ଭଗବାନ ଯେତେବେଳେ ଦିଅନ୍ତି ଛପ୍ପର ଫାଡ଼ି ଦିଅନ୍ତି : ଚାକିରୀ ଛଡେଇ ନେଇଥିଲା କରୋନା, ଲଟେରୀରେ ଜିତିଲେ ୧୮ ଲକ୍ଷ ଟଙ୍କା

Published By : Prameya-News7 Bureau | July 10, 2020 IST

ନୂଆଦିଲ୍ଲୀ ୧୦/୦୭ : କରୋନା ସମୟରେ ଲୋକେ ଜୀବନର ଏନଙ୍କ ରଙ୍ଗ ଦେଖିଛନ୍ତି | କରୋନା ଓ ଲକଡାଉନ ଭିତରେ ଅନେକ ଲୋକ ଚାକିରୀ ହରେଇ ବେକାର ହୋଇଯାଇଛନ୍ତି | ଅନେକ ଲୋକଙ୍କ ଆର୍ଥିକ ସମସ୍ୟା ଦେଖାଦେଇଛି | ଶିବୁ ପାଲ ଓ ଲୀନନେଟ ଜୋସେଫ ନାମକ ଦମ୍ପତ୍ତି ବ୍ରିଟେନ ନାଟିଙ୍ଗହାମରେ ରୁହନ୍ତି | ଲକଡାଉନ ସମୟରେ ଶିବୁ ପାଲଙ୍କ ଚାକିରୀ ଚାଲିଯାଇଥିଲା | କିନ୍ତୁ କିଛି ଦିନ ପରେ ଭାଗ୍ୟ ତାଙ୍କର ଏମିତି ଚମକିଲା ଯେ ସେ ପୁରା ମାଲାମାଲ ହୋଇଗଲେ | ଲକଡାଉନ ଭିତରେ ଶିବୁ ସତେ ଯେମିତି ଏକ ଲଟେରୀ ଜିତିଛନ୍ତି | ସେ ୧.୮୪ କୋଟି ଟଙ୍କା ମୂଲ୍ୟର ଏକ ଲମ୍ବୋର୍ଘିନି କାର ଜିତିଛନ୍ତି | 'ବେଷ୍ଟ ଅଫ ଦି ବେଷ୍ଟ' ଦ୍ୱାରା ଆୟୋଜିତ ଏକ ଲାଇଫଷ୍ଟାଇଲ ପ୍ରତିଯୋଗିତାରେ ବିଜୟୀ ହୋଇଛନ୍ତି | ଯେତେବେଳେ ସେ ଗାଡିର ଡିକି ଖୋଲିଲେ ସେଥିରେ ୧୮.୯୪ ଲକ୍ଷ ଟଙ୍କାର ପୁରସ୍କାର ରାଶି ଥିଲା |

{"id":298613,"sizeSlug":"large"}

କେରଳ କୋଟ୍ଟାୟମ ଜିଲ୍ଲା ବେଲ୍ଲୁରରେ ରହୁଥିବା ଶିବୁ ବର୍ଷେ ପୂର୍ବରୁ ୟୁକେ ଚାଲିଯାଇଥିଲେ | ସେ କୋଚିର ଏକ ସ୍ଟୁଡ଼ିଓରେ ସାଉଣ୍ଡ ଇଞ୍ଜିନିୟର ଭାବେ କାମ କରୁଥିଲେ | ଏହାପରେ ସେ ନିଜ ପତ୍ନୀ ସହ ୟୁକେ ଚାଲିଯାଇଥିଲେ | ଉଭୟଙ୍କ ଜୀବନ ଭଲ ଭାବେ ଚାଲିଥିଲା |

{"id":298616,"sizeSlug":"large"}

ହଠାତ ଦିନେ କରୋନା ସଙ୍କଟ ମାଡି ଆସିଲା ଓ ଲକଡାଉନ ହୋଇଗଲା | ଲକଡାଉନ ସେ ଚାକିରୀ ହରେଇ ଅନ୍ୟ ଚାକିରୀ ଖୋଜୁଥିଲେ | ସେ କିଛି ଜାଗାରେ ଇଣ୍ଟରଭ୍ୟୁ ଦେଇଥିଲେ | ଲକଡାଉନ ମଧ୍ୟରେ ସେ ୧୮୦୦ ଟଙ୍କାରେ BOTB (ୟୁକେରେ ୧୯୯୯ ମସିହାରୁ ଏହି କମ୍ପାନୀ ଏୟାରପୋର୍ଟ ଅପରେଟ କରେ)ର ୩ଟି ଟିକେଟ କିଣିଥିଲେ |

{"id":298614,"width":566,"height":314,"sizeSlug":"large"}

ଶିବୁ କହିଛନ୍ତି ଯେ ସେ ଏହି ପ୍ରତିଯୋଗିତାରେ ୩ଥର ଭାଗ ନେଇଛନ୍ତି | ସେ ଫର୍ମ ଭରିଥିଲେ କିନ୍ତୁ ଭୁଲି ଯାଇଥିଲେ | କିଛି ଦିନ ପୂର୍ବରୁ ତାଙ୍କ ଘରର କଲିଂ ବେଲ ବାଜିଥିଲା | କବାଟ ଖିଲ ଦେଖିଲା ବେଳକୁ ଘର ସାମ୍ନାରେ ଏକ ନୂଆ ଲମ୍ବୋର୍ଘିନି କାର ଛିଡା ହେଇଛି | ସେ କିଣିଥିବା ଟିକେଟ ଜିତିଯାଇଥିଲେ | ଶିବୁ କହିଛନ୍ତି ଯେ ଭାଗ୍ୟ ତାଙ୍କୁ ସାଥ ଦେଇଥିଲା ଏବଂ ବିଜେତା ହିସାବରେ ସେ ଲମ୍ବୋର୍ଘିନି କାର ଜିତିଥିଲେ | ଘରୁ ବାହାରକୁ ଆସିବା ପରେ BOTB ରିପ୍ରେଜେଣ୍ଟେଟିଭ ଶିବୁଙ୍କୁ କାରର ଡିକି ଖୋଲିବାକୁ କହିଥିଲେ |

{"id":298617,"sizeSlug":"large"}

କାର ଡିକି ଖୋଲିଲେ ତ ଭିତରେ ୧୮.୯୪ ଲକ୍ଷ ଟଙ୍କାର ପୁରସ୍କାର ରାଶି ଥିଲା | BOTB ରିପ୍ରେଜେଣ୍ଟେଟିଭ ଶିବୁଙ୍କୁ ଲମ୍ବୋର୍ଘିନି କାର କିମ୍ବା ଟଙ୍କା ମଧ୍ୟରୁ ଯେକୌଣସି ଗୋଟିଏ ପୁରସ୍କାର ବାଛିବାକୁ କହିଥିଲେ | ଶିବୁ ୧.୯୪ ଲକ୍ଷ ଟଙ୍କା ନେବାକୁ ନିଷ୍ପତ୍ତି ନେଇଥିଲେ | ତାଙ୍କ ପାଖରେ ପୂର୍ବରୁ ଟୋୟୋଟା କାର ଅଛି | ସେ ନିଜର ଟୋୟୋଟା କାରରେ ବହୁତ ଖୁସି ବୋଲି କହିଥିଲେ | ସେଥିପାଇଁ ସେ ଲମ୍ବୋର୍ଘିନି କାର ବଦଳରେ ଟଙ୍କା ନେବାକୁ ନିଷ୍ପତ୍ତି ନେଇଥିଲେ |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.