇଏମ୍ ମାତ୍ର ୫୮ ସିଟ୍ ପାଇଥିବା ବେଳେ ବାମମେଣ୍ଟ ୧୩ ସିଟ୍ ପାଇଥିଲା। ସେହିପରି କଂଗ୍ରେସ ୧୭ଟି ସିଟ୍ ହରାଇ ମାତ୍ର ୨୨ ସିଟ୍ ଜିତିଥିବା ବେଳେ ୨୩,୮ ପ୍ରତିଶତ ଭୋଟ ପାଇଥିଲା। 

ଦେଖନ୍ତୁ ଏକ୍‌ଜିଟ୍‌ ପୋଲ୍‌ ସର୍ଭେ

ଇଣ୍ଡିଆ ଟୁଡେ ଆକ୍ସିସ୍‌ ମାଇ ଇଣ୍ଡିଆ

ଏଲଡିଏଫ: ୧୦୪-୧୨୦

ୟୁଡିଏଫ: ୨୦-୩୬

ବିଜେପି: ୦-୨

ଅନ୍ୟ: ୦-୨

ସି ଭୋଟର

ଏଲଡିଏଫ୍‌: ୭୪

ୟୁଡିଏଫ: ୬୫

ବିଜେପି: ୧

ଟୁଡେଜ୍‌ ଚାଣକ୍ୟ

ଏଲଡିଏଫ: ୯୩-୧୧

ୟୁଡିଏଫ: ୨୬-୪୪

ବିଜେପି: ୦-୬

ଅନ୍ୟ: ୦-୩

ସିଏନଏକ୍ସ

ଏଲଡିଏଫ: ୭୨-୮୦

ୟୁଡିଏଫ: ୫୮-୬୪

ଏନଡିଏ: ୧-୫

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.