ଡାକ୍ତରଙ୍କ ଆତ୍ମହତ୍ୟା: ଅପରେସନ୍ ବେଳେ ଶିଶୁ ମୃତ୍ୟୁକୁ ନେଇ ଦିଆଯାଇଥିଲା ଦୋଷ, ସୋସିଆଲ୍ ମିଡ଼ିଆରେ ହେଉଥିଲେ ଟ୍ରୋଲ୍

Published By : Prameya-News7 Bureau | October 03, 2020 IST

କୋଲ୍ଲମ ୦୩/୧୦ : ଡାକ୍ତରଙ୍କୁ ଭଗବାନ ଏକ ସ୍ୱରୂପ ବୋଲି କୁହାଯାଏ। ସେଥିପାଇଁ ଡାକ୍ତରମାନେ ସବୁବେଳେ ରୋଗୀଙ୍କ ଜୀବନ ବଞ୍ଚାଇବାକୁ ଚେଷ୍ଟା କରିଥାନ୍ତି। କୌଣସି ଡାକ୍ତର କେବେ ଜାଣିଶୁଣି କାହାର ଜୀବନ ନିଅନ୍ତିନି। କିନ୍ତୁ ବେଳେ କିଛି ଦୁର୍ଘଟଣା ଘଟିଯାଏ ଯେଉଁଥିପାଇଁ ରୋଗୀଙ୍କ ଜୀବନ ବଞ୍ଚାଇବାରେ ଡାକ୍ତର ମଧ୍ୟ ବିଫଳ ହୋଇଯାନ୍ତି।

{"id":338074,"sizeSlug":"large"}

କେରଳ କୋଲ୍ଲମ ଜିଲ୍ଲାରେ ଏକ ହୃଦୟ ବିଦାରକ ଘଟଣା ଘଟିଛି। ନିଜର କ୍ଲିନିକ ଚଲାଉଥିବା ଜଣେ ଡାକ୍ତର ଆତ୍ମହତ୍ୟା କରିଛନ୍ତି। ଆତ୍ମହତ୍ୟାର କାରଣ ଜାଣିଲେ ଆପଣ ବି ଆଶ୍ଚର୍ଯ୍ୟ ହୋଇଯିବେ। ସୋସିଆଲ ମିଡ଼ିଆରେ ଆପତ୍ତିଜନକ କମେଣ୍ଟ ଯୋଗୁଁ ଡାକ୍ତର ଆତ୍ମହତ୍ୟା କରିଛନ୍ତି। କିଛି ଦିନ ପୂର୍ବରୁ ଏକ ଏକ ୭ ବର୍ଷର ଶିଶୁର ଅପରେସନ ସମୟରେ ମୃତ୍ୟୁ ହୋଇଥିଲା। ଶିଶୁର ମୃତ୍ୟୁ ପାଇଁ ଡାକ୍ତରଙ୍କୁ ଦୋଷ ଦିଆଯାଇଥିଲା। ଆତ୍ମହତ୍ୟା ପୂର୍ବରୁ ଡାକ୍ତର ବାଥରୁମ କାନ୍ଥରେ 'ସରି' ଲେଖି ଜୀବନ ଦେଇଛନ୍ତି।

{"id":338075,"sizeSlug":"large"}

କେରଳ କୋଲ୍ଲମରେ ନିଜର କ୍ଲିନିକ ଚଲାଉଥିବା ଜଣେ ୩୫ ବର୍ଷ ବୟସ୍କ ଅର୍ଥୋପେଡ଼ିକ ଡାକ୍ତର ଅନୁପ କୃଷ୍ଣାଙ୍କ ମୃତ୍ୟୁର ତଦନ୍ତ ପୋଲିସ ଆରମ୍ଭ କରିଦେଇଛି। ଜଣେ ତଦନ୍ତକାରୀ ଅଧିକାରୀ କହିଛନ୍ତି ଯେ ଡାକ୍ତର ଅନୁପଙ୍କ ମୃତ୍ୟୁର କାରଣ ଶିଶୁର ମୃତ୍ୟୁ ସହ ଯୋଡିବା ବର୍ତ୍ତମାନ ଠିକ ହେବନାହିଁ। ତାଙ୍କୁ ପ୍ରତାରିତ କରାଯାଇଥିଲା ନା ଧମକ ଦିଆଯାଇଥିଲା ସେନେଇ ତଦନ୍ତ ଚାଲିଛି।

{"id":338076,"sizeSlug":"large"}

ସୂଚନାଯୋଗ୍ୟ ଯେ, ସେପ୍ଟେମ୍ବର ୨୩ ତାରିଖରେ ୭ ବର୍ଷର ଶିଶୁର ଆଣ୍ଠୁ ଅପରେସନ ପରେ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଡାକ୍ତର ଅନୁପ ନିଜେ ଅପରେସନକୁ ଲିଡ଼ କରିଥିଲେ। ଡାକ୍ତରଙ୍କ ଟିମ କହିଛି ଯେ ଅପରେସନ ସମୟରେ ଶିଶୁକୁ ହୃଦଘାତ ହୋଇଥିଲା ଏବଂ ଏଥିରେ ତାର ମୁତ୍ୟୁ ହୋଇଥିଲା। ଶିଶୁର ମୃତ୍ୟୁ ପରେ ପରିବାର ଲୋକେ ହସ୍ପିଟାଲରେ ବିରୋଧ ପ୍ରଦର୍ଶନ କରିଥିଲେ ଓ ହସ୍ପିଟାଲର ଦାୟିତ୍ବହୀନତା ମାମଲା ରୁଜ୍ଜୁ କରିଥିଲେ।

{"id":338077,"sizeSlug":"large"}

ଏହି ମାମଲାରେ ପୋଲିସ ଶିଶୁର ବ୍ୟବଚ୍ଛେଦ ରିପୋର୍ଟକୁ ଅପ୍ରେକ୍ଷା କରିଥିଲା। ଇତି ମଧ୍ୟରେ ସୋସିଆଲ ମିଡ଼ିଆରେ ଲୋକେ ଡାକ୍ତର ଅନୁପଙ୍କୁ ଶିଶୁର ମୃତ୍ୟୁ ପାଇଁ ଦାୟୀ କରିଥିଲେ। ସୋସିଆଲ ମିଡ଼ିଆରେ ଆପତ୍ତିଜନକ ପୋଷ୍ଟକୁ ଦେଖି ଡାକ୍ତର ଅନୁପ ଅତ୍ୟନ୍ତ ଚିନ୍ତିତ ହୋଇପଡିଥିଲେ। ଏହାପରେ ସେ ଗୁରୁବାର ଦିନ ନିଜ ଘରେ ଫାସୀ ଲଗାଇ ଆତ୍ମହତ୍ୟା କରିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.