Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ମୁଜିବ ଓ ରଶିଦଙ୍କ ଘାତକ ବୋଲିଂ, ସ୍କଟଲାଣ୍ଡକୁ ୧୩୦ ରନରେ ହରାଇଲା ଆଫଗାନିସ୍ତାନ
  • ||
  • ଇଣ୍ଡିଆନ ପ୍ରିମିୟର ଲିଗ୍ (IPL)ରେ ସାମିଲ ହେଲେ ଆଉ ୨ଟି ନୂଆ ଟିମ । ୨ ଟିମ ଅହମ୍ମଦାବାଦ ଏବଂ ଲକ୍ଷ୍ନୌ ଆସନ୍ତାବର୍ଷ ହେବାକୁ ଥିବା ଆଇପିଏଲରେ ଅଂଶଗ୍ରହଣ କରିବେ ।
  • ||
  • ରାଜ୍ୟରେ ସୁସ୍ଥ ହେଲେ ଆଉ ୩୬୦ କରୋନା ଆକ୍ରାନ୍ତ, ଖୋର୍ଦ୍ଧାରୁ ସର୍ବାଧିକ ୧୮୦ ଡିସଚାର୍ଜ
  • ||
  • ସତ ହେଲା ଧୋନୀଙ୍କ ଭବିଷ୍ୟବାଣୀ, ୫ ବର୍ଷ ତଳେ କହିଥିଲେ- ଦିନେ ଏମିତି ହେବ…
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୩ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୪୨୫ କୋଭିଡ୍ ପଜିଟିଭ୍
  • ||
  • ପଡୋଶୀ ଘରୁ ମିଳିଲା ଯୁବକଙ୍କ ଝୁଲନ୍ତା ମୃତଦେହ, ହତ୍ୟା ନା ଆତ୍ମହତ୍ୟା ?
  • ||
  • ୨ ପରିବାର ମଧ୍ୟରେ ରକ୍ତାକ୍ତ ସଙ୍ଘର୍ଷ : ୮ ଗୁରୁତର, ବୁଲିଲା ଟାଙ୍ଗିଆ ଓ କଟୁରୀ
  • ||
  • କାର୍ତ୍ତିକ ମାସର ପ୍ରଥମ ସୋମବାର : ଧବଳେଶ୍ୱର ପୀଠରେ ୧୪୪ ଧାରା, ମନ୍ଦିର ଖାଁ ଖାଁ
  • ||
  • ୫ ଦିନ ଯାଏଁ ଖସିବନି ପାରଦ, ୨୮ରୁ କାଁ ଭାଁ ବର୍ଷା
  • ||

ଶୋଇଥିବା ବେଳେ ପତ୍ନୀଙ୍କୁ ସାପ କାମୁଡେଇ ହତ୍ୟା କରିଥିଲା ସ୍ବାମୀ, ଖିଅ ଖୋଜିଖୋଜି ଅଭିଯୁକ୍ତକୁ ଧରିଲା ପୋଲିସ : ଦୋଷୀ ସାବ୍ୟସ୍ତକଲେ କୋର୍ଟ

11/10/2021 at 4:24 PM

ତିରୁଓ୍ବନନ୍ତପୁରମ ୧୧/୧୦ : ବିଷାକ୍ତ ସାପ କାମୁଡାରେ ଅନେକ ସମୟରେ ମୃତ୍ୟୁ ଘଟଣା ସାମ୍ନାକୁ ଆସେ । ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ ଶେଷ କରିଥାଏ ପୋଲିସ । କିନ୍ତୁ କେରଳର ଏକ କୋର୍ଟ ଏକ ସଙ୍ଗୀନ ମାମଲାର ଶୁଣାଣି କରି ୨୫ ବର୍ଷୀୟା ଜଣେ ମହିଳାଙ୍କ ମୃତ୍ୟୁ ମାମଲାରେ ନିଜ ସ୍ବାମୀକୁ ହିଁ ଦୋଷୀ ସାବ୍ୟସ୍ତ କରିଛନ୍ତି ।

ସୂଚନା ଅନୁଯାୟୀ, ଶୋଇଥିବା ସମୟରେ ନିଜ ପତ୍ନୀ ଉଥ୍‌ରାଙ୍କୁ ବିଷଧର ସାପ କାମୁଡେଇ ହତ୍ୟାକରିଥିଲା ସ୍ବାମୀ ସୁରଜ୍‌ । ଏହି ଘଟଣା ଗତବର୍ଷ ମେ ମାସରେ ଘଟିଥିଲା । ପ୍ରଥମରୁ ପୋଲିସ ଏହାକୁ ଏକ ଅପମୃତ୍ୟୁ ମାମଲା ବୋଲି ଭାବିଥିଲା । କିନ୍ତୁ ପରେ ଏହା ଏକ ସୁପରିକଳ୍ପିତ ହତ୍ୟାକାଣ୍ଡ ବୋଲି ଜାଣିବାକୁ ପାଇଥିଲା ପୋଲିସ । ବିଭିନ୍ନ ଦିଗରୁ ତଦନ୍ତ କରି ସାକ୍ଷୀ ପ୍ରମାଣ ଯୋଗାଡ କରିଥିଲା ପୋଲିସ । ପରେ ଅଭିଯୁକ୍ତକୁ ଗିରଫ କରି କୋର୍ଟ ଚାଲାଣ କରିଥିଲା । ଚାର୍ଜସିଟ୍‌ରେ ଦାଖଲ ହୋଇଥିବା ତଥ୍ୟକୁ ଆଧାର କରି କୋର୍ଟ ଏହି ମାମଲାରେ ଅଭିଯୁକ୍ତ ସ୍ବାମୀକୁ ଦୋଷୀ ସାବ୍ୟସ୍ତ କରିଛନ୍ତି । ଆସନ୍ତା ବୁଧାବର ଦିନ ମାମଲାର ଦଣ୍ଡ ଶୁଣାଇବେ କୋର୍ଟ ।

ଏ ନେଇ ପ୍ରତିକ୍ରିୟା ଦେଇ ପୋଲିସ ଡିଜି ଅନିଲ କାନ୍ତ କହିଛନ୍ତି, ଏଭଳି ମାମଲାରେ ଖୁବ କମ ଦେଖିବାକୁ ମିଳିଥାଏ । ଯେଉଁଥିରେ ଅଭିଯୁକ୍ତ ନିକଟରେ ପହଞ୍ଚିବା ଖୁବ କଷ୍ଟକର ବ୍ୟାପାର । ଅଭିଯୁକ୍ତର ଆଚାର ବ୍ୟବହାର ଏବଂ ହାବଭାବ ଦେଖି ଦୋଷୀକୁ ଧରିବାର ସକ୍ଷମ ହୋଇଥାଏ ପୋଲିସ । ଘଟଣାର ତଦନ୍ତ କରୁଥିବା ପୋଲିସ ଟିମକୁ ଧନ୍ୟବାଦ ଜଣାଇଛନ୍ତି ପୋଲିସ ଡିଜି । ମାମଲାର ପୁଙ୍ଖାନୁପୁଙ୍ଖ ତଦନ୍ତ ପରେ ଯାଇ ଦୋଷୀକୁ ଧରିବାରେ ସଫଳ ହୋଇଥିଲା ପୋଲିସ ।

ଗଣମାଧ୍ୟମକୁ ସୂଚନା ଦେଇ ପୋଲିସ ଡିଜି ଅନିଲ କାନ୍ତ କହିଛନ୍ତି, ମାମଲା ଖୁବ ଗମ୍ଭୀର ଥିଲା । କିନ୍ତୁ ଯାଞ୍ଚ ପ୍ରକ୍ରିୟାରେ ସାମିଲ ହୋଇଥିବା ଅଫିସରମାନେ ଫରେନସିକ୍‌ ଯାଞ୍ଚ, ଫାଇବର ଡାଟା, ସାପର ଡିଏନ୍‌ଏ ଟେଷ୍ଟ ଏବଂ ଅନ୍ୟ ପ୍ରମାଣକୁ ଭିତ୍ତିକରି ଦୋଷୀକୁ ଧରିବାରେ ସକ୍ଷମ ହୋଇଥିଲା ।  

   Related Posts